ETV Bharat / state

Budget Session: ରାଜ୍ୟରେ ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟ ପେନସନ ସମ୍ପର୍କରେ ଉତ୍ତର ରଖିଲେ ମନ୍ତ୍ରୀ

author img

By

Published : Mar 17, 2023, 3:39 PM IST

ଗୃହରେ ମଧୁବାବୁ ପେନସନ ଓ ବାର୍ଦ୍ଧକ୍ୟ ଭତ୍ତା ଉପରେ ଆଲୋଚନା । ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ପେନସନ ପରିମାଣ ପ୍ରସଙ୍ଗ ଉଠାଇଲେ ସଦସ୍ୟ । ଉତ୍ତର ରଖିଲେ ମନ୍ତ୍ରୀ । ଅଧିକ ପଢନ୍ତୁ

ରାଜ୍ୟରେ ପେନସନ ହିତାଧିକାରୀଙ୍କ ସମ୍ପର୍କରେ ଉତ୍ତର ରଖିଲେ ମନ୍ତ୍ରୀ

Budget Session

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନର ଷଷ୍ଠ ଦିନରେ ଆଜି ସୁରୁଖୁରୁରେ ପ୍ରଶ୍ନକାଳ ଚାଲିଛି । ବିଧାନସଭାରେ ମଧୁବାବୁ ପେନସନ ଓ ବାର୍ଦ୍ଧକ୍ୟ ଭତ୍ତା ଉପରେ ଆଲୋଚନା ହୋଇଛି । ୨୦୧୧ରୁ ୨୦୨୧ ଭିତରେ କେଉଁ କେଉଁ ବର୍ଗର ଭିନ୍ନକ୍ଷମଙ୍କ ସଂଖ୍ୟା କେତେ ବୃଦ୍ଧି ହୋଇଛି । ଭିନ୍ନକ୍ଷମଙ୍କ ପ୍ରକୃତ ସଂଖ୍ୟା ଆକଳନ କରିବା ପାଇଁ ସରକାର କଣ ବ୍ୟବସ୍ଥା କରିଛନ୍ତି ସେନେଇ ବିଜେପି ବିଧାୟକ ମୋହନ ମାଝୀ ପ୍ରଶ୍ନ କରିଥିଲେ । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜଙ୍କ ସମେତ ଅନେକ କେତେକ ସଦସ୍ୟ ମାସିକ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ପାଇଁ ଦାବି କରିଥିଲେ ।

ଏନେଇ ଗୃହରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ରଖିଛନ୍ତି, ଚଳିତ ବର୍ଷ ୧୪ ତାରିଖ ସୁଦ୍ଧା UDID ଜାତୀୟ ପୋର୍ଟାଲରେ ୧୨ ଲକ୍ଷ ୪୦୨ ଜଣ ଜଣ ପଞ୍ଜିକରଣ କରିଛନ୍ତି । ଏଥିରୁ ୫ ଲକ୍ଷ ୮୫ ହଜାର ୮୭୯ ଭିନ୍ନକ୍ଷମଙ୍କୁ UDID କାର୍ଡ ମିଳିଛି । ଅନ୍ୟମାନଙ୍କୁ ଖୁବଶୀଘ୍ର ମିଳିବ । ୪ ଲକ୍ଷରୁ ଅଧିକ ଭିନ୍ନକ୍ଷମ ପେନସନ ପାଉଛନ୍ତି । ଏହି ତଥ୍ୟ ୨୦୧୧ ଜନଗଣନା ଅନୁସାରେ ପ୍ରଦାନ କରାଯାଉଛି । କାରଣ ୨୦୨୧ ଜନଗଣନା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ଯାଏଁ କରାଯାଇ ନାହିଁ ।

ପୂର୍ବରୁ ମେଡିକାଲ ଆସେସମେଣ୍ଟ ବୋର୍ଡ ଅଧୀନରେ ଭିନ୍ନକ୍ଷମଙ୍କୁ ସାର୍ଟିଫିକେଟ ଦେବା ପାଇଁ କଟକ, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜ ସ୍ୱୀକୃତି ପାଇଥିଲେ । ବର୍ତ୍ତମାନ ବାଲେଶ୍ୱର, ବଲାଙ୍ଗୀର, ବାରିପଦା, କୋରାପୁଟ ଓ ପୁରୀ ମେଡିକାଲ କଲେଜ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

ଅନ୍ୟପକ୍ଷରେ ଭିନ୍ନକ୍ଷମଙ୍କୁ ଭତ୍ତା ବୃଦ୍ଧି ପାଇଁ ଅନେକ ବିଧାୟକ ଦାବି କରୁଥିବାବେଳେ ମନ୍ତ୍ରୀ କହିଛନ୍ତି ଏନେଇ କିଛି ବ୍ୟବସ୍ଥା ହୋଇ ନାହିଁ । ଷ୍ଟାଣ୍ଡିଂ କମିଟିର ସୁପାରିସ ଥିଲା ୭୫୦ ଟଙ୍କା । ତେବେ ଏହାକୁ ବିଚାର କରାଯାଉଛି । ସେହିପରି କଂଗ୍ରେସ ବିଧାୟକ ସାଲୁଜା ବାର୍ଦ୍ଧକ୍ୟ ଭତ୍ତା ୧୦୦୦ ଟଙ୍କା ବୃଦ୍ଧି ସହ ପଞ୍ଚାୟତ ସ୍ତରରେ ଭତ୍ତା ପ୍ରଦାନ ପାଇଁ କହିଥିବାବେଳେ ଏନେଇ ମନ୍ତ୍ରୀ ଉତ୍ତର ରଖିଛନ୍ତି, ବ୍ୟାଙ୍କ ମିତ୍ର ଜରିଆରେ ହିତାଧିକାରୀଙ୍କୁ ନଗଦ ଟଙ୍କା ଦେବାର ବ୍ୟବସ୍ଥା ରହିଛି । ଯେଉଁମାନେ ପଞ୍ଚାୟତ ଅଫିସ ଆସିବାକୁ ଅସମର୍ଥ ତାଙ୍କ ଘର ପାଖକୁ ଆସି ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ରହିଛି । ନେଟୱାର୍କ ରହୁନଥିବା ଅଞ୍ଚଳରେ ବ୍ୟାଙ୍କ ମିତ୍ର କ୍ୟାସ ଭ୍ୟାନ ଜରିଆରେ ଭାଇଚରରେ ଟଙ୍କା ଉଠାଣ କରି ଦିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.