ETV Bharat / state

ତୁଟୁନି ଗାଁ ବିବାଦ: ସ୍କୁଲରେ ଝୁଲୁଛି ତାଲା - affected

ସ୍କୁଲ ମିଶ୍ରଣକୁ ନେଇ ଜୋର ଧରିଛି ବିବାଦ । ଶଙ୍କରପୁର ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ପଞ୍ଚାୟତ ହାଇସ୍କୁଲରେ ପଡିଲା ତାଲା । ଶିକାର ହେଉଛନ୍ତି ଛାତ୍ରଛାତ୍ରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jul 12, 2019, 10:06 PM IST

ଖୋର୍ଦ୍ଧା : ସ୍କୁଲ ମିଶ୍ରଣକୁ ନେଇ ମୁଣ୍ଡ ଟେକିଛି ବିବାଦ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଭବାନିପୁର ଉପ୍ରା ବିଦ୍ୟାଳୟର ଏବଂ ଆରିକମା ପଞ୍ଚାୟତ ବିଦ୍ୟାଳୟରେ ମିଶ୍ରଣ ପରଠାରୁ ବିବାଦ ଥମିବାର ନାମ ନେଇନି । ଯାହାର ଶିକାର ହେଉଛନ୍ତି ନିରୀହ ଛାତ୍ରଛାତ୍ରୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନା ଅନୁଯାୟୀ, ଗତ ଦୁଇ ବର୍ଷ ତଳେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଭବାନିପୁର ଉପ୍ରା ବିଦ୍ୟାଳୟ ଓ ଆରିକମା ପଞ୍ଚାୟତ ବିଦ୍ୟାଳୟ ନୋଡାଲ ସ୍କୁଲ ଭାବରେ ମିଶ୍ରିତ ହୋଇଥିଲା । ଉକ୍ତ ବର୍ଷ ଠାରୁ ବିଦ୍ୟାଳୟରେ ପାଠପଢା ମଧ୍ୟ ସୁରୁଖୁରୁରେ ଚାଲିଥିଲା । କିନ୍ତୁ ଚଳିତ ବର୍ଷ ସରକାରଙ୍କ ନିୟମ ଅନୁଯାୟୀ ଶଙ୍କରପୁର ହାଇସ୍କୁଲ ଏହି ସ୍କୁଲ ସହ ମିଶ୍ରଣ ପରେ ବିବାଦ ମୁଣ୍ଡ ଟେକିଛି ।

ଚଳିତ ବର୍ଷ ସ୍କୁଲ ଖୋଲିବା ଦିନଠାରୁ ଶଙ୍କରପୁର ଗ୍ରାମର କିଛି ଲୋକ ଏହି ମିଶ୍ରଣକୁ ବିରୋଧ କରି ସ୍କୁଲରେ ଦୁଇଟି ତାଲା ପକାଇଛନ୍ତି । ଫଳରେ ପିଲାଙ୍କ ପାଇଁ ଆସିଥିବା ପାଠ୍ୟ ପୁସ୍ତକ ଓ ମଧ୍ୟାହ୍ନ ଭୋଜନ ସାମଗ୍ରୀ ସେହି ଗୃହ ଭିତରେ ରହିଥିବାରୁ ପିଲାମାନେ ଏଥିରୁ ବଞ୍ଚିତ ହେଉଛନ୍ତି ।

ଏ ସମ୍ପର୍କରେ ଭବାନିପୁର ଗ୍ରାମବାସୀ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ଗୁହାରି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

Intro:Body:

BLANK  FOR STORY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.