ETV Bharat / state

ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ, ଚାଳକ ମୃତ - ସଡକ ଦୁର୍ଘଟଣା

ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ, ଚାଳକ ମୃତ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

road accident in khordha, one dead
ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ, ଚାଳକ ମୃତ
author img

By

Published : Apr 15, 2021, 10:25 AM IST

ଖୋର୍ଦ୍ଧା: ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ନିକଟରେ ବସ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ସୂଚନା ଅନୁସାରେ, ପ୍ରବାସୀ ଶ୍ରମିକଙ୍କୁ ନେଇ ବସଟି କେରଳର କୁନୁର ଅଞ୍ଚଳରୁ ପ୍ରଵାସୀ ଓଡିଆ ଶ୍ରମିକମାନଙ୍କୁ ଧରି ଆସୁଥିଲା ।

ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ, ଚାଳକ ମୃତ

ରାସ୍ତା ପ୍ରଶସ୍ତିକରଣ କାମ ଚାଲୁଥିବାରୁ ବସ ଓ ଟ୍ରକ୍ ଗୋଟିଏ ରୁଟରେ ଯାଉଥିଲେ । ଟ୍ରକଟି ବସ ସମ୍ମୁଖରୁ ଧକ୍କା ଦେଇଥିଲା । ଫଳରେ ବସଟି ଡିଭାଇଡର ଡେଇଁ ୪୦ ଫୁଟ ପଛକୁ ଚାଲିଯାଇଛି । ବସରେ ଥିବା ପ୍ରଵାସୀ ଶ୍ରମିକ ମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଟ୍ରକ ଚାଳକର ମୃତ୍ୟୁ ହୋଇଛି । ପ୍ରଵାସୀ ଶ୍ରମିକ ମାନେ କେନ୍ଦ୍ରାପଡା ଜିଲ୍ଲାର ବୋଲି ଜଣା ପଡିଛି । ଖବର ପାଇ ସ୍ଥାନୀୟ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରି ଅନ୍ୟ ବସ ଯୋଗେଁ ଘରକୁ ପଠାଇ ଦେଇଛି । ଟ୍ରକ୍ ଚାଳକର ପରିଚୟ ମିଳିପାରିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.