ETV Bharat / state

୧୮ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ: ୩୪୫୭ କୋଟି ନିବେଶ, ୧୪୪୩୬ ନିଯୁକ୍ତି ସୁଯୋଗ

author img

By

Published : Jun 9, 2023, 7:46 AM IST

୩୪୫୭ କୋଟି ଟଙ୍କାର ୧୮ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ମଞ୍ଜୁରୀ । ଅଧିକ ପଢନ୍ତୁ

ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ
ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ

ଭୁବନେଶ୍ବର: ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି(SLSWCA) ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ବୈଠକରେ ୧୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ପାଇଁ ରାଜ୍ୟରେ ୩,୪୫୭ କୋଟି ପୁଞ୍ଜି ନିବେଶ ହେବ । ଏହି ନିବେଶ ଦ୍ବାରା ଓଡ଼ିଶାରେ ୧,୪୪୩୬ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ୧୮ଟି ଶିଳ୍ପ ମଧ୍ୟରୁ ମେକ ଇନ ଓଡ଼ିଶା କନକ୍ଳେଭ ୨୦୨୨ରେ ୧୦ଟି କମ୍ପାନୀ ନିବେଶ ପାଇଁ ପ୍ରସ୍ତାବ ଦେଇଥିଲେ ।

୨୦୨୨-୨୩ ଆର୍ଥିକ ବର୍ଷରେ ନିବେଶ ପ୍ରସ୍ତାବ କ୍ଷେତ୍ରରେ ଓଡ଼ିଶା ଦେଶର ଦ୍ବିତୀୟ ସ୍ଥାନରେ ଥିଲା । ଯେଉଁଠାରେ ଅଧିକରୁ ଅଧିକ ନିବେଶ ପାଇଁ ପ୍ରସ୍ତାବ ଆସିଥିଲା । ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ବିଭିନ୍ନ ଶିଳ୍ପ ସଂସ୍ଥାର ୩,୪୫୭ କୋଟି ଟଙ୍କାର ୧୮ଟି ପ୍ରକଳ୍ପକୁ ଗୁରୁବାର ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । ଅନ୍ୟ ୨ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ଉଚ୍ଚସ୍ତରୀୟ କମିଟିର ଅନୁମୋଦନ ନିମନ୍ତେ ସୁପାରିଶ କରିଛନ୍ତି । ଇଣ୍ଡିଆନ ଅଏଲ କର୍ପୋରେସନ ଓ ତୋଷାଳୀ ସିମେଣ୍ଟ ପ୍ରାଃ ଲିଃର ୨ଟି ପ୍ରକଳ୍ପକୁ ହାଇଲେଭଲ କମିଟିକୁ ପଠାଇବାକୁ ସିଙ୍ଗଲୱିଣ୍ଡୋ କମିଟି ସୁପାରିଶ କରିଛନ୍ତି ।

ଅନୁମୋଦିତ ଶିଳ୍ପ ପ୍ରକଳ୍ପରେ ରହିଛି ମେଟାଲ, ଡାଉନଷ୍ଟ୍ରିମିଂ, ଫାର୍ମାସ୍ୟୁଟିକାଲ, ଖାଦ୍ୟ ପ୍ରକ୍ରିୟାକରଣ, ସିମେଣ୍ଟ, ଟେକ୍ସଟାଇଲ ଏବଂ ପୋଷାକ, ଆଇଟି, ଇଏସଡିଏମ ଏବଂ ଏଗ୍ରୋ ପ୍ରକ୍ରିୟାକରଣ । ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଯାଜପୁର, ଖୋର୍ଦ୍ଧା, କୋରାପୁଟ, କଟକ, ସୁନ୍ଦରଗଡ଼, ଭଦ୍ରକ, ସୋନପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ହେବ । ମେଟାଲ ସେକ୍ଟରରେ ୯ଟି ପ୍ରକଳ୍ପ, ଏଗ୍ରୋ ଆଣ୍ଡ ଫୁଡ ପ୍ରୋସେସିଂ ସେକ୍ଟରରେ ୫ଟି ପ୍ରୋଜେକ୍ଟ ଏବଂ ଟେକ୍ସଟାଇଲ, ସିମେଣ୍ଟ, ଆଇଟି ଆଣ୍ଡ ଇଏସଡିଏମ ଏବଂ ଫାର୍ମାସ୍ୟୁଟିକାଲ୍ସ ସେକ୍ଟରରେ ଗୋଟିଏ ଲେଖାଏଁ ପ୍ରକଳ୍ପକୁ ଗ୍ରୀନ ସିଗନାଲ ଦିଆଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧୪୪୩୬ଜଣଙ୍କୁ ନିଯୁକ୍ତି ମିଳିପାରିବ ।

ଅନୁମୋଦିତ ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ୧୦ଟି ପ୍ରକଳ୍ପ ସ୍ଥାପନ ପ୍ରସ୍ତାବ ଗତ ୨୦୨୨ ମେକ ଇନ ଓଡ଼ିଶା କନକ୍ଲେଭରେ ମିଳିଥିଲା । ତୋଷାଳୀ ସିମେଣ୍ଟ ୫୨୫.୪୬ କୋଟି ଟଙ୍କା ବିନିମୟରେ ଚୌଦ୍ବାରରେ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିବ । ଉକ୍ତ କାରଖାନାରେ ୧୧୦ ଜଣଙ୍କୁ ନିଯୁକ୍ତି ମିଳିବ । ସେହିଭଳି କାଲଡ୍ରେ ଇଣ୍ଡିଆ ରିଫ୍ରାକ୍ଟରିଜ ଲିଃ ୫୦୦ କୋଟି ବ୍ୟୟରେ କଳିଙ୍ଗନଗରରେ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବ । ଏହା ଦ୍ବାରା ୩୦୦ ଲୋକଙ୍କୁ ଅତିରିକ୍ତ ନିଯୁକ୍ତି ମିଳିପାରିବ । ସେହିପରି ଅରୁନ୍ଧତୀ ବାନ୍ଧକଳା ଲିଃ ୫୫ କୋଟି ଟଙ୍କା ବ୍ୟୟରେ ସୋନପୁରରେ ଟେକ୍ସଟାଇଲ କମ୍ପାନୀ ସ୍ଥାପନ କରିବ । ଯାହାକି ବର୍ଷକୁ ୧.୮୦ ଲକ୍ଷ ଶାଢ଼ୀ ପ୍ରସ୍ତୁତ କରିବ । ଏହା ୯୦୩୫ ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.