ETV Bharat / state

BJD Mishrana Parva: ପଦ୍ମ ଛାଡି ଶଙ୍ଖ ଶିବିରରେ ଜଗଦୀଶ ବିଶ୍ବାଳ

author img

By

Published : Jul 24, 2023, 10:26 PM IST

ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଜଗଦୀଶ ବିଶ୍ବାଳ ବିଜେଡିରେ ସାମିଲ । ପଦ୍ମଛାଡି ଶଙ୍ଖ ଫୁଙ୍କିଲେ ଜଗଦୀଶ । ପଶ୍ଚିମ ଓଡ଼ିଶାରେ ବିଜେପିର ଦୃଢ ସଂଗଠକ ଥିଲେ ଜଗଦୀଶ । ଜଗଦୀଶ ସମ୍ବଲପୁର ବାସିନ୍ଦା ହୋଇଥିବା ବେଳେ ବହୁ ପଦପଦବୀରେ ମଧ୍ୟ ସେ ରହିଛନ୍ତି । ରାଷ୍ଟ୍ରୀୟ କୁଲତା ସମାଜର ଜେନେରାଲ ସେକ୍ରେଟାରୀ ସହ ସେ ଭାରତୀୟ ମଜଦୁର ସଙ୍ଘ ପଶ୍ଚିମ ଓଡ଼ିଶାର ସଦସ୍ୟ । ଓଡ଼ିଶା ଆଶା କର୍ମୀ ମଜଦୁର ସଂଘର ଆବାହକ ଭଳି ବିଭିନ୍ନ ଦାୟିତ୍ବରେ ରହିଛନ୍ତି ଜଗଦୀଶ । ଅଧିକ ପଢନ୍ତୁ

ପଦ୍ମ ଛାଡି ଶଙ୍ଖ ଶିବିରରେ ଜଗଦୀଶ ବିଶ୍ବାଳ
ପଦ୍ମ ଛାଡି ଶଙ୍ଖ ଶିବିରରେ ଜଗଦୀଶ ବିଶ୍ବାଳ

ଭୁବନେଶ୍ବର: ବିଜେଡି ସାମିଲ ହୋଇଛନ୍ତି ବିଜେପିର ବରିଷ୍ଠ ନେତା ଜଗଦୀଶ ବିଶ୍ବାଳ । ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବ ଜଗଦୀଶ ହୋଇଛନ୍ତି ବିଜେଡିରେ ସାମିଲ । ଜଗଦୀଶଙ୍କୁ ବିଜେଡିରେ ସାମିଲ କରାଇଛନ୍ତି ରାଜ୍ୟସଭା ସାଂସଦ ତଥା ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିଟେ ସାମିଲ ହୋଇଥିବା କଥା କହିଛନ୍ତି ଜଗଦୀଶ ।

ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଜଗଦୀଶ ବିଶ୍ବାଳ ବିଜେଡିରେ ସାମିଲ । ପଦ୍ମଛାଡି ଶଙ୍ଖ ଫୁଙ୍କିଲେ ଜଗଦୀଶ । ପଶ୍ଚିମ ଓଡ଼ିଶାରେ ବିଜେପିର ଦୃଢ ସଂଗଠକ ଥିଲେ ଜଗଦୀଶ । ଜଗଦୀଶ ସମ୍ବଲପୁର ବାସିନ୍ଦା ହୋଇଥିବା ବେଳେ ବହୁ ପଦପଦବୀରେ ମଧ୍ୟ ସେ ରହିଛନ୍ତି । ରାଷ୍ଟ୍ରୀୟ କୁଲତା ସମାଜର ଜେନେରାଲ ସେକ୍ରେଟାରୀ ସହ ସେ ଭାରତୀୟ ମଜଦୁର ସଙ୍ଘ ପଶ୍ଚିମ ଓଡ଼ିଶାର ସଦସ୍ୟ । ଓଡ଼ିଶା ଆଶା କର୍ମୀ ମଜଦୁର ସଂଘର ଆବାହକ ଭଳି ବିଭିନ୍ନ ଦାୟିତ୍ବରେ ରହିଛନ୍ତି ଜଗଦୀଶ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ନିଜକୁ ସାମିଲ କରି ବିଜେଡିରେ ସାମିଲ ହୋଇଥିବା କଥା ସେ କହିଛନ୍ତି । ଜଗଦୀଶଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଶୁଭେଚ୍ଛା ଜଣାଇବା ସହ ଦଳକୁ ସ୍ବାଗତ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ।

ଏହାବି ପଢନ୍ତୁ- ସମ୍ବଲପୁରରେ ବିଜେଡି ଦୁଇ ଫାଳ ! ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଗସ୍ତ ସମୟରେ ପୋଷ୍ଟର ୱାର

ଜଗଦୀଶଙ୍କ ଯୋଗଦାନ ଫଳରେ ପଶ୍ଚିମ ଓଡିଶାରେ ଦଳ ମଜବୁତ ହେବ ବୋଲି କହିଛନ୍ତି ମାନସ । ଜଗଦୀଶ ନିଜ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କର ବିକାଶମୂଳକ କାର୍ଯ୍ୟ ତଥା ଜନକଲ୍ୟାଣ ଯୋଜନାରେ ଉଦବୁଦ୍ଧ ହୋଇ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି । ମହିଳା ସଶକ୍ତିକରଣ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ ଏକ୍ସପ୍ରେସ ୱେ, ୫ ଟି ସ୍କୁଲ ରୂପାନ୍ତରଣ, କ୍ରୀଡ଼ା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଲାଗି ଓଡ଼ିଶା ଆଜି ସାରା ବିଶ୍ବରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି ମତପ୍ରକାଶ କରିଛନ୍ତି । ଏହି ମିଶ୍ରଣ ପର୍ବରେ ଦଳର ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଛନ୍ତି । ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ମୌସମ ମିଶ୍ର ଉପସ୍ଥିତ ଥିଲେ ।

ଆଗକୁ ରହିଛି ସାଧାରଣ ନିର୍ବାଚନ । ସମ୍ବଲପୁର ବିଜେଡି ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ । କାରଣ 2019 ସାଧାରଣ ନିର୍ବାଚନରେ ବିଜେଡି ହାତରୁ ସମ୍ବଲପୁର ଲୋକସଭା ସହ ସମ୍ବଲପୁର ଓ ରେଙ୍ଗାଲି ବିଧାନସଭା ଆସନ ଖସି ଯାଇଥିଲା । ତେଣୁ ଏହି ସିଟ ନିଜ କବଜାକୁ ପୁନର୍ବାର ଫେରାଇ ଆଣିବା ଲାଗି ଦଳ କରିଛି ସ୍ବତନ୍ତ୍ର ରଣନୀତି । ଜିଲ୍ଲାରେ ସଂଗଠନ ଯୁକ୍ତ ବିରୋଧୀ ଦଳ ନେତାଙ୍କୁ ନିଜ ସହ ସାମିଲ କରିବାକୁ ଯୋଜନା କରିଛି ବିଜେଡି । ଏହି ପ୍ରକ୍ରିୟାରେ ଜଗଦୀଶଙ୍କୁ ଦଳରେ ସାମିଲ କରିଛି ବିଜୁ ଜନତା ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.