ଖୋର୍ଦ୍ଧା: ବେଗୁନିଆ ବ୍ଳକ ଶିମୋର ଗ୍ରାମରୁ ଜଣେ ସ୍ଥାନୀୟ ବ୍ୟକ୍ତି କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଏଡାଇବା ପାଇଁ ଉକ୍ତ ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ସଟଡାଉନ କରାଯାଇଛି ।
![ଶିମୋର ଗ୍ରାମପଞ୍ଚାୟତ ସଡଡାଉନଶିମୋର ଗ୍ରାମପଞ୍ଚାୟତ ସଡଡାଉନ](https://etvbharatimages.akamaized.net/etvbharat/prod-images/od-kud-shut-down-dry-od10017_15082020183458_1508f_1597496698_392.jpg)
ସ୍ଥାନୀୟ ଅଞ୍ଚଳର ହାଟସାହି, ଚମ୍ପତିପୁର, ଶିମୋର ,ଶିମୋରପାଟଣା ଓ ଶିମୋର ବଜାର ଅଞ୍ଚଳକୁ ସ୍ଥାନୀୟ ସରପଞ୍ଚ ସରୋଜିନୀ ଖୁଣ୍ଟିଆ ଶନିବାର ଦିନ ୧୨ଟାରୁ ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସଡଡାଉନ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଯଦି କୌଣସି ଦୋକାନୀ ସଡଡାଉନ ସମୟରେ ଦୋକାନ ଖୋଲିବ ତେବେ ପ୍ରଶାସନ ପକ୍ଷରୁ ୧ମାସ ପର୍ଯ୍ୟନ୍ତ ଉକ୍ତ ଦୋକାନକୁ ବନ୍ଦ କରିଦିଆଯିବ ବୋଲି ସରପଞ୍ଚ ଚିଠି ମାଧ୍ୟମରେ ଜଣାଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ