ETV Bharat / state

ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ ଅଫିସର

ଲାଞ୍ଚ ନେଇ ଧରାପଡ଼ିଲେ ଖାଦ୍ୟ ସୁରକ୍ଷା କମିଶନ ଅଫିସ୍‌ର ସେକ୍ସନ ଅଫିସର ଗିରିଜା ଦାସ । ଅଧିକ ପଢନ୍ତୁ

author img

By

Published : May 18, 2023, 10:20 PM IST

section officer girija dash
section officer girija dash

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର । ଲାଞ୍ଚ ନେଇ ଧରାପଡ଼ିଲେ ଖାଦ୍ୟ ସୁରକ୍ଷା କମିଶନ ଅଫିସ୍‌ର ସେକ୍ସନ ଅଫିସର ଗିରିଜା ଦାସ । ମେଡିସିନ ଷ୍ଟୋରର ଫାର୍ମାସିଷ୍ଟଙ୍କ ନାଁ ବଦଳାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ।

ସୂଚନା ମୁତାବକ, ଫୁଡ୍ ସେଫ୍‌ଟି ଅଫିସରେ କାମ କରିବା ପୁର୍ବରୁ ଡ୍ରଗ୍‌ସ୍‌ କଣ୍ଟ୍ରୋଲ ବୋର୍ଡ ଅଫିସରେ କାମ କରୁଥିଲେ ଗିରିଜା । ଏନେଇ ସେ ମେଡ଼ିସିନ ଷ୍ଟୋରର ମାଲିକକୁ ଷ୍ଟୋରର ଫାର୍ମାସିଷ୍ଟଙ୍କ ନା ବଦଳାଇବା ପାଇଁ 10 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସମ୍ପୃକ୍ତ ଅଭିଯୋଗକାରୀ ଅଧିକାରୀଙ୍କୁ ଲାଞ୍ଚୁଆ ବୋଲି ଜାଣି ଭିଜିଲାନ୍ସ ଅଫିସର ଦ୍ବାରସ୍ଥ ହୋଇଥିଲେ । ପରେ ଗିରିଜା ଶଙ୍କର ଦାସଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ । ଅଭିଯୋଗକାରୀ ପୂର୍ବ ଯୋଜନା ମୁତାବକ ଗିରିଜା ମାଗିଥିବା ଲାଞ୍ଚ ଟଙ୍କା ନେଇ ସେକ୍ସନ୍‌ ଅଫିସର ଗିରିଜା ଶଙ୍କର ଦାସଙ୍କୁ ଦେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ତାଙ୍କୁ ଗିରଫ କରିବା ସହ ତାଙ୍କର ଘର ସହ ଅଫିସରେ ଚଢାଉ କରାଯାଇଛି ।

ତେବେ ଲାଞ୍ଚ କାରବାର ନେଇ ଭିଜିଲାନ୍ସ ପକ୍ଷରୁ କଠୋର ଆଭିମୁଖ୍ୟ ଜାରି ରହିଛି । ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସମୟରେ ଭିଜିଲାନ୍ସ ନିର୍ଣ୍ଣାୟକ ଭୂମିକା ନେଇଛି । ପୂର୍ବରୁ ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠାୱା ଲାଞ୍ଚ କାରବାରରେ ଦୁର୍ନୀତି ଖୋର ଅଧିକାରୀଙ୍କ ବିରୋଧରେ କଠୋର‌ କାର୍ଯ୍ୟାନୁଷ୍ଠାନ ପାଇଁ କଡ଼ା ଆହ୍ବାନ ଦେଇଥିଲେ । ଯାହାକୁ ନେଇ ବିଭିନ୍ନ ସମୟରେ ଏପରି ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ଏବଂ ସେମାନଙ୍କ କଳା ଟଙ୍କା ଜବତ କରିବା ପାଇଁ ବିଭିନ୍ନ ସମୟରେ ଭିଜିଲାନ୍ସ ଅଧିକାରୀଙ୍କୁ ମଧ୍ୟ ତାଲିମ ଦିଆଯାଇଛି । ତେବେ ବିଗତ ଦିନରେ ମଧ୍ୟ ଅନେକ ଲାଞ୍ଚୁଆ ଅଧିକାରୀ ଗିରଫ ହେବା ସହ ଭଜିଲାନ୍ସ ଅନେକଙ୍କ ଘରେ ଚଢାଉ ମଧ୍ୟ କରିଛି ।

ପ୍ରକାଶ ଥାଉକି, ଗତକାଲି ଭତ୍ତା ପ୍ରଦାନ କରିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଥିଲେ ସୁରକ୍ଷା ଅଧିକାରୀ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ କାର୍ଯ୍ୟରତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ ଲାଞ୍ଚ ନେଉଥିବା ବେଳେ ଗିରଫ କରିଥିଲା ଭିଜିଲାନ୍ସ ଟିମ୍‌ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ବାର୍ଦ୍ଧକ୍ୟ ଭତ୍ତା କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ । ଭତ୍ତା ପାଇଁ ଲାଞ୍ଚ ମାଗୁଥିବା ନେଇ ଉକ୍ତ ବ୍ଲକ୍‌ର ମଠସରସିଂ ପଞ୍ଚାୟତର ସମିତି ସଭ୍ୟା ପ୍ରତିନିଧି ଝଡିଆ ସ୍ୱାଇଁ ଘଟଣା ସଂପର୍କରେ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏହା ପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଝଡିଆ ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ କାବୁ କରିଥିଲା । ଏଥିସହ ତାଙ୍କ ନିକଟରୁ ୬ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.