ETV Bharat / state

ଫେରିଲେ ସିଦ୍ଧାର୍ଥ, ବିମାନ ବନ୍ଦରରେ ବିପୁଳ ସମ୍ବର୍ଦ୍ଧନା; ସୁର କହିଲେ ସବୁ ଜଗନ୍ନାଥଙ୍କ ଆଶୀର୍ବାଦ

author img

By

Published : Jan 27, 2023, 5:00 PM IST

ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ଆଣ୍ଟ୍ରାଟିକାର ଭିନସନ ପର୍ବତ ଆରୋହଣ କରି ଓଡିଶା ଫେରିଛନ୍ତି । ଅଧିକ ପଢନ୍ତୁ

sidharth raoutray return to odisha
sidharth raoutray return to odisha
sidharth raoutray return to odisha

ଭୁବନେଶ୍ବର : ଓଡିଶା ଫେରିଲେ ଓଡ଼ିଆ ପର୍ବତାରୋହୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ। ଆଣ୍ଟ୍ରାଟିକା ର ଭିନସନ ପର୍ବତ ଆରୋହଣ କରି ଓଡିଶା ଫେରିଛନ୍ତି ସିଦ୍ଧାର୍ଥ। ଏନେଇ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ବରର ସିଦ୍ଧାର୍ଥ ରାଉତରାୟ ଆଣ୍ଟ୍ରାଟିକା ମାଉଣ୍ଟ ଭିନସନର ପ୍ରାୟ 16005 ଫୁଟ ଉର୍ଦ୍ଧ୍ବରେ ମହାପ୍ରଭୁ ଜଗନ୍ନାଥ ଓ ଲିଙ୍ଗରାଜ ଙ୍କ ପତାକା ଉଡାଇଥିଲେ । ଏଥିସହ ଓଡ଼ିଆ ବୀର ଜାତିର ପରିଚୟ ପ୍ରଦାନ କରି ନିଜ ହୋମ ଟାଉନକୁ ଫେରିଛନ୍ତି। ତେବେ ଆଜି ସିଦ୍ଧାର୍ଥ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପହଞ୍ଚିବା ପରେ ତାଙ୍କୁ ହଜାର ହଜାର ସମର୍ଥକ ପାଛୋଟି ନେଇଥିଲେ। ଏକ ବିଶାଳ ପଟୁଆରରେ ଏକ ସୁସଜ୍ଜିତ ଘୋଡା ଗାଡିରେ ସେ ବସିବା ସହ ପାଇକ ଅସ୍ତ୍ର ଧରି ନିଜର ଖୁସି ବ୍ୟକ୍ତ କରିଥିଲେ। ବାଦ୍ୟ ଯନ୍ତ୍ର, ଅସ୍ତ୍ରଶସ୍ତ୍ର ଖେଳ ସହ ତାଙ୍କୁ ପାଛୋଟି ନେଇଥିଲେ। ସେହିପରି ଖୋର୍ଦ୍ଧାରେ ପାଇକ ଖେଳ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ତାଙ୍କ ବାପା ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ନିଜେ ପୁଅକୁ ପାଛୋଟି ନେଇଥିଲେ ।

ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଲିଙ୍ଗରାଜଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ସିଦ୍ଧାର୍ଥ । ଚଳିତଥର ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ଗସ୍ତରେ ଯିବା ପାଇଁ ସହଯୋଗ ର ହାତ ବଢାଇଥିଲେ। ଆଗକୁ ଆହୁରି 2ଟି ପର୍ବତ ଆରୋହଣ କରିବାର ଲକ୍ଷ୍ୟ ରଖିଛନ୍ତି ସିଦ୍ଧାର୍ଥ। ଏବେ ପର୍ଯ୍ୟନ୍ତ ପୃଥିବୀର 5ଟି ସବୁଠୁ ଉଚ୍ଚ ପର୍ବତ ଆରୋହଣ କରିସାରିଛନ୍ତି । ଏପଟେ ବିଧାୟକ ସୁର କହିଛନ୍ତି, "ତା ଉପରେ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି ।"

ସେହିପରି ସେ ଓଡ଼ିଶାରେ ଖେଳାଯାଉଥିବା ହକି ବିଶ୍ୱକପର ପତାକା ମଧ୍ୟ ଉଡାଇଥିଲେ। ବିଶ୍ୱର କୋଣ ଅନୁକୋଣରୁ ଓଡିଶା ଭୁବନେଶ୍ୱର ଏବଂ ରାଉରକେଲା ଆସିଥିବା ହକି ଖେଳାଳୀ ଏବଂ ହକି ପ୍ରେମୀ ମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ। ତେବେ ସିଦ୍ଧର୍ଥ ରାଉତରାୟ ହେଉଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ଙ୍କ ବଡ଼ ପୁଅ। ସେ ଦୁର୍ଗମ ପାହାଡ ଶୃଙ୍ଗକୁ ଯାଇ ଓଡ଼ିଶାର ହକି ଖେଳର ପତାକା ଲଗାଇ ସେ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ବିଭିନ୍ନ ଦେଶର ଶୃଙ୍ଗ ରେ ଚଢି ଓଡିଶା ପାଇଁ ସେ ଇତିହାସ ରଚିଛନ୍ତି।

ଏହା ମଧ୍ୟ ପଢନ୍ତୁ- ବିଆରଏସରେ ମିଶିବେ ଗିରିଧର ଗମାଙ୍ଗ, ସମର୍ଥକଙ୍କ ସହ ଗଲେ ହାଇଦ୍ରାବାଦ

ପୂର୍ବରୁ ମଧ୍ୟ ସେ ବହୁ ବଡ଼ ବଡ଼ ଶୃଙ୍ଗର ସର୍ବୋଚ୍ଚ ସ୍ଥାନରେ ଚଢି ମହାପ୍ରଭୁ ଜଗନ୍ନାଥ ଙ୍କ ବାନା ଉଡାଇଛନ୍ତି। ତାଙ୍କର ଲକ୍ଷ ରହିଛି ସେ ବିଶ୍ୱର 7 ଟି ବଡ ଶୃଙ୍ଗର ଶୀର୍ଷରେ ଚଢି ଏ ବୀର ଜାତିର ସାହାସିକତା ର ପରିଚୟ ଦେବେ । ସେହିପରି ସିଦ୍ଧାର୍ଥ ଏବେ ଆମେରିକା ର ଏକ ବଡ଼ କମ୍ପାନି ରେ ନିର୍ଦେଶକ ଭାବେ କାର୍ଯ୍ୟରତ ରହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.