ETV Bharat / state

ସରକାରୀ ଦଳର ମନ୍ତ୍ରୀ ବିଧାୟକଙ୍କ ଅର୍ଚ୍ଚନା ସହ ସମ୍ପର୍କ କଣ ପଚାରିଲେ ବିଜେପି ନେତା

author img

By

Published : Nov 2, 2022, 10:55 PM IST

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ପ୍ରସଙ୍ଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରିବ । ସମସ୍ତଙ୍କ ମୁଖା ଖୋଲିବ । ଗତକାଲି ଧାମନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବୟାନକୁ ପୁଣି ଥରେ ଆଜି ଦୋହରାଇଛନ୍ତି ବିଜେପି ନେତା ବାବୁ ସିଂ । ଅଧିକ ପଢନ୍ତୁ

ସରକାରୀ ଦଳ ମନ୍ତ୍ରୀ  ବିଧାୟକଙ୍କ ଅର୍ଚ୍ଚନା ସହ  ସମ୍ପର୍କ କଣ?

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ପ୍ରସଙ୍ଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରିବ । ସମସ୍ତଙ୍କ ମୁଖା ଖୋଲିବ । ଗତକାଲି ଧାମନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବୟାନକୁ ପୁଣି ଥରେ ଆଜି ଦୋହରାଇଛନ୍ତି ବିଜେପି ନେତା ବାବୁ ସିଂ ।

ବାବୁ ସିଂ କହିଛନ୍ତି, "ଅର୍ଚ୍ଚନା ନାଗ ପ୍ରସଙ୍ଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରିବ । ସମସ୍ତଙ୍କ ମୁଖା ଖୋଲିବ । ଡ଼ାଏରୀ ଖୋଲିବ, ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତଦନ୍ତ କରିବା ଆରମ୍ଭ କଲାଣି ଏବଂ ଏହି ଘଟଣାକୁ ଜାଣିବା ପାଇଁ ଓଡିଶାବାସୀ ଚାହିଁରହିଛନ୍ତି ।"

ବାବୁ ଆହୁରି କହିଛନ୍ତି, ‘‘ଯେଉଁମାନେ ଅର୍ଚ୍ଚନା କେଶରେ ସମ୍ପୃକ୍ତ ସେମାନଙ୍କ ମୁଖା ଖୋଲିବ ଏବଂ ରାଜ୍ୟବାସୀ ସବୁକଥା ଜାଣିପାରିବେ । ସରକାରରେ ଥିବା ଦଳର ମନ୍ତ୍ରୀ ମାଳ ମାଳ ବିଧାୟକ ଏବଂ ନେତୃତ୍ୱ ମଣ୍ଡଳୀ ସେଠାକୁ ଯାଇଛନ୍ତି । ସେ କଥା ଆମ ପାଖେ ସମସ୍ତଙ୍କ ପାଖେ ପ୍ରମାଣ ଅଛି । ଇଡି ଏହାକୁ ପ୍ରକାଶ କରିବ । ଇଡି ପଶିବା ପରେ କିଏ କେଉଁ ଉଦେଶ୍ୟରେ ଯାଇଛନ୍ତି, ଫଟୋ ପ୍ରମାଣ ନୁହେଁ । ଆମ ପାଖରେ 25 ଜଣ ନେତା ଯାଉଥିବା ଖବର ଅଛି ଇଡି ତଦନ୍ତ ପରେ ସବୁ ସତ ବାହାରିଯିବ ।’’

ସେ କହିଛନ୍ତି ନେତା ଏବଂ ଅର୍ଚ୍ଚନା ନାଗ ମଧ୍ୟରେ ଅର୍ଥନୈତିକ କାରବାର ନିଶ୍ଚୟ ହୋଇଛି। ନଚେତ ଏତେ କମ ଦିନ ଭିତରେ ଏତେ ବଡ଼ ସାମ୍ରାଜ୍ୟ ଧଳା ଧନରେ ଗଠନ କରିବା ସମ୍ଭବ ନୁହେଁ । 22 ବର୍ଷ ହେଲା ଗରିବ ଲୋକଙ୍କଠୁ ପଇସା ଅର୍ଜନ କରିଛନ୍ତି । ଏବଂ ଓଡିଶାବାସୀଙ୍କ ସେବା ବଦଳରେ ଅର୍ଚ୍ଚନା ନାଗର ସେବା କରିଛନ୍ତି ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.