thumbnail

ସ୍ୟାଣ୍ଡ ଆନିମେସନରେ ମା’ ଦୁର୍ଗା

By ETV Bharat Odisha Team

Published : 3 hours ago

ବ୍ରହ୍ମପୁର: ଶାରଦୀୟ ଦୁର୍ଗାପୂଜାକୁ ନେଇ ମା' ଦୁର୍ଗାଙ୍କ ସ୍ୟାଣ୍ଡ୍ ଆନିମେସନ୍ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ସହରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ନବରାତ୍ର ପୂଜାକୁ ନେଇ ବିଭିନ୍ନ ପୂଜା ମଣ୍ଡପରେ ମା'ଙ୍କ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଏହି ଅବସରରେ ବାଲୁକା ଶିଳ୍ପୀ ସତ୍ୟ ମହାରଣା ମା' ଦୁର୍ଗାଙ୍କ ରୂପକୁ ସ୍ୟାଣ୍ଡ୍ ଆନିମେସନ ମାଧ୍ୟମରେ ସ୍ଥାନିତ କରିଛନ୍ତି । ଏପରିକି ସେ ପ୍ରଥମଥର ପାଇଁ କଲର ବ୍ୟବହାର କରି ସାଣ୍ଡ୍ ଆନିମେସନରେ ଦୁର୍ଗାଙ୍କ ପ୍ରତିକୃତି ପ୍ରସ୍ତୁତ କରିଛନ୍ତି । ଚଳିତ ଥର ସତ୍ୟ ପ୍ରସ୍ତୁତ କରିଥିବା ମା' ଦୁର୍ଗାଙ୍କ ମୁଖମଣ୍ଡଳ, ନାରୀକୁ ସମ୍ମାନ ଦେବା, ଶିଶୁଙ୍କୁ ଭଲ ପାଇବା, ନାରୀଙ୍କୁ ମାତୃ ରୂପରେ ପୂଜା କରିବା ଭଳି ବାର୍ତ୍ତା ପ୍ରଦାନ କରିଥିବା କହିଛନ୍ତି । ଏହାକୁ ପ୍ରସ୍ତୁତ କରିବାକୁ ସତ୍ୟଙ୍କୁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିବା ବେଳେ ସେ ୨ ମିନିଟ୍ ୨୭ ସେକେଣ୍ଡର ଭିଡିଓ ପ୍ରସ୍ତୁତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରା, ଗୋଷାଣୀ ରୂପେ ପୂଜା ପାଆନ୍ତି ମା' ଦୁର୍ଗା

ଏହା ମଧ୍ୟ ପଢ଼ନ୍ତୁ...ଦୂର୍ଗାପୂଜାରେ ଝଲସିବ ଝାରସୁଗୁଡ଼ା, ଶୋଭା ପାଇବ ଆଖି ଲାଖିଯିବା ପରି ତୋରଣ

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.