ETV Bharat / state

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଅଛି କଲେଜ ନାହିଁ ମାନ୍ୟତା ! - କଲେଜ ଅଛି ହେଲେ ନାହିଁ ମାନ୍ୟତା

ବାଧକ ସାଜିଛି ଭିତ୍ତିଭୂମୀ । ରାଜ୍ୟରେ 9 ଟି ବିଶ୍ବବିଦ୍ୟାଳୟ ଓ 328 ଟି ମହାବିଦ୍ୟାଳୟରେ ନାହିଁ ମାନ୍ୟତା । ଅଟକିଯାଉଛି ଅନୁଦାନ ଏପଟେ ପ୍ରଭାବିତ ହେଉଛି ଶିକ୍ଷା ବ୍ୟବସ୍ଥା । ଅଧିକ ପଢନ୍ତୁ

fail to qualify for naac grade
fail to qualify for naac grade
author img

By

Published : May 1, 2023, 10:45 PM IST

ଭୁବନେଶ୍ବର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । କଲେଜ ଅଛି ହେଲେ ନାହିଁ ମାନ୍ୟତା। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ନାମୀଦାମୀ କଲେଜ ମଧ୍ୟ ରହିଛି। ଯାହାକୁ ଆଜି ପର୍ଯ୍ୟନ୍ତ ନାକ୍ ର ମାନ୍ୟତା ମିଳିପାରି ନାହିଁ। ଯାହା ଫଳରେ ଶିକ୍ଷା କ୍ଷେତ୍ରରେ ଅଟକି ଯାଉଛି ଅନୁଦାନ ଏପଟେ ପ୍ରଭାବିତ ହେଉଛି ଶିକ୍ଷା ବ୍ୟବସ୍ଥା। ରାଜ୍ୟରେ ଏପର୍ଯ୍ୟନ୍ତ ନାମୀଦାମୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ମାନ ମାନ୍ୟତା ପାଇବା ଲାଗି ଲାଇନରେ ରହିଛନ୍ତି। ତେବେ ରାଜ୍ୟରେ ବର୍ତ୍ତମାନ ସମୟରେ UGC ଆକ୍ଟ 1956 ର ଧାରା 2(ଏଫ) ଓ 12(ବି) ରେ ପଞ୍ଜୀକୃତ ହୋଇଥିବା ମୋଟ 517 ମହାବିଦ୍ୟାଳୟ ମଧ୍ୟରୁ 188 ମହାବିଦ୍ୟାଳୟ ନାକ ମାନ୍ୟତା ପାଇଛନ୍ତି। ବାକି ମହାବିଦ୍ୟାଳୟ ଗୁଡ଼ିକ କିଭଳି ନାକ ପାଇବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଉଛି।

ଅନ୍ୟପଟେ ରାଜ୍ୟରେ ଥିବା ମୋଟ 16 ଟି ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରୁ 7 ଟି ବିଶ୍ୱବିଦ୍ୟାଳୟ ର ନାକ ମାନ୍ୟତା ହାସଲ କରିଛି। ରାଜ୍ୟରେ ଏତେ ସଂଖ୍ୟାରେ ନାକ ର ମାନ୍ୟତା ହାସଲ କରିନଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ମାନ ରହିଛି ଯାହା ଫଳରେ ଛାତ୍ର ଛାତ୍ରୀଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି, କଲେଜର ଭିତ୍ତିଭୂମି ସହ ଗବେଷଣା ଓ ଶିକ୍ଷକ ଅଭାବ ଲାଗି ଅଧିକାଂଶ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟ ନାକ ମାନ୍ୟତା ହାସଲ କରିପାରୁ ନାହାନ୍ତି। ତେବେ ରାଜ୍ୟରେ ଥିବା 188 ମହାବିଦ୍ୟାଳୟ ଗୁଡିକ ଜିଲ୍ଲା ସ୍ଥରର ତଥ୍ୟ କୁ ଦେଖିଲେ ନବରଙ୍ଗପୁର ଜିଲ୍ଲାରେ କୌଣସି ଗୋଟିଏ ବି ମହାବିଦ୍ୟାଳୟ ନାକର ମାନ୍ୟତା ପାଇପାରିନାହିଁ।

ସେହି ଭଳି କଟକ ଜିଲ୍ଲାରେ ସର୍ବାଧିକ 23 ଟି ମହାବିଦ୍ୟାଳୟ ନାକ ମାନ୍ୟତା ପାଇଛନ୍ତି। ସେହିପରି ତଥ୍ୟକୁ ଦେଖିଲେ ମୟୂରଭଞ୍ଜ 18ଟି, ଖୋର୍ଦ୍ଧା ଜିଲ୍ଲାରେ 10 ଟି, ବାଲେଶ୍ବର 14 ଟି, ଗଞ୍ଜାମ 16 ଟି, ଯାଜପୁର 12 ଟି, ଢ଼େଙ୍କାନାଳ 10 ଟି, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ 9 ଟି, କେନ୍ଦ୍ରାପଡ଼ା 8ଟି, ନୟାଗଡ଼, ପୁରୀ ଓ ଭଦ୍ରକ ଜିଲ୍ଲାରେ 7 ଟି, ଅନୁଗୋଳ 6 ଟି, ଜଗତସିଂହପୁର ଓ ସମ୍ବଲପୁର 4 ଟି, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରେ 3 ଟି, ବଲାଙ୍ଗୀର, ବୌଦ୍ଧ, ଗଜପତି, କଳାହାଣ୍ଡି, ନୂଆପଡ଼ା, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ 2 ଟି ଲେଖାଁଏ ମହାବିଦ୍ୟାଳୟ ନାକ ମାନ୍ୟତା ହାସଲ କରିଥିବା ବେଳେ ଦେବଗଡ଼, କନ୍ଧମାଳ, ମାଲକାନଗିରି ଓ ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ଲେଖାଁଏ ମହାବିଦ୍ୟାଳୟର ନାକ ର ମାନ୍ୟତା ପାଇଛନ୍ତି।

ଏପଟେ ବିଶ୍ବବିଦ୍ୟାଳୟ ତଥ୍ୟ ଦେଖିଲେ କଳାହାଣ୍ଡି ବିଶ୍ବବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, ବିକ୍ରମଦେବ ବିଶ୍ବବିଦ୍ୟାଳୟ, ଧରଣୀଧର ବିଶ୍ବବିଦ୍ୟାଳୟ ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ନାକ ମାପଦଣ୍ଡ କୁ ପୂର୍ଣ୍ଣ ମାତ୍ରାରେ ପୂରଣ କରି ପାରିନାହାନ୍ତି। ତେବେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ମାପ ଦଣ୍ଡକୁ ପୁରଣ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ସେହିପରି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଏବଂ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଏହି ଦୁଇ ବିଶ୍ବବିଦ୍ୟାଳୟ ନାକ ମାପଦଣ୍ଡ ପୂରଣ କରିଥିବାରୁ ନାକ ମାନ୍ୟତା ପାଇଁ ଦରଖାସ୍ତ କରିବାକୁ ଏହି ଦୁଇ ବିଶ୍ୱବିଦ୍ୟାଳୟ ଯୋଗ୍ୟ ଅଟନ୍ତି। ତେବେ ଆସନ୍ତା ଡିସେମ୍ବର ମଧ୍ୟରେ ଏନେଇ ପଦକ୍ଷେପ ନିଆଯିବ। ବିଶେଷ ଭାବରେ ମହାବିଦ୍ୟାଳୟ ଗୁଡ଼ିକ ନାକ ୱେବସାଇଟରେ ଆନୁଆଲ କ୍ବାଲିଟି ଆସ୍ୟୁରାନ୍ସ ରିପୋର୍ଟ, ସେଲ୍ଫ ଷ୍ଟଡି ରିପୋର୍ଟ ଦାଖଲ କରିବା ଉପରେ ଗୁରୁତ୍ବ ଦିଆଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.