ETV Bharat / state

ଅଟୋକୁ ଧକ୍କା ଦେଲା ବାଇକ, 2 ମୃତ - ଭୁଇଁପୁର ଛକରେ ସଡକ ଦୁର୍ଘଟଣା

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟସ୍ଥ ଭୁଇଁପୁର ଛକରେ ସଡକ ଦୁର୍ଘଟଣା । ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 2 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

severe road accident in begunia khordha
ଅଟୋକୁ ଧକ୍କା ଦେଲା ବାଇକ, 2 ମୃତ ଓ 4 ଗୁରୁତର
author img

By

Published : Nov 9, 2022, 9:39 AM IST

Updated : Nov 9, 2022, 11:35 AM IST

ଖୋର୍ଦ୍ଧା: ବେଗୁନିଆ ନିକଟସ୍ଥ ଭୁଇଁପୁର ଛକରେ ସଡକ ଦୁର୍ଘଟଣା । ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅଟୋକୁ ଧକ୍କା ଦେଲା ବାଇକ

ସୂଚନା ଅନୁଯାୟୀ, ଚଟୁଆ ଗ୍ରାମର କିଛି ଶ୍ରମିକ ଏକ ଅଟୋରେ ବେଗୁନିଆ ଅଭିମୁଖେ କାମ କରିବାକୁ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଏକ ଦ୍ରୁତଗାମୀ ବାଇକ ଅଟୋକୁ ସାମ୍ନା ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଅଟୋରେ ଥିବା ଜଣେ ମହିଳା ଓ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ଚଟୁଆ ଗ୍ରାମର ଧନୀ ନାୟକ ହୋଇଥିବା ଜଣାପଡ଼ିଛି । ବାଇକ ଚାଳକଙ୍କ ପରିଚୟ ମିଳି ପାରିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: ଚନ୍ଦ୍ରଗ୍ରହଣ: ଜଗନ୍ନାଥ ସଂସ୍କୃତିକୁ ଅନୁସରଣ କରନ୍ତି ସୁର

ସେହିପରି ଅଟୋରେ ଥିବା ଅନ୍ୟ ଚାରି ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଖବର ପାଇ ବେଗୁନିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Nov 9, 2022, 11:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.