ETV Bharat / state

ପ୍ରତ୍ୟେକ ପଞ୍ଚାୟତକୁ ବିଶୁଦ୍ଧ ଜଳ ଯୋଗାଣ, ମେଗା ପ୍ରକଳ୍ପର କାର୍ଯ୍ଯ ସମୀକ୍ଷା କଲେ ପାନୀୟ ଜଳ ପ୍ରମୁଖ ସଚିବ

ଅସହ୍ୟ ହେଲାଣି ଖରା । ଖୋର୍ଦ୍ଧାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ମେଗା ଜଳ ଯୋଗାଣ ପ୍ରକଳ୍ପ 2018-19 ଆର୍ଥିକ ବର୍ଷରୁ ଆରମ୍ଭ ହୋଇଛି । ମେଗା ପ୍ରକଳ୍ପର କାର୍ଯ୍ଯ ଯାଥାଶୀଘ୍ର ସାରିବା ପାଇଁ ଠିକା ସଂସ୍ଥାକୁ ପାନୀୟ ଜଳ ପ୍ରମୁଖ ସଚିବ ସୁଶୀଲ ଲୋହାନିଙ୍କ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ଅସହ୍ୟ ହେଲାଣି ଖରା
ଅସହ୍ୟ ହେଲାଣି ଖରା
author img

By

Published : Apr 6, 2023, 6:08 PM IST

ମେଗା ପ୍ରକଳ୍ପର କାର୍ଯ୍ଯ ସମୀକ୍ଷା କଲେ ପାନୀୟ ଜଳ ପ୍ରମୁଖ ସଚିବ ସୁଶୀଲ ଲୋହାନି

ଖୋର୍ଦ୍ଧା: ଆରମ୍ଭ ହେଲାଣି ଗ୍ରୀଷ୍ମପ୍ରବାହ । ଦିନକୁ ଦିନ ଅସହ୍ୟ ହେଲାଣି ତାତି । ଗ୍ରୀଷ୍ମ ପ୍ରଭାବ କରାଣରୁ ବିଭିନ୍ନ ଅଞ୍ଚଳରେ ଜଳ ସମସ୍ୟା ଦେଖିବାକୁ ମିଳେ । ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାରେ ମେଗା ଜଳ ଯୋଗାଣ ପ୍ରକଳ୍ପ 2018-19 ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିଲା । ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରି ନାହିଁ । ସମୟ ଗଡିବା ସହ ପ୍ରକଳ୍ପ କାର୍ଯ୍ଯ ସରିବା ନେଇ ସମସ୍ତ ଆଶା ହରାଇଛନ୍ତି ଗ୍ରାମବାସୀ ।

ଖୋର୍ଦ୍ଧା ଜିଲ୍ଲାର ଦୁଇଟି ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଛନ୍ତି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନି । ସଚିବଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତ, ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ମୁଖ୍ୟ ପ୍ରମୁଖ ଏହି ଗସ୍ତରେ ସାମିଲ ହୋଇଥିଲେ । ମେଗା ପ୍ରକଳ୍ପ କାର୍ଯ୍ଯ ଦେଖିବା ସହ କାର୍ଯ୍ଯକୁ ତ୍ବରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ ସୁଶୀଲ ଲୋହାନି ।

ତେବେ ପୂର୍ବରୁ ଲୋହାନି କଟକ ଜିଲ୍ଲା ବୈଦେଶ୍ୱର ମହାନଦୀରୁ ପାଣି ଆସୁଥିବା ପ୍ରକଳ୍ପ ଦେଖିବା ସହ ସେଠାରୁ ବୋଲଗଡ଼ ବ୍ଲକ ପାଟପୁର ଶାସନ ପଞ୍ଚୟାତରେ ଠିକା ସଂସ୍ଥା ଜେଏମସି ଦ୍ୱାରା ନିର୍ମାଣଧିନ ମେଗା ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଜେଏମସି 244.21 କୋଟି ଟଙ୍କାର ପ୍ରକଳ୍ପ ହୋଇଥିବା ବେଳେ ଏହା ବୋଲଗଡ଼ର 19ଟି ପଞ୍ଚୟାତ ଏବଂ ବେଗୁନିଆର 16ଟି ପଞ୍ଚାୟତକୁ ଜଳ ଯୋଗାଣ କରିବ ।

ତେବେ କିପରି ମହାନଦୀରୁ ପାଣି ଆସିବା ପରେ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଯାଇ ବିଶୋଧନ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ବେଗୁନିଆ ପଞ୍ଚାୟତର କୁଶୁପଲାରେ ଠିକା ସଂସ୍ଥା ଏଲ ଆଣ୍ଡ ଟି ଦ୍ୱାରା ନିର୍ମାଣଧୀନ ମେଗା ପ୍ରକଳ୍ପର କାର୍ଯ୍ୟକୁ ବୁଲି ଏହାର ସମୀକ୍ଷା କରିଥିଲେ । ଏଲ ଆଣ୍ଡ ଟି ଦ୍ୱାରା କୁଶୁପଲା ଠାରେ 178.62 କୋଟି ଟଙ୍କା ବ୍ୟୟରେ ବେଗୁନିଆର 5ଟି ପଞ୍ଚୟାତ, ଜଟଣୀର 15ଟି ଏବଂ ଖୋର୍ଦ୍ଧାର 22ଟି ପଞ୍ଚାୟତକୁ ବିଶୁଦ୍ଧ ଜଳ ଯୋଗାଣ କରିବ । ଏହି ଦୁଇ ପ୍ରକଳ୍ପ ଓ ପଞ୍ଚୟାତ ବୁଲିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାନୀୟ ଜଳ ଯୋଗାଣ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । କିଭଳି ଘରେ ଘରେ ଶୀଘ୍ର ବିଶୁଦ୍ଧ ପାନୀୟଜଳ ପହଞ୍ଚିବ ଗୁରୁତ୍ୱ ଦେଇଥିଲେ । ଏହାସହ ଶୀଘ୍ର କାମ ଶେଷ କରିବା ପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.