ETV Bharat / state

Pratha: ମୌଳିକ କାହାଣୀକୁ ନେଇ ଆସୁଛି 'ପ୍ରଥା', ଏହି ଦିନ ହେବ ରିଲିଜ

author img

By ETV Bharat Odisha Team

Published : Oct 20, 2023, 4:45 PM IST

ରାଜ୍ୟରେ ଦଶହରାରେ ପୂଜା ସହ ମନୋରଞ୍ଜନର ତଡକା ଦେଖିବାକୁ ମିଳିଥିବା ବେଳେ ଏବେ ଦିପାବଳୀରେ ବି ଜମିବ ଉତ୍ସାହର ଆସର । ପରଦାକୁ ଆସିବାକୁ ଯାଉଛି ଓଡ଼ିଆ ଫିଲ୍ମ 'ପ୍ରଥା' । ଏହି ଫିଲ୍ମ ନଭେମ୍ବର ୩ରେ ରିଲିଜ ହେବ । ଅଧିକ ପଢନ୍ତୁ,

ପାରମ୍ପରିକ ମୌଳିକ କାହାଣୀକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ପ୍ରଥା', ଏହି ଦିନ ହେବ ରିଲିଜ

ନଭେମ୍ବର ୩ ରେ ରିଲିଜ ହେବ ଓଡ଼ିଆ ଫିଲ୍ମ 'ପ୍ରଥା'

ଭୁବନେଶ୍ବର: ଦୀପାବଳିରେ ବଡ ପରଦାକୁ ଆସିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର "ପ୍ରଥା" । ଏନେଇ ଫିଲ୍ମର ରିଲିଜ ଘୋଷଣା କରିଛନ୍ତି ନିର୍ମାତା । ଅନେକ ବର୍ଷ ବ୍ୟବଧାନ ରେ ଏକ ନିଛକ ପାରମ୍ପରିକ ମୌଳିକ କାହାଣୀ ନେଇ ପରଦାକୁ ଆସୁଛନ୍ତି ଓଲିଉଡ ଅଭିନେତା ସ୍ବରାଜ ବାରିକ । ପୂର୍ବରୁ ଟ୍ରେଲର ଏବଂ ଗୀତକୁ ଲୋକେ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମକୁ ମଧ୍ୟ ବେଶ ଭଲ ଲାଗିବ ବୋଲି ଆଶାବାଦୀ ପୁରା ଟିମ୍ ।

ଭୁବନେଶ୍ୱର ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫିଲ୍ମ ରିଲିଜ ଡେଟ ଘୋଷଣା କରିଛି ପ୍ରଯୋଜନା ସଂସ୍ଥା । ନଭେମ୍ବର ୩ ଦିପାବଳୀ ଅବସରରେ ଫିଲ୍ମ ରିଲିଜ ହେବ । ଶିଶୁ କଳାକାରରୁ ନାୟକ ସାଜି ଆଜି ଆକ୍ସନ ହିରୋ ଭାବେ ନିଜର ନିଖୁଣ ଅଭିନୟ ଦେଖାଇଥିବା ସ୍ୱରାଜ ବାରିକ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ସେହିପରି ଏହି ଫିଲ୍ମରେ ସ୍ବରାଜଙ୍କ ବିପକ୍ଷରେ ଶୀତଲ ପାତ୍ର ଏବଂ ମୁମ୍ବାଇ ମଡେଲ ତଥା ଅଭିନେତ୍ରୀ ସିମ୍ରନ୍ କୌର ନଜର ଆସିବେ। ପ୍ରଥମ ଥର ପାଇଁ ସ୍ବରାଜ ଏବଂ ଶୀତଲ ସ୍କ୍ରିନ ସେୟାର କରିଥିବା ବେଳେ ସିମ୍ରନ ମଧ୍ୟ ପ୍ରଥମ ଥର ପାଇଁ ଏହି ଫିଲ୍ମ ସହ ଓଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ସେପଟେ ଓଡ଼ିଆ ଝିଅ ସନଲିଶା ପଟେଲ ଦିଲ୍ଲୀରେ ଅବସ୍ଥାପିତ ହୋଇ ଓଡ଼ିଆ ଦର୍ଶକଙ୍କ ପାଇଁ କିଛି ନୂଆ ପ୍ରକାର ମନୋରଞ୍ଜନ ଯୋଗାଇଦେବା ପାଇଁ ଏହି ସିନେମାର ପ୍ରୟାସ କରିଛନ୍ତି । ନିର୍ଦ୍ଦେଶକ କେ ମୁରଲୀକ୍ରିଷ୍ଣାଙ୍କ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥା ଚଳଚ୍ଚିତ୍ର ନିଶ୍ଚିତ ଲୋକାଦୃତ ହେବ ବୋଲି ସିନେପ୍ରେମୀ ଆଶାବାଦୀ ଥିବା ବେଳେ ସମସ୍ତେ ମୁକ୍ତିଲାଭକୁ ଚାହିଁ ରହିଥିବାରୁ ଶେଷରେ ଦୀପାବଳିରେ ଏହା ବଡ ପରଦାରେ ଆସିବାକୁ ଯାଉଛି । ସେପଟେ ଫିଲ୍ମ ପୂଜା ବଜାର ସରଗରମ ହେବ ବୋଲି କହିଛନ୍ତି ଅଭିନେତା ସ୍ୱରାଜ ।

ଏହା ମଧ୍ୟ ପଢନ୍ତୁ: ଆସିଲା ଓଡିଆ ଫିଲ୍ମ 'ପ୍ରଥା'ର ଟ୍ରେଲର, ନୂଆ ଲୁକରେ ନଜର ଆସିବେ ସ୍ବରାଜ

ଅନ୍ୟପଟେ ‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ର କାହାଣୀ । ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ । ସିମ୍ରନ୍ ଲୋକପ୍ରିୟ ଆନିମେସନ୍ ସିରିଜ୍‌ ‘ଡୋରେମନ୍’ର ନୋବିତା ଚରିତ୍ରର ଭଏସ୍ ଆର୍ଟିଷ୍ଟ । ଏମାନଙ୍କ ବ୍ୟତୀତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶ ଆଲୱାହଟ୍‌ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଓ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ୍‌ ପଟେଲ, ଇଲ୍ଲୁ ବାନାର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ, ଡିସ୍କୋ ରେଡ୍ଡୀ ଏବଂ ଅସିତା ଶତପଥୀଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ । ‘ପ୍ରଥା’ ଚଳଚ୍ଚିତ୍ରଟି କୋରାପୁଟ ସମେତ ସୁଦୂର ଦିଲ୍ଲୀ ଏବଂ ରାଜସ୍ଥାନରେ ସୁଟ୍ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.