ETV Bharat / state

ହ୍ୟାଙ୍ଗିଗ ନଟ ପାଇଁ ହତ୍ୟା ସନ୍ଦେହ, ସ୍କାନରରେ ପ୍ରେମିକା ପରିବାର

ରାଜଧାନୀରେ ପ୍ରେମର କରୁଣ ପରିଣତି। ପ୍ରେମ ପାଇଁ ବଳିପଡିଲା ପ୍ରେମିକ ଜୀବନ । ଚାଲିଗଲା ୨୮ ବର୍ଷିୟ ଯୁବକ ଅତୁଲ୍ୟ ପରିଡାର ପ୍ରାଣ। ଶୋକରେ ଛଟପଟ ପୁଅର ପରିବାର । ପାରିପାର୍ଶିକ ପରିସ୍ଥିତି ପାଇଁ ପ୍ରେମିକା ଉପରେ ବଢିଛି ହତ୍ଯା ସଂଦେହ।

author img

By

Published : Jun 11, 2019, 9:48 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀର ଶିଶୁପାଳଗଡ ରଘୁନାଥନଗରରେ ଘର ଭିତରୁ ମିଳିଛି ଝୁଲନ୍ତା ମୃତଦେହ । ଏହି ଘଟଣାରେ ପୋଲିସର ବଢିଛି ହତ୍ଯା ସନ୍ଦେହ। ହ୍ଯାଙ୍ଗିଂ ନଟ ବା ପୋଲିସର ତଦନ୍ତ ଅନୁଯାୟୀ ଏଭଳି ପ୍ରକାରରେ ୯୦ ପ୍ରତିଶତ ମର୍ଡର କେସରେ ହୋଇଥାଏ ହ୍ଯାଙ୍ଗିଗ । ବାକି ୧୦ ପ୍ରତିଶତ ସୁଇସାଇଡ ହୋଇଥାଏ ବୋଲି କମିସନରେଟ ପୋଲିସ ପକ୍ଷରୁ ସୁଚନା ମିଳିଛି। ତେବେ ପ୍ରେମ ପାଇଁ ଏପରି ହତ୍ଯାକାଣ୍ଡ ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି ଅତୁଲ୍ଯର ପରିବାର ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରେମିକା ଓ ତାର ପିଉସି ଏଭଳି ଏକ ଜଘନ୍ଯ କାଣ୍ଡ ଘଟାଇ ଆତ୍ମହତ୍ଯାର ରୂପ ଦେବାକୁ ଏପରି କରିଥିବା ମୃତକର ବାପା ଏବଂ ଭାଇ ଅଭିଯୋଗ ଆଣିଛନ୍ତି । ଏନେଇ ପୋଲିସ ମୃତଦେହର ପୋଷ୍ଟମର୍ଟମ କରିଥିବା ବେଳେ ମୃତକର ମୋବାଇଲକୁ ସିଜ କରି କଲ ଡିଟେଲର ଯାଞ୍ଚ ଚଳାଇଛି।

ତେବେ ମୃତକ ଅତୁଲ୍ଯ ଓ ତାଙ୍କ ପଡୋଶୀ ଘରେ ରହୁଥିବା ଜଣେ ଯୁବତୀଙ୍କ ସହ ଗଢିଉଠିଥିଲା ପ୍ରେମସମ୍ପର୍କ । ତେବେ ୬ ବର୍ଷର ପ୍ରେମ ସମ୍ପର୍କ ନେଇ ଉଭୟଙ୍କ ପରିବାର ଜାଣିଥିଲେ ସୁଦ୍ଧା ହଠାତ ପ୍ରେମିକା ଅର୍ଥାତ ଯୁବତୀ ଜଣକ ହଷ୍ଟେଲରେ ରହି ଏମବିଏ ପଢିବା ପରଠୁ ପ୍ରେମିକ ତାଙ୍କ ଘର ଠାରୁ ଦୁରରେ ରହୁଥିଲେ । ତେବେ ପ୍ରେମିକା ଦେଇଥିବା ବୟାନ ଅନୁସାରେ ଉଭୟଙ୍କ ବାହାଘର ନେଇ ଚିନ୍ତିତ ଥିଲେ ପ୍ରେମିକ ଅତୁଲ୍ଯ । ଏପରିକି ଉଭୟଙ୍କ ମଧ୍ଯରେ ମୃତ୍ଯର ପୂର୍ବଦିନ ମାରପିଟ ଓ ଝଗଡା ହୋଇଥିବା ପୋଲିସ ଆଗରେ କହିଛି ପ୍ରେମିକା ।

ତେବେ ଅତୁଲ୍ଯ ଆତ୍ମହତ୍ଯା କରିଛନ୍ତି ନା ତାଙ୍କୁ ହତ୍ଯା କରାଯାଇଛି ସେ ନେଇ ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । ଏନେଇ ଧଉଳିଥାନା ପୋଲିସ ଅପମୃତ୍ଯ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ମୃତକ ପରିବାର ପକ୍ଷରୁ ଥାନାରେ ହୋଇଛି ହତ୍ଯା ଅଭିଯୋଗ ।

ଭୁବନେଶ୍ବରରୁ ତାପସ ପରିଡା଼, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.