ETV Bharat / state

ଅନିର୍ଦ୍ଦିଷ୍ଟ କାଳ ପାଇଁ ୟୁନିଟ-୧ ହାଟ ବନ୍ଦ, ପାର୍କିଂ ସମସ୍ୟାକୁ ନେଇ ଉପୁଜିଛି ବିବାଦ

author img

By ETV Bharat Odisha Team

Published : Sep 28, 2023, 7:49 PM IST

Updated : Sep 28, 2023, 7:55 PM IST

ପାର୍କିଂ ବ୍ୟବସ୍ଥାର ସୁବିଧା ନହେବାରୁ ୟୁନିଟ୍ ୧ ମାର୍କେଟ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ୟବସାୟୀ ସଂଘ । ପାର୍କିଂ ସମସ୍ୟାକୁ ନେଇ ଉଭୟ ବ୍ୟବସାୟୀ ଓ ଉଠାଦୋକାନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଅଧିକ ପଢନ୍ତୁ

owners threaten to shut market
ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ୟୁନିଟ ୧ ହାଟ

ଭୁବନେଶ୍ବର: ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ୟୁନିଟ ୧ ହାଟ । ପାର୍କିଂ ବ୍ୟବସ୍ଥାର ସୁବିଧା ନହେବାରୁ ୟୁନିଟ୍ ୧ ମାର୍କେଟ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ୟବସାୟୀ ସଂଘ । ପାର୍କିଂ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ସହ ବ୍ୟବସାୟୀ ଓ ଉଠାଦୋକାନୀଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ମାର୍କେଟ ପରିସରରେ ଚାପା ଓ ଉତ୍ତେଜନା ସୃଷ୍ଟି ହୋଇଥିଲା । ଖାଲି ସେତିକି ନୁହେଁ, ବ୍ୟବସାୟୀ ରାସ୍ତା ଉପରେ ଧାରଣାରେ ବସି ରାସ୍ତାରୋକ କରିଥିବାବେଳେ କିଛି ସମୟ ପାଇଁ ରାସ୍ତା ଜାମ୍ ହୋଇଥିଲା । ଉଠାଦୋକାନୀଙ୍କ ପାଇଁ ମାର୍କେଟରେ ପାର୍କିଂ ସମସ୍ୟା ଦେଖାଦେଇଥିବା ଅଭିଯୋଗ କରୁଛନ୍ତି ବ୍ୟବସାୟୀ । ଅନୁମତି ଦିଆଯାଇଥିବା ଭେଣ୍ଡିଙ୍ଗ ଜୋନରୁ ଅଧିକ ଜାଗା ସେମାନେ ମାଡ଼ି ବସି ବ୍ୟବସାୟ କରୁଥିବାରୁ ଭିଡ ଜମୁଥିବା ଅଭିଯୋଗ ହୋଇଛି ।

ବ୍ୟବସାୟୀ ସଂଘ କହିଛି, "ପାର୍କିଂ ସମସ୍ୟା ପାଇଁ ସାମଗ୍ରୀ କିଣିବାକୁ ଆସୁଥିବା ଲୋକମାନେ ଅସୁବିଧାରେ ପଡୁଛନ୍ତି । ଗ୍ରାହକଙ୍କର ହଜାର ହଜାର ଟଙ୍କାର ଜରିମାନା କଟୁଛି । ମାର୍କେଟରୁ ଉଠାଦୋକାନୀଙ୍କୁ ଭେଣ୍ଡିଙ୍ଗ ଜୋନକୁ ଉଠାନ୍ତୁ ।" ଏହାକୁ ନେଇ ଭେଣ୍ଡିଂ ଜୋନ ଆଗରେ ଗାଡି ରଖି ଆନ୍ଦୋଳନ କରିଥିଲା ମାର୍କେଟ ଆସୋସିଏସନ । ବ୍ୟବସାୟୀଙ୍କ ଆନ୍ଦୋଳନକୁ ନେଇ ଉଠାଦୋକାନୀ ଓ ବ୍ୟବସାୟୀଙ୍କ ଭିତରେ ଯୁକ୍ତି ତର୍କ ହୋଇଥିବାବେଳେ କଥା ଥାନାରେ ମାମଲା ପହଞ୍ଚିଛି । ଏନେଇ ପୋଲିସ ଉଭୟ ପକ୍ଷଙ୍କୁ ବୁଝାଇଥିଲା । ବୁଝାଇବା ସତ୍ତ୍ବେ ବି ଉଭୟେ ଉଭୟଙ୍କ ଜିଦରେ ଅଟଳ ଥିବାବେଳେ କୌଣସି ସମାଧାନ ବାହାରି ପାରିନାହିଁ । ସମାଧାନ ହୋଇନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବନ୍ଦ ରହିବ ବୋଲି କହିଛନ୍ତି ବ୍ୟବସାୟୀ । ଯେପର୍ଯ୍ୟନ୍ତ ଏହି ପାର୍କିଂ ବ୍ୟବସ୍ଥାର ସମାଧାନ ହୋଇନାହିଁ, ସେପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ ବୋଲି କହିଛି ବ୍ୟବସାୟ ସଂଘ ।

ଅନ୍ୟପଟେ ଉଠା ବ୍ୟବସାୟୀ କହିଛନ୍ତି, "ଦୀର୍ଘ ୧୫ ବର୍ଷ ହେବ ଆମେ ଏଠାରେ ଭେଣ୍ଡିଙ୍ଗ ଜୋନ ମାଧ୍ୟମରେ ବ୍ୟବସାୟ କରି ଚଳୁଛୁ । ୧୫ ଫୁଟ ପରିସର ଭିତରେ ହିଁ ବ୍ୟବସାୟ କରୁଛୁ । ଉଦ୍ଦେଶ୍ୟ ମୂଳକ ଭାବେ ଜୋରଜବରଦସ୍ତ ଆଜି ହଠାତ ଆସି ବ୍ୟବସାୟ ବନ୍ଦ କରିଛନ୍ତି ବ୍ୟବସାୟୀ ସଂଘ । ଏଭଳି ସ୍ଥିତିରେ ହଠାତ୍ ଆମେ କୁଆଡେ ଯିବୁ । ବିଏମସି ଓ ପୋଲିସ ଆମକୁ କହିଲେ ଆମେ ଉଠିବୁ କି କ'ଣ କରିବୁ ସେନେଇ ଆମେ ନିଷ୍ପତ୍ତି ନେବୁ । ଉଠାଦୋକାନୀ ସଂଘ ସହ ଆଲୋଚନା ମାଧ୍ୟମରେ ଆଇନର ବିଧି ବ୍ୟବସ୍ଥା ଓ ଥଇଥାନ ପରେ ଉଠିବୁ ।"

ଏହା ବି ପଢନ୍ତୁ...କିଛି ଦିନର ନୀରବତା ପରେ ପୁଣି ଅଶାନ୍ତ ହେଲା ମାର୍କେଟ ବିଲ୍ଡିଂ

ଉଠାଦୋକାନୀ ସଂଘ କର କହିବା କଥା, "ଧୀରେ ଧୀରେ ଲୋକ ସଂଖ୍ୟା ବଢିବା ସହ ପାର୍କିଂ ବି ବଢ଼ିଲା । ଲୋକଙ୍କ ସମସ୍ୟାକୁ ଦେଖି ମାର୍କେଟ ବିଲଡିଂରେ ବିରାଟ ପାର୍କିଂ ବ୍ୟବସ୍ଥା ବା ଭୂତଳ ପାର୍କିଂ କରାଗଲା । ହେଲେ ସେଠାରେ ଲୋକେ ଗାଡି ପାର୍କ ନ କରି ନିଜର ସୁବିଧା ମୁତାବକ ଏହି ସ୍ଥାନରେ ପାର୍କ କରୁଛନ୍ତି । ଏଥିପାଇଁ ସେମାନଙ୍କୁ ଜରିମାନା ମଧ୍ୟ ଦେବାକୁ ପଡୁଛି । କାରଣ ଏହାକୁ ନୋ ପାର୍କିଙ୍ଗ ବୋଲି ଘୋଷଣା କରାଯାଇଛି ।" ଏହାରି ଭିତରେ ଆମର ଭୁଲ କେଉଁଠି ରହିଲା? ବୋଲି ପ୍ରଶ୍ନ କରିଛି ସଂଘ।-

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 28, 2023, 7:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.