ରାଜ୍ୟରେ ବଢିଲା ଶୀତ, ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ! - ଓଡିଶା ପାଣିପାଗ
Odisha People to experience cold wave: ରାଜ୍ୟରେ ଧୀରେ ଧୀରେ ଶୀତ ଅନୁଭୂତ ହୋଇଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ନେଇ ପାଣିପାଗ ବିଭାଗର ଆକଳନ । ଅଧିକ ପଢନ୍ତୁ


Published : Dec 11, 2023, 5:29 PM IST
|Updated : Dec 11, 2023, 5:44 PM IST
ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଶୁଖିଲା ପାଗ ଥିବା ବେଳେ ଧୀରେ ଧୀରେ ଶୀତର ଅନୁଭୂତ ହେଲାଣି । ରାଜ୍ୟରେ ସ୍ବାଭାବିକ ଠାରୁ ୨ରୁ ୩ ପ୍ରତିଶତ ତାପମାତ୍ରା ଅନେକ ସ୍ଥାନରେ ହ୍ରାସ ପାଇଥିବା ବେଳେ ଧୀରେ ଧୀରେ ଶୀତର ପ୍ରଭାବ ଦେଖିବାକୁ ମିଳିଛି । କଟକ ଭୁବନେଶ୍ବରରେ ଶୀତର ଅନୁଭୂତ ହେଉଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ କୁହୁଡି ପଡ଼ିବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ବିଶେଷ କରି ଦକ୍ଷିଣ ଓଡ଼ିଶାର କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୫ ଦିନ ମଧ୍ୟରେ ତାପମାତ୍ରାରେ ସେଭଳି କିଛି ପରିବର୍ତ୍ତନ ହେବାର ନଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲା ଛାଡିଦେଲେ ବାକି ସବୁ ଜିଲ୍ଲାରେ ସ୍ବାଭାବିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ବର୍ତ୍ତମାନ ସମୟରେ ରାଜ୍ୟରେ ଶୀତର ଅନୁଭବ ଅଧିକ ହେବାର ସମ୍ଭାବନା ନଥିବା ଆକଳନ କରିଛି ପାଣିପାଗ ବିଭାଗ ।
ଏହା ବି ପଢନ୍ତୁ- ଡିସେମ୍ବରରେ ରାଜ୍ୟରେ ଶୀତ ଉଭାନ, ୨ ଦିନରେ ୪ ଡିଗ୍ରୀ ଖସିବ ପାରଦ
ସେପଟେ ଗତ ୨୪ ରାଜ୍ୟରେ ସବୁ ସ୍ଥାନରେ ଶୁଖିଲା ପାଗ ରହିଥିବା ବେଳେ କେତେକ ସ୍ଥାନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଥିଲା । ତେଣୁ କେତେକ ସ୍ଥାନରେ ଶୀତର ପ୍ରକୋପ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା କେନ୍ଦୁଝର ୯.୮ ରେକର୍ଡ ହୋଇଛି । ଫୁଲବାଣୀ ଓ ଟିଟିଲାଗଡରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । ସେହିପରି ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡ଼ି ୧୦.୫, ରାଉରକେଲା ୧୦.୯, ଫୁଲବାଣୀ ୧୧.୦, କୋରାପୁଟ ଓ ନବରଙ୍ଗପୁର ୧୧.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।
ସୂଚନା ଥାଉ କି ବାତ୍ୟା 'ମିଗଜୋମ'ର ପ୍ରଭାବ ପରେ ରାଜ୍ୟରେ କମିଛି କୋହଲା ପାଗ । ଏହାସହ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବିତ ହେଉଥିବାରୁ ତଳମୁହାଁ ହୋଇଛି ପାରଦ । ଫଳରେ ସ୍ଵାଭାବିକ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି । ଡିସେମ୍ବର ମାସ ଅଧା ହୋଇଥିବା ବେଳେ ରାଜ୍ୟରେ ସେତେଟା ଶୀତ ଅନୁଭୂତ ହୋଇନଥିଲା । ମାତ୍ର ବାତ୍ୟା ପରେ ରାଜ୍ୟରେ ପାରଦ ଖସିଥିବା ବେଳେ ଶୀତ ବଢିଛି ।
ଇଟିଭି ଭାରତ, ଭୁବନେଶ୍ବର