ETV Bharat / state

ଟ୍ରକ ଧକ୍କାରେ ଡ୍ରାଇଭର ଓ ହେଲ୍ପର ମୃତ

author img

By

Published : Aug 21, 2019, 11:46 AM IST

ଖୋର୍ଦ୍ଧା ଜାତୀୟ ରାଜପଥ ନଂ16 ର ବେଲପଡା ଛକ ନିକଟରେ ଦୁର୍ଘଟଣା । ଘଟଣାସ୍ଥଳରେ ଡ୍ରାଇଭର ଓ ହେଲ୍ପରର ମୃତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଜାତୀୟ ରାଜପଥ ନଂ16ର ବେଲପଡା ଛକ ନିକଟରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାର କଡ଼ରେ ଠିଆ ହୋଇଥିବା ପଥର ବୋଝେଇ ଟ୍ରକର ଡ୍ରାଇଭର ଓ ହେଲ୍ପରକୁ ପଛପଟୁ ଧକ୍କା ଦେଲା ଧାନ ବୋଝେଇ ଟ୍ରକ । ଘଟଣାସ୍ଥଳରେ 2ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜାତୀୟ ରାଜପଥ ନଂ16ର ବେଲପଡା ଛକ ନିକଟରେ ଏକ ପଥର ବୋଝେଇ ଟ୍ରକ ଖରାପ ହୋଇ ରାସ୍ତା କଡରେ ଠିଆହୋଇଥିଲା । ଏହି ଟ୍ରକକୁ ଜଗି ରହିଥିଲେ ଡ୍ରାଇଭର ଓ ହେଲ୍ପର । ଏହି ସମୟରେ ପଛପଟୁ ଏକ ଧାନ ବୋଝେଇ ଟ୍ରକ ଆସି ଧକା ଦେଇଥିଲା । ଫଳରେ ପଥର ବୋଝେଇ ଟ୍ରକ ଡ୍ରାଇଭର ଟାଙ୍ଗି ଅଞ୍ଚଳର ସୁନା ପାତ୍ର ଓ ହେଲ୍ପର ସୁଦର୍ଶନ ବେହେରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ଦୁର୍ଘଟଣା ସମ୍ପର୍କରେ ବାଣପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏହାସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଡ୍ରାଇଭର ଓ ହେଲ୍ପର ମୃତ

ଖୋର୍ଦ୍ଧା : ଜାତୀୟ ରାଜପଥ ନଂ16ର ବେଲପଡା ଛକ ନିକଟରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । Body:ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ ନଂ16ର ବେଲପଡା ଛକ ନିକଟରେ ଏକ ପଥର ବୋଝେଇ ଟ୍ରକ ଖରାପ ହୋଇ ରାସ୍ତା କଡରେ ଠିଆହୋଇଥିଲା ଏବଂ ଟ୍ରକକୁ ଜଗି ରହିଥିଲେ ଡ୍ରାଇଭର ଓ ହେଲ୍ପର । ଏହି ସମୟରେ ପଛପଟୁ ଏକ ଧାନ ବୋଝେଇ ଟ୍ରକ ଆସି ଧକା ଦେଇଥିଲା । ଫଳରେ ପଥର ବୋଝେଇ ଟ୍ରକ ଡ୍ରାଇଭର ଟାଙ୍ଗି ଅଂଚଳର ସୁନା ପାତ୍ର ଓ ହେଲ୍ପର ଚଣ୍ଡେଶ୍ୱର ଅଂଚଳର ସୁଦର୍ଶନ ବେହେରାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଏବଂ ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । Conclusion:ଘଟଣା ସ୍ଥଳରେ ବାଣପୁର ପୋଲସ ପହଂଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.