ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ଶିବରାଜଙ୍କ ତେରେଛା ବାଣ: ‘ରାଜ୍ୟ ଶାସନ କରୁଛନ୍ତି ପାଣ୍ଡିଆନ’

author img

By

Published : Aug 10, 2019, 8:01 PM IST

Updated : Aug 10, 2019, 8:48 PM IST

ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନରେ ଯୋଗଦେଲେ ଶିବରାଜ ସିଂହ ଚୌହ୍ବାନ । ଏହି ଅବସରରେ ସେ ରାଜ୍ୟ ସରକାର ଓ କଂଗ୍ରେସକୁ ଜୋରଦାର ସମାଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଓଡିଶାକୁ 2 ଦିନିଆ ଗସ୍ତରେ ଆସିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ । ଖୋର୍ଦ୍ଧାର ଗୀତା ଭବନ ପଡିଆରେ ଆୟୋଜିତ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟସରକାର ଓ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

କାଶ୍ମୀର ପ୍ରସଙ୍ଗରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି । ଆଉ ଓଡିଶାର ଦାରିଦ୍ରତା ପାଇଁ ଉଭୟ କଂଗ୍ରେସ ଓ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ଖାଲି ସେତିକି ନୁହେଁ ଓଡିଆ ଭାଷା ନ କହି ପାରିବାକୁ ନେଇ ନବୀନଙ୍କୁ ତେରେଛା ବାଣ ମାରିଛନ୍ତି ଶିବରାଜ । ରାଜ୍ୟର ଶାସନ ଡୋରି ମୁଖ୍ୟମନ୍ତ୍ରୀ ହାତରେ ନାହିଁ । ପାଣ୍ଡିଆନଙ୍କ ହାତରେ ରହିଛି ବୋଲି କହିଛନ୍ତି ଚୌହାନ ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଜ୍ୟ ବିଜେପି ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ସମେତ ବହୁ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ପଣ୍ଡା, ଇଟିଭି ଭାରତ

Last Updated : Aug 10, 2019, 8:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.