ଭୁବନେଶ୍ବର: ରାଜଧାନୀରେ ପଡିଛି ଘନ କୁହୁଡି । କୁହୁଡିର ଆସ୍ତରଣ ଯୋଗୁଁ ରାସ୍ତାଘାଟ ଠିକ୍ରେ ଆଖିକୁ ଦିଶୁନି । ଘନ କୁହୁଡି ଯୋଗୁଁ ଯାତାୟତରେ ସମସ୍ୟା ହେଉଥିବା ବେଳେ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି । ଆଜି ସକାଳ ସମୟରେ ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳଚଳାରେ ବାଧା ଉପୁଜିଛି । ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ଥିବା କାରଣରୁ ୪ଟି ବିମାନ ଅବତରଣ ବିଳମ୍ବିତ ହୋଇଛି(Several flights delayed due to dense fog) । ଏହାକୁ ନେଇ ବିମାନ ବନ୍ଦରରେ ଯାତ୍ରୀଙ୍କ ଭିଡ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ରାଜ୍ୟରେ ଆହୁରି ପାରଦ ଖସିବ । ଅଧିକାଂଶ ଅଞ୍ଚଳରେ ଶୀତର ପ୍ରକୋପ ବଢିବ । ତେବେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ଥିବାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହାଯୋଗୁଁ ଭୁବନେଶ୍ବର ବିମାନ ବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି ।