ETV Bharat / state

ଓଡିଶା ଆସୁଛନ୍ତି ମହାମହିମ, ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

author img

By

Published : Feb 8, 2023, 4:46 PM IST

Updated : Feb 8, 2023, 5:48 PM IST

ଆସନ୍ତା 10 ତାରିଖରେ ରାଷ୍ଟ୍ରପତି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ହାଇ ଆଲର୍ଟ

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି (ଫେବୃଆରୀ 10) ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବର ରେଳଷ୍ଟେସନ, ଏୟାରପୋର୍ଟ ଏବଂ ବସଷ୍ଟାଣ୍ଡ ସମେତ ସାରା ସହରରେ ହାଇ ଆଲର୍ଟ ଜାରି କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ଦୃଷ୍ଟିରୁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ୨୦୦ ଅଫିସର ସୁରକ୍ଷା ଦାୟିତ୍ବରେ ରହିବେ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ବ୍ଲୁବୁକ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ ବ୍ୟବସ୍ଥା ଓ ସଭା ସ୍ଥଳଗୁଡିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗସ୍ତକୁ ନେଇ ଏସଓପି ଅନୁସାରେ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି ।

ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତରେ ଭୁବନେଶ୍ୱର ଓ କଟକରେ ରହିଛି କାର୍ଯକ୍ରମ । ଭୁବନେଶ୍ୱରରେ ତିନୋଟି ଓ କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାର ଯୋଜନା ରହିଛି। ଭୁବନେଶ୍ୱରରେ ଉତ୍କଳ ମଣ୍ଡପ ,ରମାଦେବୀ ମହାବିଦ୍ୟାଳୟ ସହ କଟକର CRRRI ଏବଂ ଶେଷରେ ଲିଙ୍ଗରାଜ ମନ୍ଦିର ଦର୍ଶନ କାର୍ଯକ୍ରମ ରହିଛି । ରାଷ୍ଟ୍ରପତି ଗସ୍ତ ନେଇ ସୁରକ୍ଷା ଓ ଟ୍ରାଫିକ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ ପୋଲିସ । ମହାମହିମଙ୍କ ଓଡ଼ିଶା ଗସ୍ତ ନେଇ ସ୍ବତନ୍ତ୍ର ସୁରକ୍ଷା ପ୍ରୋଟୋକଲ ରହିଛି। ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କ ଗସ୍ତକୁ ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ, ହାଇ ଆଲର୍ଟ ଜାରି କରାଯାଇଛି । ଏଥିପାଇଁ ୪୦ପ୍ଲାଟୁନ ଫୋର୍ସ ମୁତୟନ ହେବେ । ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ବ ପୋଲିସ କମିଶନରଙ୍କ ତତ୍ତ୍ବାବଧାନରେ ହେବ । କଟକରେ ଅତିରିକ୍ତ କମିଶନରଙ୍କ ନେତୃତ୍ବରେ ହେବ । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଜନସାଧାରଣ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେନେଇ ମଧ୍ୟ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ଏଥି ସହ ଲିଙ୍ଗରାଜ ମନ୍ଦିର ଭିତରେ ମହାପ୍ରଭୁଙ୍କ ରାଷ୍ଟ୍ରପତିଙ୍କ ଦର୍ଶନ କରିବା ସମୟରେ ମନ୍ଦିର ବେଢ଼ାରେ କୌଣସି ପର୍ଯଟକ ବା ଜନସାଧାରଣ ରହିବେ ନାହିଁ । ଯାହା ପୋଲିସ ଓ ଜିଲ୍ଲା ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ସେବକ ଓ କର୍ମଚାରୀ ସେଠାରେ ଉପସ୍ଥିତ ରହିବେ ।

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ - ଆସନ୍ତା ୧୦ତାରିଖରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ଦୁଇଦିନିଆ ଗସ୍ତ ସମୟରେ ଭୁବନେଶ୍ବରରେ ଦୁଇଟି କାର୍ଯକ୍ରମ ସହ କଟକରେ ଗୋଟିଏ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ଭୁବନେଶ୍ବରରେ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର କାର୍ଯକ୍ରମ ସହ ରମାଦେବୀ ବିଶ୍ବବିଦ୍ୟାଳୟର କାର୍ଯକ୍ରମ ସହ କଟକର ସିଆର ଆରଆରଆଇ କାର୍ଯକ୍ରମରେ ମଧ୍ୟ ଯୋଗଦେବେ । ଏଥିସହ ୧୧ତାରିଖ ଦିନ ମହାପ୍ରଭୁ ଲିଙ୍ଗରାଜ ଦର୍ଶନ ନେଇ ମଧ୍ୟ କାର୍ଯକ୍ରମ ରହିଛି । ରମାଦେବୀ ଓ ଉତ୍କଳ ମଣ୍ଡପ ସମେତ ଏୟାରପୋର୍ଟର ସୁରକ୍ଷା ତଦାରଖ ସରିଛି । ତେବେ ଆସନ୍ତାକାଲି(ଗୁରୁବାର) ଫାଇନାଲ ସିକ୍ୟୁରିଟି ରିହଲସଲ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 8, 2023, 5:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.