ETV Bharat / state

ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ପାଳୁଛି ନବ ନିର୍ମାଣ କୃଷକ ସଂଗଠନ - ସରକାର ବିରୋଧରେ ଚାଷୀ ସତ୍ୟାଗ୍ରହ

ଲୋୟର ପିଏମଜିରେ ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ପାଳୁଛି ନବ ନିର୍ମାଣ କୃଷକ ସଂଗଠନ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ । ଅଧିକ ପଢନ୍ତୁ

ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ପାଳୁଛି ନବ ନିର୍ମାଣ କୃଷକ ସଂଗଠନ

author img

By

Published : Aug 11, 2023, 7:59 AM IST

ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ପାଳୁଛି ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ବର: ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ପାଳୁଛି ନବ ନିର୍ମାଣ କୃଷକ ସଂଗଠନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଗାଦିଚ୍ୟୁତ କରିବା ପାଇଁ ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ପାଳୁଛି ନବ ନିର୍ମାଣ କୃଷକ ସଂଗଠନ ବା ନବ ନିର୍ମାଣ ସ୍ୱରାଜ ସରକାର । ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରୁ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଲୋୟର ପିଏମଜିରେ ଏହି ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ଚାଲିଥିବା ବେଳେ ଗତକାଲି ଥିଲା ଦ୍ୱିତୀୟ ଦିନ । ଅନଶନ କରି ସତ୍ୟାଗ୍ରହ ପାଳୁଛି ସଂଗଠନ । ଏହା ସହ ଆଜି ସବୁ ଜିଲ୍ଲାରେ ସଂଗଠନ ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ ପାଳିବ ନବ ନିର୍ବାଣ ।

ଏହାକୁ ସମର୍ଥନ ଜଣାଇଛନ୍ତି ସୂଚନା ଅଧିକାର ଆନ୍ଦୋଳନର ଆବାହକ ପ୍ରଦୀପ ପ୍ରଧାନ ଓ ସ୍ୱରାଜ ଆନ୍ଦୋଳନ କମିଟିର ସଦସ୍ୟ ନିମାଇଁ ରାୟ ଉମାକାନ୍ତ ରାଉତ ପ୍ରମୁଖ ସମର୍ଥନ ଜଣାଇଛନ୍ତି । ନବୀନ ପଟ୍ଟନାୟକଙ୍କ ଭଳି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗାଦିରେ ବସାଇ ବା ଭୋଟ ଦେଇ ଯେଉଁ ଭୁଲ ଓ ପାପ କରିଛୁ ତାହାର ପ୍ରାୟଶ୍ଚିତାକୁ ନେଇ ଏହି ସତ୍ୟାଗ୍ରହ କରିବା ସହ ଏପରି ଜଣେ ସ୍ଥାଣୁ ସରକାରଙ୍କୁ ଗାଦିରୁ ହଟାଇବା ପାଇଁ ଏହି ଅନଶନ ମାଧ୍ୟମରେ ଲୋକଙ୍କ ସହଯୋଗ ଲୋଡିଥିବା କହିଛନ୍ତି ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର । ଯେଉଁଥିରେ ସବୁ ବର୍ଗର ଲୋକେ ସାମିଲ ହୋଇ ଅନଶନକୁ ସମର୍ଥନ କରିବେ ବୋଲି ସଂଗଠନ ଆଶା ରଖିଛି ।

ଆହୁରି ମଧ୍ୟ ଅକ୍ଷୟ କହିଛନ୍ତି, ‘‘କୃଷକଙ୍କ ପାଇଁ ପ୍ରାଇସ, ପ୍ରେଷ୍ଟିଜ ଆଉ ପେନ୍ସନକୁ ନେଇ ନବ ନିର୍ମାଣ ସଂଗଠନ ଦୀର୍ଘ ୧୩ ବର୍ଷ ହେବ ସରକାରଙ୍କୁ ଦାବି ଜଣିଆସୁଛି । ଆଉ ସେମାନଙ୍କ ଅଧିକାରକୁ ନେଇ ଲଢେଇ କରିଆସୁଛି । ହେଲେ ସରକାର କୃଷୀଙ୍କ ସ୍ୱାର୍ଥକୁ ଅଣଦେଖା କରି ଆମ ଆନ୍ଦୋଳନ ଆମ ଦାବିକୁ ସବୁ ବେଳେ ପ୍ରତିହତ କରିଛନ୍ତି । ଆଉ ଆମକୁ ବିରୋଧ ସହ ଗିରଫ ବି କରିଛନ୍ତି । ୨୫ ବର୍ଷର ଏହି ସରକାର କୃଷକଙ୍କ ସ୍ୱାର୍ଥ ଦିଗରେ ନଭାବି ସେମାନଙ୍କ ବିକାଶ ପାଇଁ ଯୋଜନା ନକରି କେବଳ ଶୋଷଣ କରୁଛି । ଯେଉଁଥିପାଇଁ ଆମ ମାନଙ୍କର ଅନ୍ନଦାତା ରାଜରାସ୍ତାରେ ତା ପାରିଶ୍ରମିକରେ ମୂଲ୍ୟପାଇଁ । ତେଣୁ ଏ ରାଜ୍ୟରେ ଚାଷୀ ଆଜି ନିଷ୍ପେସିତ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଏ ସରକାରରେ ସବୁ କିଛି ଆଜି ତଳିତଳାନ୍ତ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.