ETV Bharat / state

ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣା, ଘଟଣାସ୍ଥଳରେ ମେଡ଼ିକାଲ ଟିମ, ଜିଲ୍ଲାପାଳ ଓ ଏସପି

ଦୋଳ ଉତ୍ସବ ପାଇଁ ବାଣ ପ୍ରସ୍ତୁତ ବେଳେ ଅଘଟଣ । ବାଣ ବିସ୍ଫୋରଣରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 4ଜଣ ଗୁରୁତର ଆହତ । ଅଧିକ ପଢନ୍ତୁ

author img

By

Published : Mar 6, 2023, 8:47 PM IST

fire cracker explosion
fire cracker explosion
fire cracker explosion

ଖୋର୍ଦ୍ଧା : ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣା। ଦୋଳ ଉତ୍ସବ ପାଇଁ ବାଣ ପ୍ରସ୍ତୁତ ବେଳେ ହୋଇଥିଲା ବିସ୍ଫୋରଣ । ଏନେଇ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 4ଜଣ ଗୁରୁତର ଆହତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ଏପରି ଘଟଣା ଘଟିଥିଲା। ଘଟଣା ସ୍ଥଳରେ ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଭୁଷଣ୍ଡପୁର ଅଞ୍ଚଳରେ ଦୋଳ ଉତ୍ସବ ପାଇଁ ବାଣ ପ୍ରତିଯୋଗିତା ହୋଇଥାଏ ।

ଏନେଇ ବାଣ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରର ଚିଲିକା କୁଳରେ ଥିବା ଏକ ଘରେ ବାଣ ବିସ୍ଫୋରଣ ଘଟିଛି । ଏଥିରେ ଘଟଣାସ୍ଥଳରେ ହିଁ 4ଜଣଙ୍କ ପ୍ରାଣହାନି ହୋଇଛି । ତେବେ ମୃତକ ମାନେ ସମସ୍ତେ ବାଣ କାରିଗର ବୋଲି ଜଣାପଡିଛି । ସେମାନେ ହେଉଛନ୍ତି ଭୁଷଣ୍ଡପୁର ଅଞ୍ଚଳର ବୃନ୍ଦାବନ ସାହୁ , ନିରଞ୍ଜନ ବେହେରା ,ବ୍ରଜ ବେହେରା ଏବଂ ନିରାକାରପୁର ଅଞ୍ଚଳର ସହଦେଵ ବେହେରା । ଏହାଛଡ଼ା ଏହି ବିସ୍ଫୋରଣରେ 4ଗୁରୁତର ଥିବା ଜଣାପଡିଛି । ଗୁରୁତରମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି ।

ମାଲିକ ହଟକେଶ୍ୱର ବେହେରାଙ୍କ ପାଇଁ ବାଣ ପ୍ରସ୍ତୁତ କରୁଥିବା ଜଣାପଡିଛି । ଭୁଷଣ୍ଡପୁରରେ ଚୋରାରେ ବାଣ ତିଆରି କାମ ଚାଲିଥିବା ବେଳେ ଏଭଳି ବ ଅଘଟଣ ଘଟିଛି । ଏଠାରେ ଆସନ୍ତାକାଲି ଦୋଳ ମେଳଣ ସମୟରେ ବାଣପର୍ବ ଅନୁଷ୍ଠିତ ହେବାର ଥିଲା । ଏହି କାରଣରୁ ବହୁ ସଂଖ୍ୟାରେ ବାଣ ପ୍ରସ୍ତୁତି ଚାଲିଥିଲା ବୋଲି କୁହାଯାଉଛି । ଖବର ପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ, ବାଲୁଗାଁ ଏସଡିପିଓ, ଟାଙ୍ଗୀ ଆଇଆଇସି, ବିଡ଼ିଓ, ତହସିଲଦାର ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଅନ୍ୟପକ୍ଷେ ଆହତଙ୍କୁ ମେଡିକାଲ ପଠାଯାଇଛି । ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।

ତେବେ କୋଭିଡ ମହାମାରୀ ନିମନ୍ତେ ୨ ବର୍ଷ ହେଲା ଦୋଳ ଯାତ୍ରାରେ ରୋକ ଲାଗିଥିବା ବେଳେ ଚଳିତ ବର୍ଷ ସାରା ରାଜ୍ୟରେ ଧୁମଧାମରେ ଏହା ପାଳନ ହେଉଛି । ଏଥିପାଇଁ କାରିଗର ବାଣ ତିଆରି କାର୍ଯ୍ୟରେ ନିଯୋଜିତ ଥିଲେ । ସେପଟେ ବାଣ ପ୍ରସ୍ତୁତି ପାଇଁ ଅନୁମତି ନ ଥିବା ବେଳେ ବିନା ଅନୁମତିରେ କିପରି ବାଣ ପ୍ରସ୍ତୁତି ଚାଲିଥିଲା ଏବଂ କଞ୍ଚାମାଲ କେଉଁଠାରୁ ଆଣୁଥିଲେ ତାହାର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେହିପରି ଘଟଣା ସ୍ଥଳକୁ ବିସ୍ପୋରଣ ପରେ ତୁରନ୍ତ ଜିଲ୍ଲାପାଳଙ୍କ ନିର୍ଦେଶରେ ଦୁଇଟି ମେଡ଼ିକାଲ ଟିମ ଓ ଜରୁରୀ ଔଷଧ ପଠାଯାଇଛି । ଜଣେ ନୋଡାଲ ଅଫିସରଙ୍କୁ ଦାଇତ୍ୱ ଦିଆଯାଇଥିବା ବେଳେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ 3 ଜଣ ସର୍ଜରୀ ଡାକ୍ତରଙ୍କ ସହ ସମସ୍ତ ଷ୍ଟାଫ ଆଲର୍ଟ ଥିବା କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.