ETV Bharat / state

ଖୋର୍ଦ୍ଧାରେ ସିରିଜ ଲୁଟ: 11ଜଣଙ୍କ ଘରେ ପଶି ଲୁଟିଲେ ଟଙ୍କା-ସୁନାଗହଣା

author img

By

Published : Nov 14, 2019, 2:24 PM IST

ଖୋର୍ଦ୍ଧାରେ ସିରିଜ ଲୁଟ । ଦୁବୃର୍ତ୍ତମାନେ ଗ୍ରାମରେ ପଶି 11ଜଣଙ୍କ ଘରେ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଲୁଟ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଫଟୋ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଗ୍ରାମରେ ପଶି ସିରିଜ ଲୁଟ । ଗତକାଲି ରାତିରେ କିଛି ଦୁବୃର୍ତ୍ତମାନେ ଅଟ୍ରି ଗ୍ରାମରେ 15ଜଣଙ୍କ ଘରେ ପଶି ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଲୁଟ କରିଛନ୍ତି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଅଟ୍ରି ଗ୍ରାମରୁ ସିରିଜ ଲୁଟ କରାଯାଇଛି । ତେବେ ଦୁବୃର୍ତ୍ତମାନେ ଅଭିନବ ଉପାୟରେ ଏହି ଲୁଟ କରିଛନ୍ତି । କେହି ଘରେ ନଥିବାବେଳେ ତାଲା ଭାଙ୍ଗି ଘରେ ପଶିଛନ୍ତି ତ ଆଉ କେଉଁଠି ଘର ପାଚେରୀ ଡେଇଁ କରିଛନ୍ତି ଲୁଟ । ଘରର ଆସବାବ ପତ୍ର ଗୁଡିକ ଆଲମିରା ଲକର ଖୋଲି ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ଲୁଟ କରିନେଇଛନ୍ତି । ସକାଳେ ହେବା ପରେ ଲୋକମାନେ ସ୍ଥାନୀୟ ବାଘମାରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା
ଅନ୍ୟପଟେ ଏକ ସିସିଟିଭି ଫୁଟେଜକୁ ଆଧାର କରି ଜଣାପଡିଛି ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ତିନିରୁ ଚାରି ଦୁବୃର୍ତ୍ତ ଗାଁରେ ପଶି ଲୁଟ କରିଥିବା ଅନୁମାନ କରାଯାଉଛି । ଖୋର୍ଦ୍ଧା ଅତିରିକ୍ତ ଏସପି ପରିଦର୍ଶନ କରିବେ । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀକୁକୁର ସାହାଯ୍ୟରେ ଯାଞ୍ଚ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଅଟ୍ରି ଗ୍ରାମରୁ ସିରିଜ ଲୁଟ

Body:ଖୋର୍ଦ୍ଧା ଜିଲା ବାଘମାରି ଥାନା ଅନ୍ତର୍ଗତ ଅଟ୍ରି ଗ୍ରାମରୁ ସିରିଜ ଲୁଟ । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁର୍ତ୍ତ ଅଟ୍ରି ଗ୍ରାମରେ ପଶି ପ୍ରାୟ 15ଜଣଙ୍କ ଘରେ ପଶି ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଲୁଟ ହୋଇଥିବା ସୂଚନା ମିଳିଛି । ତେବେ ଦୁର୍ବୁର୍ତ୍ତ ମାନେ ଅଭିନବ ଉପାୟରେ ଏହି କରିଛନ୍ତି ଲୁଟ । କେହି ଘରେ ନଥିବା ବେଳେ ତାଲା ଭାଙ୍ଗି ଘରେ ପଶିଛନ୍ତି ତ ଆଉ କୋଉଠି ଘର ପାଚେରୀ ଡେଇଁ କରିଛନ୍ତି ଏହି ଲୁଟ ।ସକାଳ ପାଇବା ପରେ ଲୋକମାନେ ଜାଣି ସ୍ଥାନୀୟ ବାଘମାରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏକ ସିସିଟିଭି ଫୁଟେଜ କୁ ଆଧାର କରି ଜଣାପଡିଛି ରାତି ପ୍ରାୟ ସାଢ଼େ ଗୋଟେରେ ତିନି ରୁ ଚାରି ଦୁର୍ବୁର୍ତ୍ତ ଗାଁ ରେ ପଶି ଲୁଟ କରିଥିବା ଅନୁମାନ କରାଯାଉଛି । ଗ୍ରାମବାସୀ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

Conclusion:ବାଇଟ1- ସୁମିତ୍ରା ଛୋଟରାୟ
2-ହେମନ୍ତ ଛୋଟରାୟ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.