ETV Bharat / state

ଶତାବ୍ଦୀ ପୂର୍ତ୍ତୀ ପାଳନ ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତ କରୁଛି RSS, ସଂଘରେ ଯୋଗଦାନରେ ଓଡ଼ିଶା ସର୍ବାଧିକ - ଆରଏସଏସର ପ୍ରେସମିଟ

ସମୀର କହିଛନ୍ତି ଆସନ୍ତା ୨୦୨୫ ମସିହାରେ ସଂଘର ୧୦୦ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ତାକୁ ଲକ୍ଷ୍ୟ ରଖି ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକରେ କିଛି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ସେ କହିଛନ୍ତି ହଜାର ହଜାର ବର୍ଷ ଧରି ବିଦେଶୀ ଆକ୍ରମଣ କାରଣରୁ ଦେଶର ସାମାଜିକ, ଆର୍ଥିକ ସାଂସ୍କୃତିକ ଓ ଧାର୍ମିକ ବ୍ୟବସ୍ଥା ଆଘାତ ହୋଇଛି । ସାଧୁସନ୍ଥ ଓ ମହାପୁରୁଷ ମାନେ ଦେଶର ‘ସ୍ଵ’କୁ ବଞ୍ଚାଇ ରଖିଥିଲେ । ଅଧିକ ପଢନ୍ତୁ

ଶତାବ୍ଦୀ ପୂର୍ତ୍ତୀ ପାଳନ ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତ କରୁଛି RSS

author img

By

Published : Mar 21, 2023, 9:55 PM IST

ଭୁବନେଶ୍ବର: ଶେଷ ହୋଇଛି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସମାଲଖା , ପାନିପତ( ହରିୟାଣା ) ଠାରେ ଅନୁଷ୍ଠିତ ହୋଇଥିବା ଅଖିଳ ଭାରତୀୟ ପ୍ରତିନିଧି ସଭା । ମାର୍ଚ୍ଚ ୧୨, ୧୩ ଓ ୧୪ ତିନି ଦିନ ଧରି ଚାଲିଥିଲା ଏହି ପ୍ରତିନିଧି ସଭା । ଏଥିରେ ଓଡିଶାରୁ ୪୦ ଜଣ ସମେତ ସାରାଦେଶରୁ ୧୪୪୭ ପ୍ରତିନିଧି ଯୋଗ ଦେଇଥିଲେ। ଏଥର ଦେଶରେ 'ସ୍ୱ'ରଜାଗରଣ ଆରଏସଏସ ଲକ୍ଷ୍ୟ ରଖିଛି । ଆସନ୍ତା ୨୦୨୫ ମସିହାରେ ସଂଘର ୧୦୦ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଆଜି ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ପୂର୍ବ ପ୍ରାନ୍ତ ସଂଘ ଚାଳକ ସମୀର କୁମାର ମହାନ୍ତି ।

ସମୀର କହିଛନ୍ତି ଆସନ୍ତା ୨୦୨୫ ମସିହାରେ ସଂଘର ୧୦୦ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ତାକୁ ଲକ୍ଷ୍ୟ ରଖି ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକରେ କିଛି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସେ କହିଛନ୍ତି ହଜାର ହଜାର ବର୍ଷ ଧରି ବିଦେଶୀ ଆକ୍ରମଣ କାରଣରୁ ଦେଶର ସାମାଜିକ, ଆର୍ଥିକ ସାଂସ୍କୃତିକ ଓ ଧାର୍ମିକ ବ୍ୟବସ୍ଥା ଆଘାତ ହୋଇଛି। ସାଧୁସନ୍ଥ ଓ ମହାପୁରୁଷ ମାନେ ଦେଶର ‘ସ୍ଵ’ କୁ ବଞ୍ଚାଇ ରଖିଥିଲେ। ସ୍ଵ ର ଅର୍ଥ ହେଉଛି ସ୍ଵଧର୍ମ ,ସ୍ଵଦେଶୀ ଓ ସ୍ଵରାଜ। ଦେଶର ଏହି ଅମୃତ କାଳରେ ସ୍ଵ ' କୁ ପୁନଃ ପ୍ରତିଷ୍ଠା କରିବାକୁ ସଂଘ ଉଦ୍ୟମ ଆରମ୍ଭ କରିଛି।

ସେ ଆହୁରି କହିଛନ୍ତି ଆଗାମୀ ଦିନମାନଙ୍କରେ ସମାଜ ପରିବର୍ତ୍ତନ ପାଇଁ ସଙ୍ଘ ୫ଟି ବିଷୟ ଉପରେ ଅଧିକ ଧ୍ୟାନ ଦେଇ କାମ କରିବ। ସେଗୁଡିକ ହେଲା ସାମାଜିକ ସମରସତା, ପରିବାର ପ୍ରବୋଧନ, ପରିବେଶ ସଂରକ୍ଷଣ, ସ୍ବଦେଶୀ ଆଚରଣ, ଏବଂ ନାଗରିକ କର୍ତ୍ତବ୍ୟ। ୧୦୦ ବର୍ଷ ପୂର୍ତ୍ତିରେ ସଙ୍ଘ କାର୍ଯ୍ୟର ଗୁଣାତ୍ମକ ବୃଦ୍ଧି ସହିତ ବିଭିନ୍ନ ଗ୍ରାମ ଓ ସହରର ବସ୍ତିମାନଙ୍କର ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ପୂର୍ବ ପ୍ରାନ୍ତର ସଙ୍ଘ ଚାଳକ ସମୀର କୁମାର ମହାନ୍ତି କହିଛନ୍ତି। ଏବେ ଓଡ଼ିଶାରେ ୧୮୫୫ ଟି ଦୈନିକ ଶାଖା ଓ ୪୬୯ଟି ସାପ୍ତାହିକ ଶାଖା ଚାଲୁଅଛି। ଦେଶରେ ୯୯ ଶତକଡା ଜିଲାରେ ଏବଂ ଶତକଡା ୮୮ ଭାଗ ଖଣ୍ଡରେ ସଙ୍ଘ କାର୍ଯ୍ୟ ଚାଲୁଅଛି। ସେହିପରି ଆରଏସଏସରେ ଯୋଗଦାନ ଓଡ଼ିଶାର ସବୁଠୁ ଅଧିକ। ଏଥର ୧୫ ହଜାରରୁ ଅଧିକ ଆବେଦନ କରିଛନ୍ତି ଓଡ଼ିଶାର। ସେଥିରୁ ୬୦ ପ୍ରତିଶତ ଯୁବକ। ଆସନ୍ତା ୨୦୨୫ ମସିହାରେ ସଂଘର ୧୦୦ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଆଜି ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ପୂର୍ବ ପ୍ରାନ୍ତ ସଂଘ ଚାଳକ ସମୀର କୁମାର ମହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.