ETV Bharat / state

Student Exchange Programme: ସିଙ୍ଗାପୁର ଗଲେ 40 ଛାତ୍ରଛାତ୍ରୀ, ଡ୍ରୋନ ଓ ରୋବୋଟିକ୍ସ ବିଷୟରେ ନେବେ ତାଲିମ

author img

By ETV Bharat Odisha Team

Published : Aug 26, 2023, 10:21 PM IST

'ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମରେ ୪୦ ଜଣ ଛାତ୍ରଛାତ୍ରୀ ସିଙ୍ଗାପୁର ଯାତ୍ରା କରିଛନ୍ତି । ଡ୍ରୋନ ଏବଂ ରୋବୋଟିକ୍ସ ବିଷୟରେ ସେମାନଙ୍କୁ ତାଲିମ ଦିଆଯିବ।

Student Exchange Programme
ସିଙ୍ଗାପୁର ଗଲେ 40 ଛାତ୍ରଛାତ୍ରୀ
ସିଙ୍ଗାପୁର ଗଲେ 40 ଛାତ୍ରଛାତ୍ରୀ

ଭୁବନେଶ୍ବର: 'ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମରେ ୪୦ ଜଣ ଛାତ୍ରଛାତ୍ରୀ ସିଙ୍ଗାପୁର ଯାତ୍ରା କରିଛନ୍ତି । ଡ୍ରୋନ ଏବଂ ରୋବୋଟିକ୍ସ ବିଷୟରେ ସେମାନଙ୍କୁ ଜ୍ଞାନ ଦିଆଯିବ। ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କ ଭିତରୁ ୪୦ ଜଣ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଜରିଆରେ ସିଙ୍ଗାପୁର ଯାତ୍ରା କରିଛନ୍ତି। ଏହି ଛାତ୍ରଛାତ୍ରୀମାନେ ଭୁବନେଶ୍ୱର-ସିଙ୍ଗାପୁର ସିଧାସଳଖ ବିମାନ ଯୋଗେ ଯାତ୍ରା କରିଛନ୍ତି। ପ୍ରଥମ ଥର ପାଇଁ ବିମାନରେ ବସି ବିଦେଶ ଯାଉଥିବାରୁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଅଧୀନରେ ଅନ୍ତର୍ଜାତୀୟ ମାନର ତାଲିମ ନେବେ ଛାତ୍ର ଛାତ୍ରୀ। ଏହି ଅନୁଭୂତି ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ତାଲିମକୁ ଏକ ନୂଆ ଦିଗ ଦେବା ସହ ସେମାନଙ୍କ ମନରେ ନୂଆ ସାହସ ଆଣିଦେବ।

"ସିଙ୍ଗାପୁରରେ ନୂଆ ନୂଆ କଥା ଶିଖିବା ସହ ଏଭଳି ଏକ ନୂଆ ପରିବେଶ ଦେଖିବାର ସୁଯୋଗ ପାଇବି" ବୋଲି କହିଛନ୍ତି ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନର ଛାତ୍ର ଆୟୁଷ ପ୍ରଧାନ। ଅନ୍ୟପଟେ "ସିଙ୍ଗାପୁରରେ ଆମକୁ ଡ୍ରୋନ ଏବଂ ରୋବୋଟିକ୍ସ ବିଷୟରେ ବହୁତ କିଛି ନୂଆ କଥା ଶିଖିବାକୁ ମିଳିବ। ଏହାସହ ସିଙ୍ଗାପୁରର ବିଭିନ୍ନ ସ୍ଥାନକୁ ଅତି ପାଖରୁ ଦେଖିବାକୁ ପାଇବି। ତେଣୁ ଏଥିପାଇଁ ମୁଁ ବହୁତ ଉତ୍ସାହିତ ବୋଲି କହିଛନ୍ତି" ଇଲେକ୍ଟ୍ରିକାଲ ଟେକ୍ନୋଲୋଜିର ଛାତ୍ରୀ ଅଲିଭା ପ୍ରିୟଦର୍ଶିନୀ ସାହୁ।

ଏହା ବି ପଢନ୍ତୁ...ଯୁବପିଢିଙ୍କ ଦକ୍ଷତା ବିକାଶ ପାଇଁ ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର, ITI ଓ ଡିପ୍ଲୋମା ପିଲାଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ସୂଚନା ଅନୁଯାୟୀ, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଏବଂ ସିଙ୍ଗାପୁର ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପ୍ରତିବର୍ଷ ଏହି ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ପ୍ରତି ବର୍ଷ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇ ୨ ସପ୍ତାହ ପାଇଁ ସିଙ୍ଗାପୁରର ଇନଷ୍ଟିଚ୍ୟୁଟ ଅଫ୍ ଟେକନିକାଲ ଏଜୁକେସନକୁ (ଆଇଟିଇ) ପଠାଯାଉଛି। ଏହି ସମୟ ମଧ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରରୁ ଯାଇଥିବା ଛାତ୍ରଛାତ୍ରୀମାନେ ଆଇଟିଇରେ ଅତିରିକ୍ତ ତାଲିମ ନେବା ସହ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ସହ ମିଶିବାର ସୁଯୋଗ ପାଇବେ। ଏହାସହ ସେମାନେ ସିଙ୍ଗାପୁର ଭଳି ଅତ୍ୟାଧୁନିକ ସହରର ବିଭିନ୍ନ ସ୍ଥାନ ବୁଲି ଦେଖିବେ।

ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ତଥା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରରେ ସ୍ଥାପନ କରାଯାଇଛି ‘ବିଶ୍ୱ ଦକ୍ଷତା କେନ୍ଦ୍ର’। ଏଠାରେ ୭ଟି ଅତ୍ୟାଧୁନିକ ବିଷୟରେ ଓଡ଼ିଶାର ଯୁବପୀଢ଼ିଙ୍କୁ ଫିନିସିଙ୍ଗ୍ ସ୍କୁଲ ଢାଞ୍ଚାରେ ତାଲିମ ଦିଆଯାଇ ଦେଶ ବିଦେଶର ଶିଳ୍ପ ଦୁନିଆ ଏବଂ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇଁ ପ୍ରସ୍ତୁତ କରାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.