ETV Bharat / state

ସାରୁଅ ଜମି କେଳେଙ୍କାରୀ: ପୁନର୍ବାର ଜମି ମାପଚୁପ କଲା ରାଜସ୍ବ ବିଭାଗର 7 ଜଣିଆ ଟିମ୍ - Sarua Land Scam

ଖୋର୍ଦ୍ଧା ସାରୁଅରେ ଜମି କେଳେଙ୍କାରୀ ମାମଲାରେ ଅଭିଯୋଗ ପରେ ଆକ୍ସନ ମୋଡରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଆଜି ମଧ୍ୟ ପ୍ରଶାସନ ପକ୍ଷରୁ ପୁନର୍ବାର ମାପଚୁପ କରାଯାଇଛି । ଅଧିକ ପଢନ୍ତୁ...

ସାରୁଅ ଜମି କେଳେଙ୍କାରୀ: ପୁନର୍ବାର ଜମି ମାପଚୁପ କଲା ରାଜସ୍ବ ବିଭାଗର 7 ଜଣିଆ ଟିମ୍

author img

By

Published : Oct 6, 2020, 7:21 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ସାରୁଅରେ ଜମି କେଳେଙ୍କାରୀ ମାମଲା । ଅଭିଯୋଗ ପରେ ଆକ୍ସନ ମୋଡରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଆଜି ମଧ୍ୟ ପ୍ରଶାସନ ପକ୍ଷରୁ ପୁନର୍ବାର ମାପଚୁପ କରାଯାଇଛି । ଅଭିଯୋଗକୁ ଭିତ୍ତି କରି ଖୋର୍ଦ୍ଧା ଜିଲ୍ଲା ରାଜସ୍ୱ ବିଭାଗର 4 ଜଣ ରାଜସ୍ୱ ନିରୀକ୍ଷକ ଏବଂ 3 ଜଣ ଅମିନ ସାରୁଅ ମୌଜାରେ ଥିବା ଖାତା ନଂ191 ପ୍ଲଟ ନଂ 1829କୁ ମାପଚୁପ କରିଛନ୍ତି ।

ସାରୁଅ ଜମି କେଳେଙ୍କାରୀ: ପୁନର୍ବାର ଜମି ମାପଚୁପ କଲା ରାଜସ୍ବ ବିଭାଗର 7 ଜଣିଆ ଟିମ୍

ଏହି ସମୟରେ ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଓ ବାଘମାରି ପୋଲିସ ଉପସ୍ଥିତ ରହିଥିଲେ । ତେବେ ରାଜସ୍ୱ ବିଭାଗର ଏହି 7 ଜଣିଆ ଟିମ ଏହି ମାପଚୁପର ରିପୋର୍ଟ ଉପଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିବା ନେଇ ସୂଚନା ମିଳିଛି । ପ୍ରକାଶ ଥାଉ କି, ଘରୋଇ ଗଣମାଧ୍ୟମ ସଂସ୍ଥାର ଏମଡି ଓ ତାଙ୍କ ବାପା, ଭାଇଙ୍କ ବିରୋଧରେ ଜମିକୁ ବାଟ ଓଗାଳିବା, ପାଣି ନ ଛାଡିବା ଏବଂ ଗାଳି ଗୁଳଜ କରିଥିବା ନେଇ ବାଘମାରି ଥାନାରେ ସାରୁଅ ଗ୍ରାମର ହଲୁରି ପାହାଡ଼ସିଂ ଏବଂ ସନାତନ ପାହାଡ଼ସିଂ ଅଭିଯୋଗ କରିଥିଲେ । ଯାହାକୁ ଭିତ୍ତି କରି ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.