ETV Bharat / state

ବନ୍ଧୁକ ମୁନରେ ଡକାୟତି ଉଦ୍ୟମ, ଧରାପଡିଲେ ୪

author img

By

Published : Dec 21, 2022, 11:00 PM IST

କମିଶନରେଟ ପୋଲିସ ହାବୁଡ଼ରେ ଡକାୟତି ଗ୍ୟାଙ୍ଗ । ସହିଦନଗର ଥାନା ଅଞ୍ଚଳରୁ ଧରାହେଲେ ୪ଜଣ ଲୁଟେରା । ଅଧିକ ପଢ଼ନ୍ତୁ

କମିଶନରେଟ ପୋଲିସ ହାବୁଡ଼ରେ ଡକାୟତି ଗ୍ୟାଙ୍ଗ
4 robber arrested by commissionerate police

ଭୁବନେଶ୍ବର: କମିଶନରେଟ ପୋଲିସ ହେପାଜତରେ ଡକାୟତି ଗ୍ୟାଙ୍ଗ । ସହିଦନଗର ଥାନା ଅଞ୍ଚଳରୁ ଗିରଫ ହେଲେ ୪ ଲୁଟେରା । ସହିଦନଗର କେଶୁରା ଅଞ୍ଚଳରେ ଡକାୟତି ପ୍ରସ୍ତୁତି କଲାବେଳେ ଗୁପ୍ତ ସୂଚନା ପାଇ ଅର୍ତକିତ ଚଢାଉ କରିଥିଲା ସହିଦ ନଗର ଥାନା ପୋଲିସ୍ । ଚଢ଼ାଉ ବେଳେ 4 ଲୁଟେରାଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଚମ୍ପଟ ମାରି ଖସି ପଳାଇବାରେ ସକ୍ଷମ ହୋଇଛି ।

ଗିରଫ ୪ ଲୁଟେରା ହେଲେ ଗାଢକଣ ଅଞ୍ଚଳର ସୁବ୍ରତ ଦାସ, ଖଣ୍ଡଗିରି ଅଞ୍ଚଳର ସଂଗ୍ରାମ ଗୌଡ, ସହିଦନଗର ବିଶେଶ୍ବର ବସ୍ତିର ରାଜେନ୍ଦ୍ର ପାଣୀଗ୍ରାହୀ ଓ ରଣପୁରର ମାଷ୍ଟରମାଇଣ୍ଡ ଅନନ୍ତ ମାଛୁଆ । ଚଢାଉ ବେଳେ ଗୋଟାଏ ଦେଶୀ ବନ୍ଧୁକ, ୪ ରାଉଣ୍ଡ ଗୁଳି, ଲୁହା ରଡ଼, ଲଙ୍କା ପାଉଡର ସହ 4ଟି ମୋବାଇଲ ଜବତ ହୋଇଛି । ସେପଟେ ଫେରାର ଯୁବକକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ୍ । ତେବେ ହକି ପୂର୍ବରୁ ଅପରାଧୀଙ୍କୁ ଧରିବାକୁ ସର୍ଭିଲାନ୍ସ ଆରମ୍ଭ ରହିଛି କମିଶନରେଟ୍ ପୋଲିସ । ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିଛି ପୋଲିସ୍ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.