ETV Bharat / state

Dhamnagar ByPoll: ପ୍ରମିଳାଙ୍କ ଭବିଷ୍ୟବାଣୀ, ୩୦ ହଜାରରୁ ଉର୍ଦ୍ଧ୍ବ ଭୋଟ୍‌ରେ ଜିତିବ ବିଜେଡ଼ି

author img

By

Published : Oct 20, 2022, 4:39 PM IST

ଧାମନଗର ଉପନିର୍ବାଚନର ଫଳାଫଳକୁ ନେଇ ବରିଷ୍ଠ ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭବିଷ୍ୟବାଣୀ । ବିଜେଡ଼ି ୩୦ ହଜାର ଭୋଟ ବ୍ୟବଧାନରେ ଜିତିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

Dhamnagar ByPoll: ପ୍ରମିଳାଙ୍କ ଭବିଷ୍ୟବାଣୀ, ବିଜେଡ଼ିର ବିଜୟକୁ ନେଇ ଦମ୍ଭୋକ୍ତି

ଭୁବନେଶ୍ବର: ଧାମନଗର ଉପନିର୍ବାଚନ (Dhamnagr Bypoll) ଫଳାଫଳକୁ ନେଇ ବରିଷ୍ଠ ବିଜେଡ଼ି ନେତ୍ରୀ ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ (Senior BJP Leader Pramila Mallik)ଭବିଷ୍ୟବାଣୀ । ବିଜେଡ଼ି ଏହି ଉପନିର୍ବାଚନରେ ୨୫ରୁ ୩୦ ହଜାର ଭୋଟ୍‌ ବ୍ୟବଧାନରେ ବିଜୟୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରମିଳା । ସାଧାରଣ ଲୋକଙ୍କ ପାଇଁ ବିଜେଡ଼ି କାମ କରୁଛି, ସ୍ବାଧୀନ ପ୍ରାର୍ଥୀଙ୍କୁ ଲୋକେ ଭୋଟ ଦେବେନି ବୋଲି କହିଛନ୍ତି ଶାସକ ଦଳର ଏହି ବରିଷ୍ଠ ନେତ୍ରୀ ।

ଦଳୀୟ ଟିକେଟ ନମିଳିବାରୁ ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ବିଜେଡ଼ି ଓ ଅସନ୍ତୁଷ୍ଟ ବିଜେଡ଼ି ନେତା ରାଜୁ ଦାସଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି । ମାତ୍ର ରାଜୁ ଦାସଙ୍କୁ ନେଇ ବିଜେଡ଼ି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଶାସକ ଦଳର ନେତା ଦମ୍ଭୋକ୍ତି କରୁଛନ୍ତି । ଏ ନେଇ ବରିଷ୍ଠ ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, "ସାଧାରଣ ଲୋକଙ୍କ ପାଇଁ ବିଜେଡି କାମ କରୁଛି । ସ୍ବାଧୀନ ପ୍ରାର୍ଥୀଙ୍କୁ ଲୋକେ ଭୋଟ୍ ଦେବେନି । ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜେଡି ଭୋଟ୍ ମାଇନସ କରିବେ ନାହିଁ । ଅନ୍ୟ ଦଳର ଭୋଟ୍ ମାଇନସ କରିବେ । ସବୁ ଉପ ନିର୍ବାଚନରେ ବିଜେଡି ଜିତିଛି । ଆମେ ନ ପାରିଲେ ସୁପ୍ରିମୋ ପ୍ରଚାରକୁ ଯିବେ ।"

ଏହା ବି ପଢନ୍ତୁ- Dhamnagar Bypoll: ଆଜିଠୁ ବିଧିବଦ୍ଧ ପ୍ରଚାର ଆରମ୍ଭ, ସରଗରମ ରାଜ୍ୟ ରାଜନୀତି

ସେପଟେ ରାଜନୀତି ସମୀକ୍ଷକ ମଧ୍ୟ ସମାନ କଥା କହୁଛନ୍ତି । ଯଦି ବିଜେଡ଼ିର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରଚାର ପାଇଁ ଧାମନଗର ମୈଦାନକୁ ଯାଆନ୍ତି, ତେବେ ଭୋଟରଙ୍କ ଉପରେ ପ୍ରଭାବ ପଡ଼ିପାରେ । ପ୍ରତିଟି ଦଳ ନିଜ ନିଜର ବିଜୟକୁ ନେଇ ଦମ୍ଭୋକ୍ତି ଦେଖାଉଥିବାବେଳେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ନିଜର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି । ସ୍ବାଭିମାନର ମାଟି ଧାମନଗର ପାଇଁ ସେ ନିର୍ବାଚନ ଲଢୁଛନ୍ତି । ଧାମନଗରବାସୀ ତାଙ୍କ ସହିତ ଅଛନ୍ତି । ଏଣୁ ସେ ବିଜୟ ହାସଲ କରିବେ ବୋଲି କହୁଛନ୍ତି ।

ଏହା ବି ପଢନ୍ତୁ- ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର ଦାସ

ଧାମନଗର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ଘନ ଘନ ପ୍ରଚାର, ଷ୍ଟାର ପ୍ରଚାରକଙ୍କ ଭିଡ଼ ଓ ରୋଡ଼ ଶୋ'ରେ କମ୍ପୁଛି ଧାମନଗର । ତେବେ କେଉଁ ଷ୍ଟାର ପ୍ରଚାରକ ଓ ଦଳ ଭୋଟରଙ୍କ ଉପରେ ପ୍ରଭାବ ପକାଇ ପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ସୂଚନା ଥାଉ କି, ଗତ ୧୪ ତାରିଖରେ ଉପନିର୍ବାଚନ ଲାଗି ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଭରିଥିଲେ ଓ ୧୫ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହୋଇଥିଲା । ଅକ୍ଟୋବର ୧୭ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା ।

ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ହେବ । ୬ ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ଧାମନଗନର ଆସନ ପାଇଁ ଏହି ଉପନିର୍ବାଚନ ହେଉଛି । ବିଷ୍ଣୁ ବିଧାନସଭାରେ ବିଜେପି ବିଧାୟକ ଦଳର ଉପନେତା ଥିଲେ । ଗତ ସେପ୍ଟେମ୍ବର ୧୯ ତାରିଖରେ ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.