ETV Bharat / state

ଦକ୍ଷତା ବିକାଶ ପ୍ରତିଷ୍ଠାନର ସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ - ଦକ୍ଷତା ବିକାଶ ପ୍ରତିଷ୍ଠାନ ଖୋର୍ଦ୍ଧା

ଦକ୍ଷତା ବିକାଶ ପ୍ରତିଷ୍ଠାନ ଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପସ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ତରାବୋଇ ଠାରେ ଲୋକାର୍ପଣ ହୋଇଯାଇଛି। ଅଧିକ ପଢନ୍ତୁ...

ଦକ୍ଷତା ବିକାଶ ପ୍ରତିଷ୍ଠାନର ସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ

author img

By

Published : Aug 20, 2021, 4:16 PM IST

Updated : Aug 22, 2021, 11:35 PM IST

ଖୋର୍ଦ୍ଧା: ଦକ୍ଷତା ବିକାଶ ପ୍ରତିଷ୍ଠାନ ଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପସ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ତରାବୋଇ ଠାରେ ଲୋକାର୍ପଣ ହୋଇଯାଇଛି। ଏହି ସ୍ଥାୟୀ କ୍ୟାମ୍ପସ 46 ଏକର ଜମିରେ ନିର୍ମାଣ କରାଯାଇ ଏଠାରେ ସ୍ବଦେଶୀ ଭିତ୍ତିଭୂମି ଓ ଜ୍ଞାନକୌଶଳ ବଳରେ ଏକ ଅନୁକୂଳ ପ୍ରତିଭା ଭଣ୍ଡାର ସୃଷ୍ଟି କରାଯାଇଛି। ଆଗାମୀ 10 ବର୍ଷ ମଧ୍ୟରେ 50 ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି।

ଦକ୍ଷତା ବିକାଶ ପ୍ରତିଷ୍ଠାନର ସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ

ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ ପାଇଁ ବେରୋଜଗାର ଓ ଅବହେଳିତ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଏବଂ ଉଦ୍ୟୋଗୀ କରାଇବା ପାଇଁ ଏହି ମେଗା କ୍ୟାମ୍ପସ ଲୋକାର୍ପଣ ହୋଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ, ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି, ଦକ୍ଷତା ବିକାଶ ରାଷ୍ଟ୍ର ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ଅନ୍ୟତମ ମୁଖ୍ୟ ଅତିଥି ଭାବେ ଭର୍ଚୁଆଲରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Aug 22, 2021, 11:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.