ETV Bharat / state

ଶୁଆ ପୋଷି ଜନ୍ମଦିନ କେକ କାଟିଲେ ପରିବାର, ଉଠିଲା କାର୍ଯ୍ୟାନୁଷ୍ଠାନ ସ୍ବର

author img

By

Published : Feb 28, 2023, 9:35 PM IST

Updated : Feb 28, 2023, 10:00 PM IST

ଘରେ ଶୁଆକୁ ପୋଷି ଜନ୍ମଦିନ କେକ କାଟିବା ପରିବାର ମହଙ୍ଗା ପଡିଛି । ସୋସିଆଲ ମିଡିଆରେ କେକ କାଟିବା ବେଳର ଭିଡିଓ ସେୟାର ପରେ ଉଠିଲା କାର୍ଯ୍ୟାନୁଷ୍ଠାନ ସ୍ବର । ଅଧିକ ପଢନ୍ତୁ

illegally keep Indian parrot as pet
illegally keep Indian parrot as pet
ଶୁଆ ପୋଷି ଜନ୍ମଦିନ କେକ କାଟିଲେ ପରିବାର, ଉଠିଲା କାର୍ଯ୍ୟାନୁଷ୍ଠାନ ସ୍ବର

ଭୁବନେଶ୍ବର: ବେଆଇନ ଶୁଆଙ୍କୁ ପୋଷିବା ସହ ଜନ୍ମଦିନ କେକ କାଟି ଅଡ଼ୁଆରେ ପଡ଼ିଛନ୍ତି ପରିବାର । କେକ କାଟିବା ସମୟର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ପରେ ଭାଇରାଲ ହୋଇଥିଲା ଭିଡିଓ । ଏହା ପରେ ଉଠିଛି କାର୍ଯ୍ୟାନୁଷ୍ଠାନ ସ୍ବର । କାର୍ଯ୍ୟାନୁଷ୍ଠାନ ଲାଗି ବନ୍ୟପ୍ରାଣୀ ପିସିସିଏଫଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ । ଫଟୋ ଓ ଭିଡିଓକୁ ପ୍ରମାଣ ହିସାବରେ ଦେଇ ସେ ଉକ୍ତ ପରିବାର ବିରୋଧରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ସୋନପୁରର ଘୋଡ଼ାହାଡ ଅଞ୍ଚଳରେ ପୂଜା ମହାରଣା ଘରେ ଶୁଆ ପୋଷିଛନ୍ତି । ପୋଷା ଶୁଆର ଜନ୍ମଦିନ କେକ୍ କାଟି, ଶୁଆଙ୍କୁ ଖୁଆଇ, ସାହି ପିଲାଙ୍କୁ ଭୋଜି ଦେଇଛନ୍ତି ପୂଜା । ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ଶିରୋନାମା ସାଉଁଟିବାକୁ ସକ୍ଷମ ହୋଇଥିଲେ ପୂଜା । କିନ୍ତୁ ବନ୍ୟପ୍ରାଣୀ ନିୟମ ଅନୁସାରେ ଏହା ବେଆଇନ । ଖାସ ସେଇଥିପାଇଁ ଏବେ ସମ୍ପୃକ୍ତ ପରିବାର ଅକଳରେ ପଡ଼ିଛନ୍ତି । ବନ୍ୟ ପ୍ରାଣୀ ଆଇନର ଉଲ୍ଲଘଂନ କରିଥିବାରୁ ପରିବାର ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଶୁଆ ଜନ୍ମଦିନ ପାଳନ କରିଥିବା ପରିବାର ବିରୋଧରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଦକ୍ଷେପ ନେଉଛି ।

ଆଜି ସକାଳୁ ବିଭିନ୍ନ ଗଣମାଧ୍ୟମରେ ଶୁଆଙ୍କୁ କେକ ଖୁଆଇବା ଘଟଣା ପ୍ରକାଶିତ ହୋଇଥିଲା । ଏହା ପରେ ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ, ଫଟୋ, ଭିଡିଓକୁ ପ୍ରମାଣ ହିସାବରେ ନେଇ ରାଜ୍ୟର ବନ୍ୟ ପ୍ରାଣୀ ପିସିସିଏଫ ତଥା ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ବାବଧାରକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଇମେଲ ଜରିଆରେ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କୁ ଅଭିଯୋଗ ପତ୍ରରେ ଶୁଭେନ୍ଦୁ ସମ୍ପୃକ୍ତ ମହାରଣା ପରିବାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି ।

ଏହା ବି ପଢନ୍ତୁ- Odisha Assembly: ବିଜେଡି ସଂକେତ ଦେଲା ଆଗାମୀ ନିର୍ବାଚନରେ ବିରୋଧୀ ଭୂମିକା ନିଭାଇବ: ମୋହନ ମାଝୀ

ଭାରତୀୟ ଶୁଆ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ସଂରକ୍ଷିତ । ଶୁଆକୁ ପଞ୍ଜୁରୀରେ ବନ୍ଦୀ କରି ରଖିବା ବେଆଇନ । ଏଥିପାଇଁ ବନ୍ୟପ୍ରାଣୀ ଆଇନରେ ଜେଲ, ଜୋରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି । ବନ ବିଭାଗ ଏବଂ ପୋଲିସ ଦ୍ବାରା ଚଢ଼ାଉ କରାଯାଇ ଶୁଆଙ୍କୁ ବିକ୍ରି ପାଇଁ ନେବାବେଳେ ଅନେକ ଚୋରା ବେପାରୀଙ୍କୁ ଗିରଫ କରାଯାଇଛି । ଦୋକାନୀମାନଙ୍କୁ ମଧ୍ୟ ଅନେକ ସ୍ଥାନରେ ଗିରଫ କରାଯାଇଛି । ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, "ଯଦି ସୋନପୁରରେ ପୂଜା ମହାରଣା ପରିବାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହୁଏ, ତେବେ ଅନ୍ୟମାନେ ମଧ୍ୟ ଘରେ ଶୁଆ ରଖି ଏହି ଭଳି ପ୍ରହସନ କରିବେ । ଯାହାର ଅଧିକ ପଇସା ଥିବ, ସିଏ ହୋଟେଲରେ ଯାଇ ଶୁଆଙ୍କ ଜନ୍ମଦିନ ପାଳନ କରିବେ !"

ଅନେକ ସମୟରେ ଗଣମାଧ୍ୟମ ଓ ଗଣମାଧ୍ୟମର ପ୍ରତିନିଧି ବେଆଇନ ଭାବରେ ଶୁଆ ଭଳି ଭାରତୀୟ ବନ୍ୟପ୍ରାଣୀଙ୍କୁ ପଞ୍ଜୁରୀରେ ରଖିବା ପାଇଁ ଉତ୍ସାହିତ କରୁଥିବା ଦେଖିବାକୁ ମିଳୁଛି । ଶୁଆକୁ ପଞ୍ଜୁରୀବଦ୍ଧ କରି ଘରେ ରଖିବା ଏକ ବନ୍ୟ ପ୍ରାଣୀ ଅପରାଧ । ଶୁଆର ଜନ୍ମଦିନ ପାଳନ ଓ କେକ କଟା ଦୃଶ୍ୟକୁ ପ୍ରୋତ୍ସାହନ ଦେବା ସହ ଗଣମାଧ୍ୟମରେ ପ୍ରସାରଣ କରିବା ମଧ୍ୟ ବନ୍ୟପ୍ରାଣୀ ଅପରାଧ ପରିସର ଭୁକ୍ତ । ବନ୍ୟପ୍ରାଣୀ ଅପରାଧକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଓଡ଼ିଶାରେ ସାମ୍ବାଦିକଙ୍କ ବିରୋଧରେ ପୂର୍ବରୁ ପ୍ରାଣୀ ଆଇନରେ ମାମଲା ମଧ୍ୟ କରାଯାଇଛି । ଘଟଣାକୁ ଗୁରୁତର ଭାବରେ ନେଇ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କ କାର୍ଯ୍ୟାଳୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସିସଏଫ୍ ୱାଇଲ୍ଡ ଲାଇଫ ମନୋଜ ନାୟାର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 28, 2023, 10:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.