ETV Bharat / state

'ଓଡ଼ିଶାରେ କେଉଁ ବ୍ୟୁରୋକ୍ରାଟ ଶାସନ କରୁଛନ୍ତି, ଏଥର ନାଁ ସ୍ପଷ୍ଟ କରନ୍ତୁ ନଡ୍ଡା'

author img

By

Published : Jun 22, 2023, 10:01 PM IST

ଗତ ଥର ଜେପି ନଡ୍ଡା ଓଡ଼ିଶା ଗସ୍ତରେ ସମୟରେ ନିଜ ଭାଷଣରେ ଜଣେ ବାବୁ କିଏ ଓଡ଼ିଶା ଶାସନ କରୁଛନ୍ତି ବୋଲି କହିଥିଲେ । ଏଥର ସେହି ନାଁ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଅଧିକ ପଢନ୍ତୁ

Etv Bharat
Etv Bharat
'ଓଡ଼ିଶାରେ କେଉଁ ବ୍ୟୁରୋକ୍ରାଟ ଶାସନ କରୁଛନ୍ତି, ଏଥର ନାଁ ସ୍ପଷ୍ଟ କରନ୍ତୁ ନଡ୍ଡା'

ଭୁବନେଶ୍ବର: ୨ ଦିନିଆ ଓଡ଼ିଶା ଗସ୍ତରେ ରହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପଶ୍ଚିମ ଓଡିଶାର ସଂସଦୀୟ କ୍ଷେତ୍ରଗୁଡ଼ିକରେ ବିଜେପିର ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ମୂଳ ଉଦ୍ଦେଶ୍ୟ । ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ମହା ଜନସମ୍ପର୍କ ସମାବେଶ ଜରିଆରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ସମ୍ବୋଧିତ କରିବେ । ନଡ୍ଡାଙ୍କ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଓଡ଼ିଶାରେ କେଉଁ ବ୍ୟୁରୋକ୍ରାଟ ଶାସନ କରୁଛନ୍ତି, ଏଥର ନଡ୍ଡା ନାଁ ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ଗତ ଥର ଜେପି ନଡ୍ଡା ଓଡ଼ିଶା ଗସ୍ତରେ ସମୟରେ ନିଜ ଭାଷଣରେ ଜଣେ ବାବୁ କିଏ ଓଡ଼ିଶା ଶାସନ କରୁଛନ୍ତି ବୋଲି କହିଥିଲେ । ଗତଥର ବୋଧେ ସାହସ ଜୁଟିନଥିଲା ସେ ନାଁଟା କହିବାକୁ, ହେଲେ ଚଳିତ ଗସ୍ତ ସମୟରେ କଂଗ୍ରେସ ଦାବି କରିଛି ଯେ ନଡ୍ଡା ସ୍ପଷ୍ଟ କରନ୍ତୁ ସେ ନାଁ । ଓଡ଼ିଶାରେ ଗଣତନ୍ତ୍ର ନାହିଁ, ଜଣେ ବ୍ୟୁରୋକ୍ରାଟ ଶାସନ କରୁଛନ୍ତି, କିଏ ସେ ବାବୁ ଯିଏ ସେ ଶାସନ କରୁଛନ୍ତି । ଉଭୟ ବିଜେଡି ଏବଂ ବିଜେପି ମଧ୍ୟରେ ବୁଝାମଣା ହୋଇଛି କଥା ଏଥିରୁ ଜାଣିପାରୁଥିବେ ବୋଲି କହିଛନ୍ତି ପ୍ରସାଦ ।

ଏହା ବି ପଢନ୍ତୁ- JP Nadda Odisha Visit: ଗୁପ୍ତ ବୁଝାମଣା ପାଇଁ ନଡ୍ଡା ଓଡିଶା ଆସିଛନ୍ତି କହିଲେ ପିସିସି ସଭାପତି

ରାଜ୍ୟରେ ଉଭୟ ବିଜେଡି ଏବଂ ବିଜେପିକୁ ଟକ୍କର ଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି କଂଗ୍ରେସ । ସଂଗଠନକୁ ଅଧିକ ସୁଦୃଢ କରିବାକୁ କଂଗ୍ରେସ ଭବନରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବରିଷ୍ଠ ଉପସଭାପତି ଶିବନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ବ୍ୟୁରୋକ୍ରାଟ ଶାସନକୁ ଚେକ ଦେବା ପାଇଁ କଂଗ୍ରେସ ଆଭିମୁଖ୍ୟ ଶାଣିତ କରିବ। ଗଣତନ୍ତ୍ରରେ ଅଫିସର ରାଜ ଚାଲିବ ନାହିଁ । ଲୋକ ପ୍ରତିନିଧି ସେବା କରିବେ ଓ ଅଫିସରମାନେ ମନ ଇଚ୍ଛା କାର୍ଯ୍ୟ କରିପାରିବେ ନାହିଁ। ଆଗକୁ ଏନେଇ ତୀବ୍ର ହେବ ଆନ୍ଦୋଳନ । ଆଗକୁ କଂଗ୍ରେସ କିଭଳି ମଜବୁତ ହେବ, ଉଭୟ ସରକାରଙ୍କ ବିଫଳତାକୁ ଜନସାଧାରଣଙ୍କ ପାଖକୁ ନେବ ତାର ପ୍ଲାନ ପ୍ରସ୍ତୁତି ଚାଲିଛି।

ବିଜୁଳି ବିଭ୍ରାଟ, ଅହେତୁକ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବେରୋଜଗାରୀକୁ ମୁଖ୍ୟ ଆୟୁଧ କରିବ ଦଳ। ସଂଗଠନକୁ ମଜଭୁତ କରିବ କଂଗ୍ରେସ । ସୂଚନା ଥାଉ କି ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ନଡ୍ଡା । ବରଗଡ଼ ଲୋକସଭା କ୍ଷେତ୍ରର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ । ୨୩ରେ କଳାହାଣ୍ଡି ଭବାନୀପାଟଣାରେ ମହା ଜନସମ୍ପର୍କ ଅଭିଯାନରେ ନଡ୍ଡା ସାମିଲ ହେବେ । ମୋଦି ସରକାରଙ୍କ ୯ ବର୍ଷର ସଫଳତାକୁ ଜନସାଧାରଣଙ୍କ ଆଗରେ ରଖିବେ । ବୁଦ୍ଧିଜୀବୀଙ୍କୁ ଭେଟି ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.