ETV Bharat / state

ତେଜିଲା ମଦ ଦୋକାନ ସ୍ଥାନାନ୍ତର ଦାବି, ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ବୁଦ୍ଧିଜୀବୀ

author img

By

Published : Apr 6, 2022, 9:16 AM IST

ଖୋର୍ଦ୍ଧାରେ ସ୍କୁଲ ମନ୍ଦିର ଓ ଜନବସତି ନିକଟରେ ଥିବା ମଦ ଦୋକାନ ସ୍ଥାନାନ୍ତରଣ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ କଳିଙ୍ଗନଗର ଆବାସିକ ଉନ୍ନୟନ ସଂଘର ଦାବି । ଅଧିକ ପଢନ୍ତୁ

ମଦ ଦୋକାନ ସ୍ଥାନାନ୍ତର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ କଳିଙ୍ଗନଗର ଆବାସିକ ଉନ୍ନୟନ ସଂଘ

ଖୋର୍ଦ୍ଧା: ଜିଲ୍ଲାରେ ବଢିଚାଲିଛି ମଦ୍ୟପଙ୍କ ଦୌରାତ୍ମ୍ୟ । ସଞ୍ଜ ନଇଁଲେ ମଦ ଦୋକାନକୁ ଛୁଟୁଛି ଅସାମାଜିକ ଲୋକଙ୍କ ସୁଅ । ତେବେ ମଦ୍ୟପଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଅଣନିଶ୍ୱାସୀ ହୋଇପଡିଲେଣି ଖୋର୍ଦ୍ଧା ଜିଲା ଭୁବନେଶ୍ୱର ଉପକଣ୍ଠ କଳିଙ୍ଗନଗର ବରିଷ୍ଠ ନାଗରିକ । ଏନେଇ ଗତକାଲି(ମଙ୍ଗଳବାର) ମଦ ଦୋକାନ ସ୍ଥାନାନ୍ତର ପ୍ରତିବାଦରେ କଳିଙ୍ଗନଗର ଆବାସିକ ଉନ୍ନୟନ ସଂଘ ଏବଂ ବୁଦ୍ଧିଜୀବୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ।

ସ୍କୁଲ, ମନ୍ଦିର ଓ ଜନବସତି ନିକଟରେ ମଦ ଦୋକାନ ଖୋଲିଥିବାରୁ ଅସାମାଜିକ ଲୋକଙ୍କ ଆଡ୍ଡା ଜମି ସମସ୍ୟା ଉପୁଜୁଛି । ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଓ ମହିଳା ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଏହାର ଶୀଘ୍ର ସ୍ଥାନାନ୍ତର କରାନଗଲେ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି କଳିଙ୍ଗନଗର ଆବାସିକ ଉନ୍ନୟନ ସଂଘ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.