ETV Bharat / state

ଆଠମାସ ତଳେ ନିର୍ମାଣ ହୋଇଥିବା ରାସ୍ତା ପାଲଟିଛି ମରଣଯନ୍ତା - ଖୋର୍ଦ୍ଧା ଖବର

ଆଠମାସ ତଳେ ନିର୍ମାଣ ହୋଇଥିବା ରାସ୍ତା ପାଲଟିଛି ମରଣଯନ୍ତା । ଠିକାଦାର ନିମ୍ନମାନର କାର୍ଯ୍ୟ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ...

road problem in khordha
ଆଠମାସ ତଳେ ନିର୍ମାଣ ହୋଇଥିବା ରାସ୍ତା ପାଲଟିଛି ମରଣଜନ୍ତା
author img

By

Published : Sep 25, 2020, 8:01 AM IST

ଖୋର୍ଦ୍ଧା: ଲୋକମାନଙ୍କ ଗମନାଗମନରେ ସୁବିଧା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ପକା ସଡକ ନିର୍ମାଣ କରୁଛନ୍ତି । କିନ୍ତୁ କିଛି ଠିକାଦାର ରାସ୍ତା ଗୁଡିକୁ ଅତି ନିମ୍ନମାନରେ ନିର୍ମାଣ କରି ଦୁର୍ନୀତି କରୁଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧାରେ । ବୋଲଗଡ଼ ବ୍ଲକ ଟିକାତାଳ ଠାରୁ କୋଦବେରଣୀ ପର୍ଯ୍ୟନ୍ତ ଦୀର୍ଘ 10କିଲୋମିଟର ରାସ୍ତାରେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସାଢ଼େ ଚାରିକୋଟି ଟଙ୍କା ବ୍ୟୟରେ ଠିକାଦାର ରାସ୍ତାକୁ ଆଠମାସ ତଳେ ଶେଷ କରିଥିଲା । କିନ୍ତୁ ଏହି ଆଠ ମାସର ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ପାଲଟିଛି ମରଣଯନ୍ତା ।

ଆଠମାସ ତଳେ ନିର୍ମାଣ ହୋଇଥିବା ରାସ୍ତା ପାଲଟିଛି ମରଣଜନ୍ତା

ରାସ୍ତାର ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ ଏଥିରେ ଯାତାୟତ କରିବା ପାଇଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ରାସ୍ତା ନିର୍ମାଣ ପରେ ପାଞ୍ଚ ବର୍ଷ ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ଵ ଠିକାଦାର ନେଇଛନ୍ତି । ହେଲେ ସେହି କାର୍ଯ୍ୟକୁ ମଧ୍ୟ ଠିକ ଭାବରେ କରୁ ନ ଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.