ETV Bharat / state

ମରଣଯନ୍ତା ପାଲଟିଛି ସିକୋ-ଚାନ୍ଦପୁର ମୁଖ୍ୟ ରାସ୍ତା

author img

By

Published : Nov 12, 2021, 7:28 PM IST

ଖୋର୍ଦ୍ଧା ଜିଲ୍ଲାର ସିକୋଠାରୁ ମୟୁରଝାଲିଆ ଦେଇ ଚାନ୍ଦପୁର ଯାଇଥିବା ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା । ବାରମ୍ବାର ଅବଗତ ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ମରଣଯନ୍ତା ପାଲଟିଛି ସିକୋ-ଚାନ୍ଦପୁର ମୁଖ୍ୟ ରାସ୍ତାମରଣଯନ୍ତା ପାଲଟିଛି ସିକୋ-ଚାନ୍ଦପୁର ମୁଖ୍ୟ ରାସ୍ତା
ମରଣଯନ୍ତା ପାଲଟିଛି ସିକୋ-ଚାନ୍ଦପୁର ମୁଖ୍ୟ ରାସ୍ତା

ଖୋର୍ଦ୍ଧା: ଗମନାଗମନର ସୁବିଧା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଖୋର୍ଦ୍ଧା ସିକୋ ଠାରୁ ମୟୁରଝାଲିଆ ଦେଇ ଚାନ୍ଦପୁର ଯାଇଥିବା ମୁଖ୍ୟ ରାସ୍ତା ଏବେ ପାଲଟିଛି ମରଣଯନ୍ତା । ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି ।

ଏହି ରାସ୍ତା ଦେଇ ଦୈନିକ ଶହ ଶହ ଜନସାଧାରଣ, ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ରୋଗୀ ଯାତାୟତ କରୁଥିବା ବେଳେ ରାସ୍ତା ଶୋଚନୀୟ କାରଣରୁ ଯାତାୟାତରେ ଉପୁଜୁଛି ସମସ୍ୟା । ସିକୋ ଠାରୁ ମୟୁରଝାଲିଆ ୫ କିଲୋମିଟର ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି । ରାସ୍ତା ସମସ୍ୟା ସମ୍ପର୍କରେ ସିକୋ ଗ୍ରାମବାସୀ ବାରମ୍ବାର ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନି । ଯଥାଶୀଘ୍ର ଏହି ରାସ୍ତାର ମରାମତି କରାନଗଲେ ଗ୍ରାମବାସୀ ରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.