ETV Bharat / state

ପ୍ରଶଂସାର ପାତ୍ର ବିଜ୍ଞାନ ଛାତ୍ର, ପରିବାର ପାଇଁ କଲେ ପରିବା ଚାଷ - ପ୍ରଶଂସାର ପାତ୍ର ବିଜ୍ଞାନ ଛାତ୍ର

ସମୟର ଉପଯୋଗିତା ହିଁ ବ୍ୟକ୍ତିକୁ ଶ୍ରେଷ୍ଠ ବୋଲି ବିବେଚିତ କରିଥାଏ । ଯାହାର ନିଚ୍ଛକ ଉଦାହରଣ ସାଜିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କୁରାଢ଼ୀଲ ଗ୍ରାମର ରମେଶ ଦଳେଇଙ୍କ ପୁଅ ଉମାକାନ୍ତ ଦଳେଇ । ଲକଡାଉନ ପାଇଁ ପରୀକ୍ଷା ଫଳକୁ ଅପେକ୍ଷା ନକରି, ନିଜ ପାଠ ପଢା ପାଇଁ ବାପା କରିଥିବା ହାତ ଉଧାରି କରଜ ସୁଜିବା ପାଇଁ କଲମ ଛାଡି ଧରିଛନ୍ତି କୋଡ଼ି କୋଦାଳ । ଅଧିକ ପଢନ୍ତୁ..

umakant-leaves-the-pen-and-grabs-the-shovel

author img

By

Published : Jun 20, 2020, 10:41 PM IST

ଖୋର୍ଦ୍ଧା: ବେଗୁନିଆ ବ୍ଲକ କୁରାଢ଼ୀଲ ଗ୍ରାମର ରମେଶ ଦଳେଇଙ୍କ ପୁଅ ଉମାକାନ୍ତ ଦଳେଇ । ଉମାକାନ୍ତ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନରେ ଶେଷ ବର୍ଷ ଛାତ୍ର । ଲକଡାଉନ ପାଇଁ ପରୀକ୍ଷା ଫଳକୁ ଅପେକ୍ଷା ନକରି ନିଜ ପାଠ ପଢା ପାଇଁ ବାପା କରିଥିବା ହାତ ଉଧାରି କରଜ ସୁଜିବା ପାଇଁ କଲମ ଛାଡି ଧରିଛନ୍ତି କୋଡ଼ି କୋଦାଳ ।

ପ୍ରଶଂସାର ପାତ୍ର ବିଜ୍ଞାନ ଛାତ୍ର, ପରିବାର ପାଇଁ କଲେ ପରିବା ଚାଷ

ବାପା ରମେଶ ଜଣେ ଦିନ ମଜୁରିଆ ହୋଇଥିବାରୁ ଲକଡାଉନ ପାଇଁ ଠପ ହୋଇଯାଇଛି ରୋଜଗାର । ଆଉ ପରିବାରର ଏହି ଅଭାବକୁ ବୁଝି ପାରିଛନ୍ତି ଉମାକାନ୍ତ । ଏଥିପାଇଁ ନିଜ ଗ୍ରାମର ଜଣେ ଲୋକଙ୍କ ଜମିକୁ ଭାଗରେ ଆଣି ସେଥିରେ ପରିବା ଚାଷ କରି ପରିବାରର ବୋଝ ହାଲୁକା କରିବାରେ ସହାୟକ ହୋଇଛନ୍ତି ସେ । ଉମାକାନ୍ତ ଫସଲ କରିବା ସହ ନିଜ ପାଠ ପଢ଼ିବାର ମୂଳ ଲକ୍ଷ୍ୟକୁ ମଧ୍ୟ ଭୁଲିଯାଇ ନାହାଁନ୍ତି ।

ପରିବାରର ଆର୍ଥିକ ସମସ୍ୟାକୁ ସୁଧାରିବାକୁ ପରିବା ଚାଷ କରି ପ୍ରୟାସ ଜାରି ରଖିଛନ୍ତି । ନିଜର ଜମି ଖଣ୍ଡେ ନଥିବାରୁ ଅନ୍ୟର ଜମି ଭାଗକୁ ଆଣି ସୁନାର ଫସଲ ଫଳାଇ ଅନ୍ୟପାଇଁ ସ୍ଥାନୀୟ ଅଞ୍ଚଳରେ ଉଦାହରଣ ପାଲଟିଛନ୍ତି । ସେପଟେ ଉମାକାନ୍ତଙ୍କ ଫସଲ କ୍ଷେତ ପରିଦର୍ଶନ କରି ଏଭଳି ପ୍ରୟାସକୁ ପ୍ରସଂସା କରିଛନ୍ତି ସ୍ଥାନୀୟ କୃଷି ଅଧିକାରୀ । ଉମାକାନ୍ତଙ୍କ ଏପରି ପ୍ରଚେଷ୍ଟା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କୃଷି ବିଭାଗ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.