ETV Bharat / state

ନଥିଲା ଧାର କରଜ କି ପାରିବାରିକ ଚାପ, ରହସ୍ୟରେ ବିଜେପି ନେତାଙ୍କ ଡ୍ରାଇଭର ମୃତ୍ୟୁ

ପ୍ରଦୀପ ପୁରୋହିତଙ୍କ ଡ୍ରାଇଭରଙ୍କ ମୃତ୍ୟୁ ମାମଲା । ଡ୍ରାଇଭରଙ୍କ ମୃତ୍ୟୁର କାରଣ ଏବେବି ସନ୍ଦେହ ଘେରରେ । ଅଧିକ ପଢନ୍ତୁ

author img

By

Published : Jun 8, 2023, 9:36 AM IST

Updated : Jun 8, 2023, 9:48 AM IST

pradeep purohit driver death case
pradeep purohit driver death case
pradeep purohit driver death case

ଭୁବନେଶ୍ବର: ସସପେନ୍ସରେ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଡ୍ରାଇଭରଙ୍କ ମୃତ୍ୟୁ । ମୃତଦେହ ଉଦ୍ଧାର ପରେ ଏବେବି ମୃତ୍ୟୁର କାରଣ ଅସ୍ପଷ୍ଟ । ସେ ଜୀବନ ହାରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ସନ୍ଦେହ ଘେରରେ ଥିବା ବେଳେ ପ୍ରଦୀପ ପୁରୋହିତଙ୍କ ଘରେ ଛାନଭିନ ଆରମ୍ଭ କରିଛି ସାଇଣ୍ଟିଫିକ ଟିମ । ଅନ୍ୟପଟେ ଡ୍ରାଇଭର ଧନଞ୍ଜୟ ଜଣେ ଭଲ ପରାମର୍ଶ ଦାତା ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ଗତ ମଙ୍ଗଳବାର ପ୍ରଦୀପଙ୍କ ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର ଭଗବାନ ଟାଓ୍ବାର କ୍ବାର୍ଟର ୭୦୩ରୁ ଧନଞ୍ଜୟ ପାଣ୍ଡେଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

ରହସ୍ୟରେ ବିଜେପି ନେତାଙ୍କ ଡ୍ରାଇଭର ମୃତ୍ୟୁ

ଧନଞ୍ଜୟଙ୍କ ମୃତଦେ‌ହକୁ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ମୃତଦେହ ହସ୍ତାନ୍ତର ବେଳେ ପରିବାର ଲୋକେ ଧନଞ୍ଜୟଙ୍କ ମୃତ୍ୟୁକୁ ନେଇ କୌଣସି ସନ୍ଦେହ ମଧ୍ୟ କରିନାହାନ୍ତି । ଭଲ ମାନସିକତା ଥିବା ଲୋକ କାହିଁକି ଜୀବନ ହାରିଲା ତାହା ପୋଲିସର ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି ମୃତ ଡ୍ରାଇଭର ଧନଞ୍ଜୟର ଭାଇ ବିହାରି ପାଣ୍ଡେ । ସେପଟେ ଧନଞ୍ଜୟଙ୍କ ଉପରେ ପାରିବାରିକ ଚାପ କିମ୍ବା ଧାରକରଜ ନଥିବା ଜଣାପଡିଛି । ଅନ୍ୟପଟେ ପରିବାର ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯାଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର ରହସ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଥାନାଧିକାରୀ ।

ତେବେ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ‘‘ଧନଞ୍ଜୟ ଯେ କେବଳ ତାଙ୍କର ଡ୍ରାଇଭର ନଥିଲା । ସେ ମୋତେ ଗାଇଡ କରୁଥିଲା । ତାଙ୍କର ସମସ୍ତଙ୍କ ସହ ଭଲ ସମ୍ପର୍କ ଥିଲା । କେବେ ତାଙ୍କୁ ଦୁଃଖ ବା ନିରାଶ ହେବାରେ ଦେଖିନୁ । ଜଣେ ମେଳାପି ଓ ହସଖୁସିର ପିଲା ଥିଲା। କାହିଁକି ଏମିତି ହେଲା ବୁଝିହେଉ ନାହିଁ’’ ।

ତେବେ ପଶ୍ଚିମ ଓଡ଼ିଶା ରାଜନୀତିକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ଅନେକ ସମୟରେ ସରକାରଙ୍କୁ କଡ଼ା ସମାଲୋଚନା କରି ସରକାରଙ୍କ ବିରୋଧରେ ସ୍ବର ଶାଣିତ କରିଥାନ୍ତି ପ୍ରଦୀପ ପୁରୋହିତ । ତେବେ ପ୍ରଦୀପଙ୍କୁ ଟାର୍ଗେଟ କରି ଏପରି କିଛି ଷଡ଼ଯନ୍ତ୍ର ରଚାଯାଇନି ତ । ପ୍ରଦୀପର ଏକାନ୍ତ ଆନୁଗତ୍ୟ ଥିବା ଧନଞ୍ଜୟଙ୍କ ମୃତ୍ୟୁ ପଛରେ କୌଣସି ରାଜନୈତିକ କାରଣ ନାହିଁ ତ । ଏବେବି ଧନଞ୍ଜୟଙ୍କ ମୋବାଇଲ ଚାର୍ଟିଂ ଓ କଲ ଡିଟେଲ୍ସ ସାମ୍ନାକୁ ଆସି ନାହିଁ । ମଙ୍ଗଳବାର ସକାଳ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଲକ୍ଷ୍ମୀସାଗର ସ୍ଥିତ ଭଗବାନ ଟାଓ୍ବାରରେ ଥିବା ୭୦୩ ନମ୍ବର ଫ୍ଲାଟରୁ ଧନଞ୍ଜୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା ।

ମୃତଦେହ ଉଦ୍ଧାର ହେବା ଦିନ ଦିଲ୍ଲୀରେ ଥିଲେ ପ୍ରଦୀପ ପୁରୋହିତ । ସେହିଦିନ ସେ ଭୁବନେଶ୍ବରରେ ସକାଳେ ପହଞ୍ଚିବା ପୂର୍ବରୁ ଏୟାର‌ପୋର୍ଟ ନେବାକୁ ଆସିବା ପାଇଁ ଧନଞ୍ଜୟଙ୍କୁ ଫୋନ କରିଥିଲେ । ହେଲେ ବାରମ୍ବାର ଫୋନ ପରେ ମଧ୍ୟ ସେ ଉଠାଇନଥିଲେ । ଭୁବନେଶ୍ୱରରେ ଆସି ପହଞ୍ଚି ଫ୍ଲାଟରେ ଦେଖିଲେ ବାହାରୁ ତାଲା ପଡିଛି । ଏହାପରେ ଆପାର୍ଟମେଣ୍ଟର ଅନ୍ୟମାନଙ୍କୁ କହିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ ପ୍ରଦୀପ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଘରେ ଦେଖେ ତ, ଧନଞ୍ଜୟ ରହୁଥିବା ରୁମରେ ଝୁଲନ୍ତା ଅବସ୍ଥାରେ ରହିଛନ୍ତି । ଏହାପରେ ମୃତଦେହ ଉଦ୍ଧାର କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 8, 2023, 9:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.