ETV Bharat / state

ଆଇଡବ୍ଲ୍ୟୁଏ ଉପଦେଷ୍ଟା ବୋର୍ଡରେ ମାଥି ଭାଥନନ - ଆଇଡବ୍ଲ୍ୟୁଏ ଉପଦେଷ୍ଟା ବୋର୍ଡରେ ମାଥି ଭାଥନନ

ଇଣ୍ଟରନ୍ୟାସନାଲ ୱାଟର ଆସୋସିଏସନ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଜି ମାଥି ଭାଥନନ । ୧୧ ଜଣ ବୋର୍ଡ ସଦସ୍ୟଙ୍କ ମଧ୍ୟରେ ଜି.ମାଥି ଭାଥନନ ଅନ୍ୟତମ । ଅଧିକ ପଢନ୍ତୁ

mathi vathanan joined iwa advisory board
ଆଇଡବ୍ଲ୍ୟୁଏ ଉପଦେଷ୍ଟା ବୋର୍ଡରେ ମାଥି ଭାଥନନ
author img

By

Published : Apr 6, 2023, 11:41 AM IST

ଭୁବନେଶ୍ବର: ଆଇଡବ୍ଲ୍ୟୁଏର ଉପଦେଷ୍ଟା ପରିଷଦରେ ସାମିଲ ହୋଇଛନ୍ତି ଜି.ମାଥି ଭାଥନନ । ଜି.ମାଥି ଭାଥନନଙ୍କୁ ଇଣ୍ଟରନ୍ୟାସନାଲ ୱାଟର ଆସୋସିଏସନ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଇଣ୍ଟରନ୍ୟାସନାଲ ୱାଟର ଆସୋସିଏସନରେ ସାମିଲ ହୋଇଥିବା ୧୧ ଜଣ ବୋର୍ଡ ସଦସ୍ୟଙ୍କ ମଧ୍ୟରେ ଜି.ମାଥି ଭାଥନନ ଅନ୍ୟତମ । ଜି. ମାଥି ଭାଥନନ ହେଉଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ଆଇଏଏସ ଅଫିସର । ସେ ରାଜ୍ୟ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ । ଭାରତରୁ ଜଣେ ପ୍ରତିନିଧି ଭାବରେ ସେ ଏହି ଆର୍ନ୍ତଜାତିକ ପରିଷଦକୁ ମନୋନୀତ ହୋଇଛନ୍ତି ।

ସହରାଞ୍ଚଳ ପରିମଳ ଅଭିଯାନକୁ ମାର୍ଗଦର୍ଶନ କରିବା ସହ ଆବଶ୍ୟକୀୟ ନିର୍ଦ୍ଦେଶ ଦେବା ଇଣ୍ଟରନ୍ୟାସନାଲ ୱାଟର ଆସୋସିଏସନ କାର୍ଯ୍ୟ । ସହରାଞ୍ଚଳ ପରିମଳ ଅଭିଯାନର କାର୍ଯ୍ୟଧାରାକୁ ସମୀକ୍ଷା କରି ସାମଗ୍ରିକ ଭାବେ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ଦିଗରେ ଆସୋସିଏସନ କାର୍ଯ୍ୟ କରୁଛି । ଏହାର ସଦସ୍ୟ ଭାବରେ ମନୋନୀତ ହେବା ଗୌରବର କଥା ବୋଲି କହିଛନ୍ତି ଜି. ମାଥି ଭାଥନନ । ଟିମ ଓଡ଼ିଶା ଏବଂ ଟିମ ଅର୍ବାନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ସମସ୍ତ ଶ୍ରେୟ ଦେଇଛନ୍ତି । ସହରାଞ୍ଚଳ ପରିମଳ କ୍ଷେତ୍ରରେ ଟିମ ଓଡ଼ିଶା ଏବଂ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ବିଭାଗର ସମସ୍ତ ସଦସ୍ୟଙ୍କ ପରିଶ୍ରମରେ ଏହା ସଫଳ ହୋଇଛି ।

ଏହା ବି ପଢନ୍ତୁ...ଭିନ୍ନ ଏକ ପରମ୍ପରା ପାରଳାଖେମୁଣ୍ଡିର ଗଜମୁହାଁ, ମହାମାରୀରୁ ରକ୍ଷା କରନ୍ତି ମାଆ

ଏହା ବି ପଢନ୍ତୁ...BJP@43: ଶୂନ୍ୟରୁ ଶୀର୍ଷ ଯାଏଁ ବିଜେପିର ସଂଘର୍ଷପୂର୍ଣ୍ଣ ଯାତ୍ରା

ଜି.ମାଥି ଭାଥନନଙ୍କ ପ୍ରଚେଷ୍ଟାରେ ରାଜ୍ୟର ସହରାଞ୍ଚଳ ଶାସନ ବ୍ୟବସ୍ଥା ବା ବିକାଶ ପ୍ରକ୍ରିୟା ଦେଶର ଏକ ମଡେଲ ହୋଇଛି । ଓଡ଼ିଶାର ଏହି ଅର୍ବାନ ଗଭର୍ଣ୍ଣାନ୍ସ ମଡେଲ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏକାଧିକ ପୁରସ୍କାର ପାଇଛି । ମାଥି ଭାଥନନଙ୍କ ସହ ଆଇଡବ୍ଲ୍ୟୁଏରେ କେନିଆ, ସ୍ବିଜରଲାଣ୍ଡ, ଥାଇଲାଣ୍ଡ, ଫିଲିପାଇନ୍ସ, ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ ପ୍ରମୁଖ ଦେଶରୁ ସଦସ୍ୟ ମନୋନୀତ ହୋଇଛନ୍ତି । ଇଣ୍ଟରନ୍ୟାସନାଲ ୱାଟର ଆସୋସିଏସନର ଉପଦେଷ୍ଟା ବୋର୍ଡ ସହିତ ଟାସ୍କଫୋର୍ସ ମଧ୍ୟ ଗଠିତ ହୋଇଛି । ବିଶ୍ବସ୍ତରରେ ପରିମଳ ବ୍ୟବସ୍ଥା ଅଭିଯାନକୁ କିଭଳି ଅଧକ ଫଳପ୍ରଦ କରାଯିବ ସେଥିପାଇଁ ଆଇଡବ୍ଲ୍ୟୁଏ କାର୍ଯ୍ୟ କରୁଛି । ମାଥି ଭାଥନନ ଆଇଡବଲ୍ୟୁଏ ଉପଦେଷ୍ଟା ବୋର୍ଡରେ ସାମିଲ ହେବା ଗର୍ବର ବିଷୟ । ଏହା ସହରାଞ୍ଚଳ ପରିମଳ କ୍ଷେତ୍ରରେ ଅଧିକ ସଫଳତା ଆଣିବ ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.