ETV Bharat / state

୬.୫ ଲକ୍ଷ ଯୁବକଙ୍କୁ ମିଳୁଛି ଦକ୍ଷତା ବିକାଶ ତାଲିମ: ଦକ୍ଷତା ବିକାଶ ମନ୍ତ୍ରୀ - ସଚିବ ଉଷା ପାଢ଼ୀ

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ସଫଳତାର ହିସାବ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଓ ସଚିବ ଉଷା ପାଢ଼ୀ । ୬.୫ ଲକ୍ଷ ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଉଛି ଏବଂ ସୁଦକ୍ଷା ଯୋଜନା ସଫଳ ହୋଇଛି‌ ବୋଲି ମନ୍ତ୍ରୀ କହିଛନ୍ତି । ଅଧିକ ପଢ଼ନ୍ତୁ

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରେସମିଟ୍‌

author img

By

Published : May 27, 2023, 10:29 PM IST

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରେସମିଟ୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ସଫଳତାର ହିସାବ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ । ୨୦୧୯-୨୦ ଆର୍ଥିକ ବର୍ଷରୁ ୬.୫ ଲକ୍ଷ ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଗତ ୪ ବର୍ଷରେ ଦକ୍ଷତା ପ୍ରତିଷ୍ଠାନ ଗୁଡିକ ଭିତ୍ତିଭୂମି ସମ୍ପ୍ରସାରଣ କରାଯାଇଛି । ୩୪ଟି ସରକାରୀ ପଲିଟେକନିକ୍, ୮୨ଟି ଦକ୍ଷତା ବିକାଶ କେନ୍ଦ୍ର, ଦୁଇଟି ପରିଚାଳନା ପ୍ରତିଷ୍ଠାନ, ୫ଟି ଇଞ୍ଜିନିୟରିଂ କଲେଜ ଏବଂ ୩ଟି ବୈଷୟିକ ବିଶ୍ଵବିଦ୍ୟାଳୟ ସହ ୬୦ ଶିଳ୍ପ ତାଲିମ କେନ୍ଦ୍ରରେ ଯୁବବର୍ଗଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ସେହିଭଳି ଆଇଟିଆଇରେ ଝିଅ ମାନଙ୍କ ନାମଲେଖାକୁ ଅଧିକ କରିବା ପାଇଁ ସରକାରଙ୍କ ସୁଦକ୍ଷା ଯୋଜନା ସଫଳ ହୋଇଛି‌ । ରାଜ୍ୟରେ ବେକାରୀ ହାର ହ୍ରାସ ପାଇଛି ‌। ଏକ ସମୃଦ୍ଧ ଭବିଷ୍ୟତ ପାଇଁ ପ୍ରଯୁକ୍ତିବିଦ୍ୟା ଦ୍ବାରା ପରିଚାଳିତ ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଦକ୍ଷତା ବିକାଶ ବିଭାଗ ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ କହିଛନ୍ତି । ବିଭାଗୀୟ ସଚିବଙ୍କ ସୂଚନା ଅନୁସାରେ, ଟେକ୍‌ନିକାଲ କ୍ଷେତ୍ରରେ ଯେଉଁ ସବୁ ଅନୁଷ୍ଠାନ ରହିଛି, ସେସବୁକୁ ଉଚ୍ଚମାନର କରାଯାଇଛି । କେବଳ ITI ଛାତ୍ର ନୁହନ୍ତି, ସ୍କୁଲ ପାସ ଆଉଟ ପିଲାଙ୍କ ଦକ୍ଷତା ବିକାଶକୁ ମଧ୍ୟ ଗୁରୁତ୍ଵ ଦିଆଯାଇଛି । ରୋଜଗାର ବଢାଇବା ପାଇଁ ବିଭାଗ ସଦାସର୍ବଦା ଚେଷ୍ଟାରତ । ଶିକ୍ଷାର ମାନ ବୃଦ୍ଧି ପାଇଁ ଭଲ ଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ରାଜ୍ୟବାସୀ ଓ ଛାତ୍ର ମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ପରିଚିତ କରିବା ପାଇଁ ବିଶ୍ବସ୍ତରୀୟ ସଂସ୍ଥା ସହ ସମ୍ପର୍କ ସ୍ଥାପନ କରାଯାଇଛି ।

ସେହିଭଳି ସ୍କିଲ ଓଡ଼ିଶା କନକ୍ଲେଭରେ ୨୪ଟି ବିଭିନ୍ନ ବିଶ୍ବସ୍ତରୀୟ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର କରାଯାଇଛି । ପିଲାମାନଙ୍କୁ ଟେକ୍ନୋଲୋଜି କ୍ଷେତ୍ରକୁ ଆକର୍ଷିତ କରିବା ପାଇଁ ଓ ସୁଯୋଗ ଯୋଗାଇ ଦେବାପାଇଁ ସରକାରୀ ବିଦ୍ୟାଳୟର ଇଞ୍ଜିନିୟିର ଛାତ୍ର ମାନଙ୍କ ପାଇଁ ୧୫ ଶତକଡ଼ା ସଂରକ୍ଷଣ ରଖାଯାଇଛି । ପ୍ରାୟ ୧୯ଟି ଜିଲ୍ଲାରେ ITER କଲେଜ ଓ ଅନେକ ଜିଲ୍ଲାରେ ପଲିଟେକନିକ୍‌ କଲେଜ ଖୋଲାଯାଇଛି । ପୂର୍ବବର୍ଷ ୮୧୧ କୋଟିର ବଜେଟ ରଖାଯାଇଥିବା ବେଳେ ଚଳିତ ବର୍ଷ ଏଥିରେ ବୃଦ୍ଧି କରାଯାଇ ୯୮୬ କୋଟି କରାଯାଇଛି । ଏଥିସହ ଚଳିତ ବର୍ଷ ବିଭାଗ ମୁଖ୍ୟତଃ ୫ଟି ସଫଳତା ହାସଲ କରିଛି । ସେଗୁଡିକ ହେଉଛି ITIର ସୁଦୃଢ଼ୀକରଣ, ଶିକ୍ଷାରେ ବାଳିକା ମାନଙ୍କୁ ଅଧିକ ସଂପୃକ୍ତ କରାଯାଇଛି, ଉତ୍କର୍ଷର କେନ୍ଦ୍ର ଗୁଡିକ ଉଦ୍‌ଘାଟନ କରାଯାଇଛି, ନାନୋ ୟୁନିକର୍ଣ୍ଣର ଶୁଭାରମ୍ଭ ଏବଂ ଓଡ଼ିଶା କନକ୍ଲେଭ୍ ପରି ବିଶ୍ଵସ୍ତରୀୟ କନକ୍ଲେଭର ଆୟୋଜନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.