ଖୋର୍ଦ୍ଧା : ଅଜଣା ଗାଡି ଧକ୍କାରେ ଦମ୍ପତି ମୃତ । ଖୋର୍ଦ୍ଧା 16 ନମ୍ବର ଜାତୀୟ ରାଜପଥର ତାପଙ୍ଗ ଛକ ନିକଟରେ ଘଟିଛି ଦୁର୍ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ ଖୋର୍ଦ୍ଧା ନିକଟସ୍ଥ ଓରମୀ ଗାଁର ସ୍ୱାମୀ ଓ ସ୍ତ୍ରୀ ମଟର ସାଇକେଲରେ ନିଜ ଗ୍ରାମ ଅଭିମୁଖେ ଯାଉଥିଲେ । 16 ନମ୍ବର ଜାତୀୟ ରାଜପଥର ତାପଙ୍ଗ ଓସିସି ଛକ ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଖୋର୍ଦ୍ଧା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ