ETV Bharat / state

ମୁଖ୍ୟ ଚିକିତ୍ସାଳୟରେ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା, ଚିନ୍ତାରେ ଖୋର୍ଦ୍ଧାର ଥାଲେସେମିଆ ରୋଗୀ

author img

By

Published : Apr 19, 2023, 8:52 PM IST

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥାଲେସେମିଆ ରୋଗୀଙ୍କ ପାଇଁ ଆନୁସଙ୍ଗିକ ସୁବିଧା ସୁଯୋଗ ନ ଥିବା ଓ ରକ୍ତଭଣ୍ଡାରରେ ଆବଶ୍ୟକ ରକ୍ତ ମିଳୁନି । ଏନେଇ ଅଭିଯୋଗ କରିଛନ୍ତି ଥାଲେସେମିଆ ସିକିଲ ସେଲ୍‌ ସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ନିମାଇଁ ଚରଣ ମହାରଣା । ଅଧିକ ପଢନ୍ତୁ

problem of thalassemia patients
problem of thalassemia patients
ଚିନ୍ତାରେ ଖୋର୍ଦ୍ଧାର ଥାଲେସେମିଆ ରୋଗୀ

ଖୋର୍ଦ୍ଧା: ଚିନ୍ତାରେ ଜିଲ୍ଲାର ଥାଲେସେମିଆ ରୋଗୀ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ପାଇଁ ଆନୁସଙ୍ଗିକ ସୁବିଧା ସୁଯୋଗ ନ ଥିବା ଓ ରକ୍ତଭଣ୍ଡାରରେ ଆବଶ୍ୟକ ରକ୍ତ ମିଳୁନି । ଏନେଇ ଅଭିଯୋଗ କରିଛନ୍ତି ଥାଲେସେମିଆ ସିକିଲ ସେଲ ସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ନିମାଇଁ ଚରଣ ମହାରଣା । ଖୋର୍ଦ୍ଧା ଜିଲ୍ଲାରେ 500ରୁ ଊର୍ଦ୍ଧ୍ବ ଥାଲେସେମିଆ ରୋଗୀ ଥିବାବେଳେ ଭୁବନେଶ୍ୱରକୁ ଛାଡି ଖୋର୍ଦ୍ଧାରେ ଏହାର ସଂଖ୍ୟା 200ରୁ ଊର୍ଦ୍ଧ୍ବ ରହିଛନ୍ତି ଏଥିସହ ଏମାନେ ରକ୍ତ ମଧ୍ୟ ନେଉଛନ୍ତି । ବର୍ଷକୁ 5 ହଜାର ୟୁନିଟ ରକ୍ତ ଥାଲେସେମିଆ ରୋଗୀଙ୍କ ପାଇଁ ସଂଗ୍ରହ କରାଯାଉଥିବା ବେଳେ ଠିକ୍‌ ସମୟରେ ରୋଗୀଙ୍କୁ ରକ୍ତ ମିଳୁ ନଥିବା ଅଭିଯୋଗ କରିଛନ୍ତି ସଭାପତି ।

ଏହା ମଧ୍ୟ ପଢନ୍ତୁ- UN Report: ଚୀନ୍‌କୁ ଟପି ବିଶ୍ବର ଜନବହୁଳ ରାଷ୍ଟ୍ର ହେଲା ଭାରତ, ଜନସଂଖ୍ୟା 142 କୋଟି ପାର୍

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ରକ୍ତ ଭଣ୍ଡାରର ଦୂରତା ପ୍ରାୟ 3ରୁ 4 କିଲୋମିଟର ହୋଇଥିବାରୁ ରୋଗୀମାନେ ପ୍ରତିଦିନ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନୂତନ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ହୋଇଥିଲେ ମଧ୍ୟ ରକ୍ତ ଭଣ୍ଡାରକୁ ମେଡ଼ିକାଲ ପରିସରରେ ରଖାଯାଇ ନାହିଁ । ଏଥିସହ ଥାଲେସେମିଆ ରୋଗୀଙ୍କ ପାଇଁ ଆବଶ୍ୟକ ଔଷଧ ମିଳୁ ନଥିବା ବେଳେ ଶଯ୍ୟାର ମଧ୍ୟ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ -ଛୋଟା ରାଜନର ସହଯୋଗୀ ଆବୁ ସାଓ୍ବନ୍ତ ଗିରଫ, ସିଙ୍ଗାପୁରରୁ ନୂଆଦିଲ୍ଲୀ ଆଣିଲା ସିବିଆଇ

ଏଥିସହ ରୋଗୀଙ୍କର ଆବଶ୍ୟକ ଥିବା PRBC ପ୍ୟାକସେଲ ବ୍ଲଡ୍‌ ଆବଶ୍ୟକତା ଥିବା ବେଳେ ହୋଲ ବ୍ଲଡ ଦିଆଯାଉଛି । ଅନ୍ୟପଟେ ରୋଗୀଙ୍କୁ ମାସିକ 500 ଟଙ୍କା ମିଳିବାକୁ ବ୍ୟବସ୍ଥା ଥିବା ବେଳେ ତାହା ମିଳୁନଥିବା କହିଛନ୍ତି ସଂଘ ସଭାପତି । ଏ ସମ୍ପର୍କରେ ବାରମ୍ବାର ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି ରୋଗୀଙ୍କ ଅଭିଭାବକ । ତେବେ ଏହିଭଳି ରୋଗୀଙ୍କ ପାଇଁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସଂଘ ସଭାପତି ଓ ରୋଗୀଙ୍କ ସମ୍ପର୍କୀୟ । ସେପଟେ ଏ ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଏନେଇ ଥାଲେସେମିଆ ସିକିଲ ସେଲ୍‌ ସଂଘର ସଭାପତି ନିମାଇଁ ଚରଣ ମହାରଣା କହିଛନ୍ତି ଯେ, ଦୀର୍ଘଦିନ ହେଲା ଅସୁବିଧାର ସମ୍ମୁଖୀନ ହେଉଛୁ । 200 ରୋଗୀ ଖୋର୍ଦ୍ଧା ବ୍ଲଡ୍‌ ବ୍ୟାଙ୍କରୁ ବ୍ଲଡ ନେଉଛନ୍ତି । ହେଲେ ସେଠାରେ ବେଡ, ମେଡିସିନ ଆଦିର ସୁବିଧା ନାହିଁ । ଏଥିସହ ପିଲାଙ୍କୁ ଯେଉଁ 500ଟଙ୍କା ମିଳିବା କଥା ତାକୁ ମଧ୍ୟ ମିଳୁ ନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.