ETV Bharat / health

କ୍ୟାଟ୍ରିନାଙ୍କୁ ହେଲା କି ଡାଇବେଟିସ୍ ? ହାତରେ କଳା ପ୍ୟାଚ୍ ଦେଖି ଚିନ୍ତାରେ ଫ୍ୟାନ୍ସ - DOES KATRINA HAVE DIABETES

ଚର୍ଚ୍ଚାରେ କ୍ୟାଟ୍ରିନା କୈଫଙ୍କ ହାତର କଳା ପ୍ୟାଚ୍ । କ'ଣ ଏହି ପ୍ୟାଚ୍ ? ଯାହାକୁ ଦେଖି କ୍ୟାଟ୍‌ଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଚିନ୍ତା ପ୍ରକଟ କଲେ ଫ୍ୟାନ୍ସ ।

କ୍ୟାଟ୍ରିନାଙ୍କୁ ହେଲା କି ଡାଇବେଟିସ୍ ? ହାତରେ କଳା ପ୍ୟାଚ୍ ଦେଖି ଚିନ୍ତାରେ ଫ୍ୟାନ୍ସ
କ୍ୟାଟ୍ରିନାଙ୍କୁ ହେଲା କି ଡାଇବେଟିସ୍ ? ହାତରେ କଳା ପ୍ୟାଚ୍ ଦେଖି ଚିନ୍ତାରେ ଫ୍ୟାନ୍ସ (Etv BharatINSTAGRAM)
author img

By ETV Bharat Health Team

Published : Oct 9, 2024, 5:04 PM IST

Katrina Kaif Diabetes Black Patch: ବଲିଉଡ୍ ଡିଭା କ୍ୟାଟ୍ରିନା କୈଫ ନିକଟରେ ଏକ ନବରାତ୍ରି ଇଭେଣ୍ଟରେ ସାମିଲ ହୋଇଥିଲେ । ସେ ହାଲୁକା ଗୋଲାପୀ ରଙ୍ଗର ଶାଢୀରେ ଅତି ସୁନ୍ଦର ଦିଶୁଥିଲେ । ଏହି ସମୟର ଅଭିନେତ୍ରୀଙ୍କ ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଫଟୋରେ କ୍ୟାଟ୍ରିନାଙ୍କ ପାରମ୍ପରିକ ଲୁକ୍ ସହ ଆଉ ଏକ ଜିନିଷ ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରିଛି । ତା' ହେଲା ତାଙ୍କର ହାତରେ ଲାଗିଥିବା କଳା ରଙ୍ଗର ପ୍ୟାଚ୍ । ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।

କ୍ୟାଟ୍ରିନାଙ୍କ ହାତରେ ଏହି କଳା ପ୍ୟାଚକୁ ଦେଖି ଫ୍ୟାନ୍ସ ତାଙ୍କର ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ହୋଇପଡିଛନ୍ତି । ସେମାନେ ଚିନ୍ତା ପ୍ରକଟ କରିଛନ୍ତି ଯେ, କ୍ୟାଟ୍ରିନାଙ୍କୁ ଆଉ ଡାଇବେଟିସ୍ ହୋଇନାହିଁ ତ ! ତାଙ୍କର ଭାଇରାଲ ଫଟୋ ଓ ଭିଡିଓରେ ଫ୍ୟାନ୍ସ କମେଣ୍ଟ କରି ନିଜ ଚିନ୍ତା ଜାହିର୍ କରିବା ସହ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଛନ୍ତି । ଜଣେ ୟୁଜର ପଚାରିଛନ୍ତି, ଆପଣ ଠିକ୍ ଅଛନ୍ତି ତ ? ଆଉ ଜଣେ ଅନୁମାନ ଲଗାଇଛନ୍ତି ଏହା ମେଡିକାଲ ପ୍ୟାଚ୍ ଭଳି ଲାଗୁଛି । ସେହିପରି ଆଉ ଏକ ୟୁଜର ଲେଖିଛନ୍ତି, କ୍ୟାଟ୍ରିନାଙ୍କୁ ଡାଇବେଟିସ୍ ହୋଇଛି କି ?

କ'ଣ ଏହି କଳା ପ୍ୟାଚ ?

କହିରଖୁଛୁ କି, ଏହି କଳା ପ୍ୟାଚ୍ ସାଧାରଣତଃ ଡାଇବେଟିସ୍ ଥିଲେ ଦେଖିବାକୁ ମିଳେ । ଡାଇବେଟିସ୍ ରୋଗୀ ନିଜର ବ୍ଲଡ ସୁଗାର ସ୍ତର ଉପରେ ନଜର ରଖିବାକୁ ଏହି ପ୍ୟାଚ୍ ପିନ୍ଧିଥାନ୍ତି ।

କ୍ୟାଟ୍ ପିନ୍ଧିଥିବା କଳା ପ୍ୟାଚ ସାଧାରଣତଃ ବ୍ଲଡ ସୁଗାର ମନିଟର ପ୍ୟାଚ୍ ଭଳି ଲାଗୁଛି, ଯାହାକି ଟାଇପ-1 ଡାଇବେଟିସ୍ ମେଲିଟସ ଓ ଆଡଭାନ୍ସଡ ଟାଇପ-2 ଡାଇବେଟିସ୍ ମେଲିଟସ ପୀଡିତ ଲୋକଙ୍କୁ ପିନ୍ଧିବାକୁ ପରାମର୍ଶ ଦିଆଯାଏ । ପ୍ୟାଚ୍ ଲଗାତାର ବ୍ଲଡ ସୁଗାର ସ୍ତର ଟ୍ରାକ କରିଥାଏ । ଏହି ଡାଇବେଟିସ୍ ପ୍ୟାଚ୍ ବ୍ୟବହାର କରିବା ପାଇଁ ବାରମ୍ବାର ଆଙ୍ଗୁଠିରେ ରକ୍ତ ବାହାର କରିବାକୁ ପଡିନଥାଏ, ଯେଉଁ କାରଣରୁ ଏହା ଯନ୍ତ୍ରଣାବିହୀନ ଓ ସହଜ ଉପାୟ ହୋଇଥାଏ । ଯେଉଁ ଲୋକମାନେ ବାରମ୍ବାର ବ୍ଲଡ ଟେଷ୍ଟ କରାଇବାରେ ଯନ୍ତ୍ରଣା ଅନୁଭବ କରନ୍ତି, ସେମାନଙ୍କ ପାଇଁ ଏହା ସୁବିଧାଜନକ ।

ଯେହେତୁ କ୍ୟାଟ୍ରିନ କୈଫଙ୍କୁ ଡାଇବେଟିସ୍ ହେବାର କୌଣସି ସାର୍ବଜନିକ ସୂଚନା ନାହିଁ ତେଣୁ କିଛି ବିଶେଷଜ୍ଞ କହିଛନ୍ତି, ସେ ହାତରେ ପିନ୍ଧିଥିବା ପ୍ୟାଚ୍ ଅଲଟ୍ରାହ୍ୟୁମନ ଭଳି ଫିଟନେସ୍ ଟ୍ରାକର ବି ହୋଇପାରେ । ଏହି ଡିଭାଇସ୍ ବ୍ଲଡସୁଗାର ସହିତ ହୃଦସ୍ପନ୍ଦନ ଓ ନିଦ ପାର୍ଟନ ଉପରେ ନଜର ରଖେ । କ୍ୟାଟ୍ରିନ କୈଫ ନିଜ ଜୀବନଶୈଳୀ ଓ ଫିଟନେସ୍‌କୁ ନେଇ ଭାରି ସଜାଗ ରହୁଥିବାରୁ ଏହି ପ୍ୟାଚ୍ ଫିଟନେସ୍ ଟ୍ରାକର ହୋଇଥାଇପାରେ ।

ଏହା ମଧ୍ୟ ପଢନ୍ତୁ: ନବରାତ୍ରିର ସପ୍ତମ ଦିନରେ ପିନ୍ଧନ୍ତୁ ନୀଳ ରଙ୍ଗର ପୋଷାକ, ବର୍ଷିବ ମା' କାଳରାତ୍ରିଙ୍କ କୃପା - Navaratri 2024

ଏହା ମଧ୍ୟ ପଢନ୍ତୁ: ବିନା ଭିସାରେ ବୁଲନ୍ତୁ ବିଶ୍ବର ଏହି 7 ସୁନ୍ଦର ଦେଶ - Visa Free Countries For Indians

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.