ETV Bharat / state

OSSC ପ୍ରଶ୍ନପତ୍ରରେ କଦର୍ଥ ଓଡିଆ, ସରକାରଙ୍କୁ ଘେରିଲେ ବିରୋଧୀ

ଗତକାଲି (ରବିବାର) ଓଏସଏସସି ପକ୍ଷରୁ ହୋଇଥିବା ଆକାଉଣ୍ଟାଣ୍ଟ ପରୀକ୍ଷା ପ୍ରଶ୍ନପତ୍ରରେ ଓଡିଆ ଭାଷାକୁ ଅତ୍ୟନ୍ତ କଦର୍ଥ କରି ଲେଖାଯାଇଛି । ଇଂରାଜୀ ଭାଷାକୁ ଓଡିଆରେ ଅନୁବାଦ କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

author img

By

Published : Apr 24, 2023, 2:35 PM IST

Osssc exam question paper error
OSSC ପ୍ରଶ୍ନପତ୍ରରେ କଦର୍ଥ ଓଡିଆ
OSSC ପ୍ରଶ୍ନପତ୍ରରେ କଦର୍ଥ ଓଡିଆ

ଭୁବନେଶ୍ବର: ଓସିସିଏସ ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି । ପ୍ରଶ୍ନପତ୍ରରେ ଓଡ଼ିଆ ଭାଷାକୁ କଦର୍ଯ୍ୟ କରି ଲେଖା ଯାଇଛି। ଇଂରାଜୀ ଭାଷାକୁ ଟ୍ରାନ୍ସଲେଟ କରି ଓଡିଆରେ ପ୍ରଶ୍ନ ପ୍ରସ୍ତୁତ କରାଯାଇଛି । ଆକାଉଣ୍ଟାଣ୍ଟ ପରୀକ୍ଷା ପାଇଁ ଓସିସିଏସ ପ୍ରଶ୍ନପତ୍ରରେ ଓଡିଆ ଅନୁବାଦର ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ବା OSSC ପରୀକ୍ଷା ଦେଉଥିବା ଆଶାୟୀ । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛିନ୍ତି ବିରୋଧୀ ।

ଏହା ବି ପଢନ୍ତୁ...ଆମ୍ବ ଗୋଟାଇବାକୁ ଯାଇଥିଲେ 2 ମହିଳା, କଚାଡି ମାରିଲା ଦନ୍ତା

ରବିବାର ଓଏସଏସସି ପକ୍ଷରୁ ଆକାଉଣ୍ଟାଣ୍ଟ 65 ପଦ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରାୟ 50 ହଜାରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏଥିରେ ପ୍ରସ୍ତୁତ ପ୍ରଶ୍ନପତ୍ରରେ ସମସ୍ୟା ଦେଖା ଦେଇଛି । ବିଶେଷ କରି ଓଡିଆ ଭାଷାରେ ପ୍ରଶ୍ନପତ୍ର ଚୟନ କରିଥିବା ଆଶାୟୀଙ୍କୁ ପ୍ରଶ୍ନ ପଢି ବୁଝିବା କଷ୍ଟକର ହୋଇଥିଲା । ସମସ୍ତ ପ୍ରଶ୍ନ ଇଂରାଜୀ ଭାଷାରୁ ଓଡିଆକୁ ଅନୁବାଦ ହୋଇଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ । ଗୁଗୁଲ ଟ୍ରାନ୍ସଲେଟ ଜରିଆରେ ଇଂରାଜୀ ପ୍ରଶ୍ନ ଗୁଡିକୁ ଅନୁବାଦ କରାଯାଇଥିବା ଦେଖିବାକୁ ମିଳିଛି । ଓଡିଆରେ ତିଆରି ପ୍ରଶ୍ନ ପରୀକ୍ଷାର୍ଥୀଙ୍କୁ ଚକିତ କରିଥିଲା । ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ବୁଝିବା ଓ ପଢିବା ନେଇ ସମସ୍ୟା ସୃଷ୍ଟି ହୋଇଥିଲା । ପ୍ରଶ୍ନପତ୍ର ପ୍ରସ୍ତୁତ ପୂର୍ବରୁ OSSCର କୌଣସି ଅଧିକାରୀ ଏହାକୁ ତଦାରଖ ବି କରିନାହାନ୍ତି । ଯାହା ଫଳରେ ସମସ୍ତ ପ୍ରଶ୍ନରେ ସବୁ ଲେଖା ଭୁଲ୍ ରହିଛି । ଓଏସଏସସି ଭଳି ସଂସ୍ଥା ଏପରି ପ୍ରଶ୍ନପତ୍ର ପ୍ରସ୍ତତ କରୁଛନ୍ତି ତେବେ କେନ୍ଦ୍ରୀୟ ସଂସ୍ଥାଠୁ କଣ ଆଶା କରିବେ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀ ।

ଏହା ବି ପଢନ୍ତୁ...ସତ୍ୟବାଦୀରେ ଶହୀଦ ଦେବାଶିଷ ବିଶ୍ବାଳଙ୍କ ଶ୍ରଦ୍ଧାଞ୍ଜଳି ସଭା, ସାମିଲ ହେଲେ ଅଭିନେତା ମିଥୁନ

ଓଏସଏସସି ପକ୍ଷରୁ ପ୍ରଶ୍ନପତ୍ରରେ ତ୍ରୁଟି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ସରକାରଙ୍କ ଓଡିଆ ଭାଷା ପ୍ରେମ ପଦାରେ ପଡିଛି । ଓଡିଆ ଭାଷାକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ଏଠାରେ ଅଣଓଡିଆ ଶାସନ ଚାଲିଛି । ଓଏସଏସସି ପକ୍ଷରୁ ହୋଇଥିବା ଆକାଉଣ୍ଟାଣ୍ଟ ପରୀକ୍ଷାରେ ଯେଉଁ ତ୍ରୁଟି ହୋଇଛି ରାଜ୍ୟ ସରକାରଙ୍କର ଓଡିଆ ଭାଷା ପ୍ରତି ଥିବା ଭଲ ପାଇବା ଜଣାପଡିଯାଉଛି । ଏ ତ୍ରୁଟି ପାଇଁ ପରୀକ୍ଷାର୍ଥୀଙ୍କର ଯେଉଁ ସମୟ ନଷ୍ଟ ହୋଇଛି ସେଥି ପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରିଛି ବିଜେପି ।

ରାଜ୍ୟ ସରକାର ଓଡ଼ିଆ ଭାଷାକୁ ନେଇ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ ପ୍ରଶ୍ନପତ୍ର ଏଭଳି ଭାବରେ ଆସିବା ସବୁ ମହଲରେ ନିନ୍ଦା କରାଯାଇଛି । ସାଂଘାତିକ ତ୍ରୁଟିକୁ ନେଇ ପ୍ରଶ୍ନ ଉଠିଛି । ପରୀକ୍ଷାର୍ଥୀ ମାନେ ପୁଣି ପରୀକ୍ଷା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.