ETV Bharat / state

୫ଟି ଅଧୀନରେ ବଦଳିବ ଦିବ୍ୟାଙ୍ଗ ପିଲାଙ୍କ ଶିକ୍ଷା ମନ୍ଦିରର ରୂପରେଖ

ଦିବ୍ୟାଙ୍ଗ ପିଲାଙ୍କ ଶିକ୍ଷା ମନ୍ଦିରବଦଳିବ ରୂପରେଖା। ୫ଟି ଅଧୀନରେ ବିଦ୍ୟାଳୟ ଗୁଡ଼ିକର ହେବ ରୂପାନ୍ତରଣ । ଅଧିକ ପଢ଼ନ୍ତୁ

author img

By

Published : Aug 15, 2023, 4:36 PM IST

ବଦଳିବ ଦିବ୍ୟାଙ୍ଗ ପିଲାଙ୍କ ଶିକ୍ଷା ମନ୍ଦିରର ରୂପରେଖ

ଭୁବନେଶ୍ବର: ସ୍ଵତନ୍ତ୍ର ବିଦ୍ୟାଳୟ ଗୁଡ଼ିକର ବଦଳିବ ରୂପରେଖ । ନୂଆ ରୂପରେ ବଦଳିବ ଦିବ୍ୟାଙ୍ଗ ପିଲାଙ୍କ ଶିକ୍ଷା ମନ୍ଦିର। ତେବେ ରାଜ୍ୟରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଥିବା ସ୍କୁଲ ଗୁଡ଼ିକର ହେବହେବ ରୂପାନ୍ତରଣ। ୫ଟି ଅଧୀନରେ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରଣ ହେବ। ଏନେଇ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ କେବଳ ସରକାରୀ ବିଦ୍ୟାଳୟ ନୁହେଁ ବରଂ ଏନ୍‌ଜିଓମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡ଼ିକର ମଧ୍ୟ ରୂପାନ୍ତରଣ ହେବ। ଏଥିପାଇଁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ (SSEPD)ବିଭାଗ ରୂପରେଖ ପ୍ରସ୍ତୁତ କରୁଛି।

୫ଟି ଅଧୀନରେ ଦିବ୍ୟାଙ୍ଗ ପିଲାଙ୍କ ବିଦ୍ୟାଳୟ ଗୁଡ଼ିକର ହେବ ରୂପାନ୍ତରଣ

ପାଇଲଟ ପ୍ରୋଜେକ୍ଟ ଭାବେ ୫ଟି ଅଧୀନରେ ପ୍ରଥମେ ଗଞ୍ଜାମ ଜିଲ୍ଲା ଅମ୍ପୁଆଠାରେ ଥ‌ିବା ଦୃଷ୍ଟିହୀନ ବିଦ୍ୟାଳୟ ଏବଂ ଶ୍ରବଣ ବାଧିତ ବିଦ୍ୟାଳୟର ରୂପାନ୍ତରଣ କରାଯାଇଛି। ଅନ୍ୟ ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରଣରେ ଏହି ଦୁଇଟି ବିଦ୍ୟାଳୟକୁ ମଡେଲ ଭାବେ ଉପସ୍ଥାପନ କରାଯିବ। ଏହି ଦୁଇଟି ବିଦ୍ୟାଳୟକୁ ଅଧିକାରୀମାନେ ପରିଦର୍ଶନରେ ଯିବେ। ରାଜ୍ୟରେ ଥ‌ିବା ଅଧିକାଂଶ ସ୍ୱତନ୍ତ୍ର ବିଦ୍ୟାଳୟ ଏନ୍‌ଜିଓ ଦ୍ୱରା ପରିଚାଳିତ ହେଉଛି। ତେବେ ଏନେଇ ଅନେକ ବିଦ୍ୟାଳୟ ଗୁଡ଼ିକରେ ଭିତ୍ତିଭୂମିର ଘୋର ଅଭାବ ରହିଛି। ସ୍ୱଚ୍ଛ ପାନୀୟ ଜଳ, ଶୌଚାଳୟ, ପାଠାଗାର ସୁବିଧା, ଖେଳପଡ଼ିଆ ଆଦି ବହୁ ସୁବିଧାରୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ଏହି ରୂପାନ୍ତରଣ ପ୍ରକ୍ରିୟାରେ ସମସ୍ତ ସୁବିଧା ଉପଲବ୍ଧ କରାଯିବା ନେଇ ପଦକ୍ଷେପ ନିଆଯାଉଛି।

ଏହା ମଧ୍ୟ ପଢ଼ନ୍ତୁ...ମୋ ସ୍କୁଲ୍‌ ଅଭିଯାନ, ଚମକିବ ୫୧୯୫ ପ୍ରାଥମିକ ବିଦ୍ୟାଳୟ

ସୂଚନା ଅନୁଯାୟୀ, SSEPD ବିଭାଗର ଅଧ୍ୟକ୍ଷତାରେ ୫ଟିର ପଦକ୍ଷେପ ଅନୁଯାୟୀ ସମସ୍ତ ସ୍ଵତନ୍ତ୍ର ବିଦ୍ୟାଳୟ ଗୁଡ଼ିକର ରୂପାନ୍ତର ବିଷୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ତେବେ ବୈଠକ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଏନଜିଓ ମାଲିକାନା କୋଠା ଏବଂ ଏନଜିଓ ଦ୍ୱାରା ଭଡା ଘରେ କାର୍ଯ୍ୟ କରୁଥିବା ସ୍ଵତନ୍ତ୍ର ବିଦ୍ୟାଳୟଗୁଡ଼ିକ ପାଇଁ SSEPD ବିଭାଗ ପୃଥକ ଯୋଜନା ଏବଂ ଗାଇଡଲାଇନ ପ୍ରସ୍ତୁତ କରିବେ। ଏହି ଯୋଜନାରେ ସ୍ଵତନ୍ତ୍ର ଆବଶ୍ୟକତା ଥିବା ପିଲାମାନଙ୍କ ପାଇଁ ଆବଶ୍ୟକ ମୌଳିକ ଭିତ୍ତିଭୂମି, ସହାୟକ ଉପକରଣ, ଶିକ୍ଷାଦାନ ସାମଗ୍ରୀ, ସମସ୍ତ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ଜୀବନ ଦକ୍ଷତା ଶିକ୍ଷାର ବିକାଶ ଅନ୍ତର୍ଭୂକ୍ତ କରାଯିବା ନେଇ ପଦକ୍ଷେପ ନିଆଯିବ । ସେପଟେ ବିଦ୍ୟାଳୟର ବଜେଟ୍ ପ୍ରସ୍ତୁତ ନେଇ ସରକାରୀ ଅନୁମୋଦନ ପାଇବା ପରେ ପାଣ୍ଠି ସଂଗ୍ରହ ପାଇଁ ଜିଲ୍ଲାପାଳ ଏହାକୁ ତଦାରଖ କରିବେ।

ତେବେ ସରକାରଙ୍କ ଦ୍ବାରା ନିଆଯାଇଥିବା ଏହି ପଦକ୍ଷପ ମାଧ୍ୟମରେ ସ୍କୁଲ ଗୁଡ଼ିକର ଶିକ୍ଷା ପରିବେଶରେ ଉନ୍ନତି ସହିତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଗଢ଼ିବାରେ ବିଶେଷ ସହାୟକ ହେବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.