ETV Bharat / state

CM Anti-People Statement; ଶାସକ ନା ବିରୋଧୀ, କିଏ ଜନବିରୋଧୀ ?

author img

By ETV Bharat Odisha Team

Published : Oct 3, 2023, 5:21 PM IST

Updated : Oct 3, 2023, 8:01 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ବିରୋଧୀ ମନ୍ତବ୍ୟ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ବିରୋଧୀ । ଅଧିକ ପଢନ୍ତୁ

Etv Bharat
Etv Bharat
CM Anti-People Statement; ଶାସକ ନା ବିରୋଧୀ, କିଏ ଜନବିରୋଧୀ ?

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ବିରୋଧୀ ମନ୍ତବ୍ୟକୁ ନେଇ ଜାରି ରହିଛି ଚର୍ଚ୍ଚା । ରାଜ୍ୟ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଆଜି ସମାଲୋଚନା କରିଛନ୍ତି । ଏହାପରେ ଘଟଣାକୁ ନେଇ ତାତି ବଢିଛି । କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜନ ବିରୋଧୀର ସଂଜ୍ଞା ପଚାରିଛି । ଯାହାର ଜବାବ ରଖିଛି ଶାସକ ଦଳ ।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, "ମୁଁ ମଧ୍ୟ ମୁଖ୍ୟମନ୍ତ୍ରୀ ଜନ ବିରୋଧୀ ବୋଲି କହିଛି । ହେଲେ ଜନ ବିରୋଧୀ କିଏ ? ଯିଏ ସାଧାରଣ ଲୋକଙ୍କ କାମ କରେ ନାହିଁ ସେ ଜନ ବିରୋଧୀ । ମୁଖ୍ୟମନ୍ତ୍ରୀ ନିଜେ ଏବେ ଅକଳରେ ପଡ଼ି ଯାଇଛନ୍ତି । ପ୍ରଥମରେ ଶିକ୍ଷାର ବିକାଶ ହେବା ଉଚିତ । ଏ ବାବଦରେ ବିଧାନସଭାରେ ମଧ୍ୟ ଆଲୋଚନା ହୋଇଛି । ବହୁ ସ୍ଥାନରେ ଶିକ୍ଷକ ପଦବୀ ଖାଲି ରହିଛି । ଚାଷୀର ଉନ୍ନତି ହୋଇନି । ସେ କଣ ଜନ ବିରୋଧୀ ନୁହେଁ । ତାଙ୍କ ଦଳର ଲୋକ ହଜାର ହାଜର କୋଟି ଟଙ୍କା ଦୁର୍ନୀତି କରିଛନ୍ତି । ତାଙ୍କ ବିରୋଧରେ କେସ୍‌ ହୋଇ ନାହିଁ । ସେ ଜନ ବିରୋଧୀ ନୁହେଁ କି ? ମୁଖ୍ୟମନ୍ତ୍ରୀ ଜନ ବିରୋଧୀ କହିଲେ କଣ ବୁଝୁଛନ୍ତି । ସେ ଯଦି ଠିକ୍ ବୁଝନ୍ତେ । ତାହାଲେ ସେ ହିଁ ଏକ ନମ୍ବର ଜନ ବିରୋଧୀ ।"

ଏହା ବି ପଢନ୍ତୁ- ବିରୋଧୀମାନେ ବିକାଶ ଓ ଜନ ବିରୋଧୀ ସେଥିପାଇଁ ଜନତା ସେମାନଙ୍କୁ ରିଜେକ୍ଟ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର କହିଛନ୍ତି, "ଜନ ବିରୋଧୀ ହେଲେ ବିଧାନସଭାକୁ ଆସିବେ କେମିତି । ଯିଏ ଜନ ବିରୋଧୀ କହୁଛି ସେ ପ୍ରଥମ ଜନ ବିରୋଧୀ । ସେ ଜନ ବିରୋଧୀ ହୋଇନଥିଲେ ଏ ସବୁ କରନ୍ତେ କି ? ଓଡ଼ିଶାକୁ ସବୁଠୁ ପଛୁଆ ରାଜ୍ୟ କରିଦେଲେଣି । ନାରୀ ନିର୍ଯାତନାର ଓଡିଶା ଏକ ନମ୍ବର କଲେଣି । ସେ ହିଁ ଜନ ବିରୋଧୀ । ଜଣେ ଆଇଏଏସ ଅଧିକାରୀଙ୍କୁ ଲିଜ୍‌ରେ ରାଜ୍ୟର ଶାସନ କ୍ଷମତା ଦେଇଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀ ଜନ ବିରୋଧୀ ।"

ଏହା ବି ପଢନ୍ତୁ- ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠୁ ଅଧିକ ଜନ ବିରୋଧୀ: ଜୟନାରାୟଣ

ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ କହିଛନ୍ତି, "8 ଦିନ ହେଲା ବିଧାନସଭା ଚଳାଇ ଦେଉନାହାନ୍ତି ବିରୋଧୀ, ଏହା କଣ ଜନ ବିରୋଧୀ ନୁହେଁ କି ? ଲୋକଙ୍କ ସମସ୍ୟାକୁ ଆଲୋଚନା କରିବା ଲାଗି ବ୍ୟବସ୍ତା ଅଛି କାହିଁକି ଆଲୋଚନା କରୁନାହାନ୍ତି, ଏହା କଣ ଜନ ବିରୋଧୀ ନୁହେଁ କି ? ଗୃହ ମଧ୍ୟ ଭାଗକୁ ଆସି ଗୃହ ଚଳାଇ ନ ଦେବାକୁ ଜନ ବିରୋଧୀ କୁହାଯିବ । ଏଥିରୁ ସ୍ପଷ୍ଟ ସେମାନେ ଲୋକଙ୍କୁ ବିରୋଧ କରୁଛନ୍ତି ଯେଉଁମାନେ ବିକାଶକୁ ଅଟକାଉଛନ୍ତି ସେମାନେ ଜନ ବିରୋଧୀ କି ନୁହେଁ ତାହା 2024ରେ ପ୍ରମାଣିତ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 3, 2023, 8:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.