ETV Bharat / state

ବିଦ୍ୟୁତ୍ ବିକ୍ରୟ ଚୁକ୍ତିନାମା, ଗ୍ରିଡକୋକୁ 600 ମେଗାୱାଟ୍‌ ପବନ ଶକ୍ତି ଯୋଗାଇବ SECI

author img

By

Published : Jun 10, 2023, 11:20 AM IST

ବିଦ୍ୟୁତ୍ ବିକ୍ରୟ ଚୁକ୍ତିନାମା ଅନୁଯାୟୀ ଗ୍ରୀଡକୋ ଓଡିଶାକୁ 600 ମେଗାୱାଟ ପବନ ଶକ୍ତି ଯୋଗାଇବ ଭାରତର ସୌର ଶକ୍ତି ନିଗମ । ଅଧିକ ପଢନ୍ତୁ

600mw of wind power
600mw of wind power

ଭୁବନେଶ୍ବର: ବିଦ୍ୟୁତ ବିକ୍ରି ରାଜିନାମା ଅଧୀନରେ ଗ୍ରିଡକୋକୁ 600 ମେଗାୱାଟ୍‌ ପବନ ଶକ୍ତି ଯୋଗାଇବ ଏସଇସିଆଇ । ଏନେଇ ଗତକାଲି ଉଭୟ ପକ୍ଷ ମଧ୍ୟରେ ଏକ ବିଦ୍ୟୁତ ବିକ୍ରି ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା ଅଧୀନରେ ଓଡ଼ିଶାର ଗ୍ରିଡକୋ ଭାରତୀୟ ସୌର ଶକ୍ତି ନିଗମ ଠାରୁ ପବନ ବିଦ୍ୟୁତ ପ୍ରକଳ୍ପ ଯୋଜନା ସହ ଜଡ଼ିତ ଆଇଏସଟିଏସ ( ଇଣ୍ଟର ଷ୍ଟେଟ ଟ୍ରାନ୍ସମିଶନ ସିଷ୍ଟମ)ର XIII ଅଧୀନରେ 600 ମେଗାୱାଟ୍‌ ପବନ ବିଦ୍ୟୁତ ଶକ୍ତି କିଣିବ । ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ISTS ଯୋଜନା ଅଧୀନରେ ଅକ୍ଷୟ ଶକ୍ତି ସମ୍ପଦରେ ସମୃଦ୍ଧ ରାଜ୍ୟରେ ଉତ୍ପାଦିତ ହେଉଥିବା ବିଦ୍ୟୁତକୁ ଅକ୍ଷୟ ଶକ୍ତି ଅଭାବ ଥିବା ରାଜ୍ୟମାନଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି ।

ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ ଭୁବନେଶ୍ବର ଠାରେ ଏସଇସିଆଇ ଏବଂ ଗ୍ରିଡକୋ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଗ୍ରୀଡକୋ ଦ୍ୱାରା 600 ମେଗାୱାଟ ପବନ ଶକ୍ତି କ୍ରୟ ପାଇଁ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ପୂର୍ବରୁ ସ୍ୱୀକୃତି ପ୍ରଦାନ ଦେଇଛନ୍ତି । ସେହିପରି ପ୍ରୋଜେକ୍ଟ ଡେଭଲପର୍ସଙ୍କ ସହ ପାୱାର କ୍ରୟ ଚୁକ୍ତିନାମା (ପିପିଏ) ସ୍ୱାକ୍ଷର ହେବାର 24 ମାସ ମଧ୍ୟରେ ପାୱାର କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି । ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଥିବା ବିଦ୍ୟୁତ ଉତ୍ପାଦନକାରୀମାନେ 600 ମେଗାୱାଟ୍‌ ପବନ ବିଦ୍ୟୁତ ଶକ୍ତି ଯୋଗାଇ ଦେବେ ।

SECI ହେଉଛି କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅଧୀନ ଏକ ମିନିରତ୍ନ ପ୍ରଥମ ଶ୍ରେଣୀର କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯାହାକୁ 2011ରେ ଗଠନ କରାଯାଇଥିଲା । ଭାରତର ଅନ୍ତର୍ଜାତୀୟ ପ୍ରତିବଦ୍ଧତାକୁ ପୂରଣ କରିବା ନିମନ୍ତେ ଅକ୍ଷୟ ଶକ୍ତି ଯୋଜନା ଏବଂ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ଏହା ମନ୍ତ୍ରଣାଳୟର ପ୍ରମୁଖ ସଂସ୍ଥା ଭାବେ କାର୍ଯ୍ୟ କରିଥାଏ । ବର୍ତ୍ତମାନ ସୁଦ୍ଧା ଏସଇସିଆଇ 58 ଗିଗାୱାଟ୍‌ରୁ ଅଧିକ ଅକ୍ଷୟ ଶକ୍ତି ପ୍ରକଳ୍ପର କ୍ଷମତା ପ୍ରସ୍ତୁତ କରିଛି । ଏସଇସିଆଇ ନିଜସ୍ୱ ନିବେଶ ସହିତ ପ୍ରକଳ୍ପ ପରିଚାଳନା ପରାମର୍ଶଦାତା (ପିଏମସି) ରୂପରେ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଅନ୍ୟ ସଂସ୍ଥାମାନଙ୍କ ଲାଗି ପ୍ରକଳ୍ପର ପ୍ରତିଷ୍ଠାରେ ମଧ୍ୟ ସକ୍ରିୟ ରହିଛି । ଏସଇସିଆଇକୁ ଆଇସିଆରଏର ଟ୍ରିପଲ୍‌ ଏ କ୍ରେଡିଟ୍‌ ରେଟିଂ ମିଳିଛି ।

ଗ୍ରିଡକୋ ବର୍ତ୍ତମାନ ଓଡ଼ିଶା ରାଜ୍ୟର ୪ଟି ବିଦ୍ୟୁତ୍‌ ବିତରଣ କମ୍ପାନୀ ପାଇଁ ମୋଟ ଆକାରରେ ବିଦ୍ୟୁତ କିଣିବା ଓ ବିକ୍ରି କରିବା ଦାୟିତ୍ବ ବହନ କରୁଛି । ପଡ଼ୋଶୀ ରାଜ୍ୟ ସହ ବିଦ୍ୟୁତ ବିନିମୟକୁ ପ୍ରୋତ୍ସାହନ ଦେବା ଲାଗି ବ୍ୟବସାୟୀମାନଙ୍କ ମାଧ୍ୟମରେ ବଳକା ବିଦ୍ୟୁତ ବିକ୍ରି କରିବା କ୍ଷେତ୍ରରେ ମଧ୍ୟ ଏହା କାର୍ଯ୍ୟ କରିଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.