ଭୁବନେଶ୍ବର: ଇସ୍ପାତ ନଗରୀ ବାସିନ୍ଦାଙ୍କ ପାଇଁ ଖୁସି ଖବର । ଆଜିଠୁ ମୋ ବସ୍ ଯାତ୍ରାରେ ଯୋଡି ହେଲା 6ଟି ନୂଆ ରୁଟ୍ । ଅର୍ଥାତ 6ଟି ନୂଆ ରୁଟ ଦେଇ ଯାତାୟତ କରିବ ମୋ ବସ୍ । ଏନେଇ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି ।
ନଜର ପକାନ୍ତୁ କେଉଁ କେଉଁ ରୁଟ ଦେଇ ଯାତାୟତ କରିବ ମୋ ବସରୁଟ ୧୧୦- ରାଉରକେଲା ନୂଆ ବସ୍ଷ୍ଟାଣ୍ଡ୍-କାଲୁଙ୍ଗା (ଭାୟା ରଘୁନାଥପଲ୍ଲୀ)ରୁଟ ୧୧୩: ରାଉରକେଲା ନୂଆ ବସଷ୍ଟାଣ୍ଡ୍-ଉସ୍ରା (ଭାୟା ଏନ୍ଏଚ୍)ରୁଟ ୧୧୪: ରାଉରକେଲା ନୂଆ ବସ୍ଷ୍ଟାଣ୍ଡ୍-ନୂଆଗାଁ (ଭାୟା ହାତୀବାରି)ରୁଟ ୧୧୫: ରାଉରକେଲା ନୂଆ ବସ୍ଷ୍ଟାଣ୍ଡ୍-ପୋତାବ (ଭାୟା ହାତୀବାରି)ରୁଟ ୧୧୬-ରାଉରକେଲା ନୂଆ ବସ୍ଷ୍ଟାଣ୍ଡ୍-ଲୋରାମ୍ (ଭାୟା-ଏନ୍ଆଇଟି, ଜଗଦା ଛକ, ଖୁଟାଗାଁ,ସୋରଡ଼ା)ରୁଟ ୧୧୭: ରାଉରକେଲା ନୂଆ ବସଷ୍ଟାଣ୍ଡ୍-ଜରେଇକେଲା (ଭାୟା-ବଣ୍ଡମୁଣ୍ଡା, ବିଶ୍ରା)
ଏନେଇ କ୍ରୁଟର ଏମଡି ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି କି, "ଜନ ସାଧାରଣଙ୍କ ମତାମତକୁ ଆମେ ସର୍ବଦା ସମ୍ମାନ ଦେଇଥାଉ । ନାଗରିକମାନଙ୍କ ଠାରୁ ବହୁ ସଂଖ୍ୟାରେ ଅନୁରୋଧ ପାଇବା ପରେ ଆମେ ନୂଆ ରୁଟ୍ର ଶୁଭାରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ । ୨୦୨୩ ଏପ୍ରିଲ୍ ୧ରୁ ଅର୍ଥାତ ଆଜିଠୁ ମୋ ବସ୍ର ନୂଆ ଫ୍ଲିଟ୍ର ଚଳାଚଳ ଶୁଭାରମ୍ଭ ହେବ । ସହରରେ ମୋ ବସ୍କୁ ଗମନାଗମନର ସବୁଠୁ ପସନ୍ଦର ମାଧ୍ୟମରେ ପରିଣତ କରିବାକୁ ଆମେ ଉଦ୍ୟମ ଜାରି ରଖିଛୁ ।"ଯାତ୍ରୀମାନଙ୍କୁ ଆମେ ସର୍ବଦା ଅଗ୍ରାଧିକାର ଦେଇଥାଉ ଏବଂ ଯୋଡ଼ାଯାଇଥିବା ୬ ନୂଆ ରୁଟ୍ ଲୋକଙ୍କ ଦୀର୍ଘ ଦିନର ଚାହିଦା ଥିଲା । ଏହି ନୂଆ ରୁଟ ଦ୍ବାରା ରାଉରକେଲାର ଲୋକମାନେ ଉପକୃତ ହେବେ ଏବଂ ସେମାନଙ୍କ ଚିନ୍ତାମୁକ୍ତ ଗମନାଗମନ ଅନୁଭୂତିକୁ ତାହା ନିଶ୍ଚିତ କରିବ ବୋଲି କ୍ରୁଟ୍ର ଜିଏମ୍ ଦୀପ୍ତି ମହାପାତ୍ର କହିଛନ୍ତି । ସମାନ ପରିମାଣର ବିଶ୍ବାସ ଓ ଆଗ୍ରହକୁ ନେଇ ମୋ ବସ୍ ଆପଣମାନଙ୍କୁ ସେବା ପ୍ରଦାନ ଜାରି ରଖିଛି । କ୍ରୁଟର ଅଫିସିଆଲ ସୋସିଆଲ ମିଡିଆ ହାଣ୍ଡେଲରେ ରୁଟ ରହଣୀ ଏବଂ ନିର୍ଘଣ୍ଟର ସବିଶେଷ ବିବରଣୀ ଉପଲବ୍ଧ ରହିଛି ।କ୍ରୁଟ୍ ସର୍ବଦା ପହଞ୍ଚୁଥିବା, ସୁଲଭ ଓ ଦୀର୍ଘସ୍ଥାୟୀ ପରିବହନ ସେବା ଉପରେ ବିଶ୍ବାସ କରେ । ତାହାର ପ୍ରସାର କରିବା ଲାଗି ଏହା ନାଗରିକମାନଙ୍କ ମତାମତ ଓ କରାଯାଉଥିବା ସର୍ବେକ୍ଷଣ ଅନୁସାରେ ମୋ ବସ୍ ନେଟୱର୍କରେ ନୂଆ ରୁଟ୍ ଯୋଡ଼ିବା ଜାରି ରଖିଛି । ଆଜି ଠାରୁ ରାଉରକେଲାରେ ଏହି ମୋ ବସ୍ ରୁଟ ଗୁଡ଼ିକରେ ଜନ ସାଧାରଣଙ୍କ ପାଇଁ ସେବା ଆରମ୍ଭ ହେବ ।ସୂଚନା ଥାଉକି, ହକି ବିଶ୍ବକପକୁ ଦୃଷ୍ଟିରେ ରଖି ରାଉରକେଲାରେ ଆରମ୍ଭ ହୋଇଥିଲା ମୋ ବସ ସେବା । ଜାନୁଆରୀ ୫ ତାରିଖରେ ଷ୍ଟିଲ ସିଟିରେ ମୋ ବସର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ୩୦ଟି ବସ ଚଳାଚଳ କରୁଥିବା ବେଳେ ଏବେ ରୁଟ୍ ସଂଖ୍ୟାକୁ ବର୍ଦ୍ଧିତ କରାଯାଇଛି । ଏହା ଦ୍ବାରା ଯାତାୟତରେ ଉପକୃତ ହେବେ ଇସ୍ପାତ ନଗରବାସୀ ।
ଇଟିଭି ଭାରତ, ଭୁବନେଶ୍ବର