ETV Bharat / state

ସଡକ ଦୁର୍ଘଟଣାରେ ଜଣେ ମୃତ, ଡ୍ରାଇଭର ଫେରାର - khordha

ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ଅବୁ ବେହେରା(୩୦) । ସେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗୋରଡାଝରି ଗାଁର ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧା
author img

By

Published : Jun 9, 2019, 3:33 PM IST

ଖୋର୍ଦ୍ଧା: ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ଅବୁ ବେହେରା(୩୦) । ସେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗୋରଡାଝରି ଗାଁର ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧା

ଘଟଣା ଅନୁଯାୟୀ ଅବୁ ବାଇକରେ କାଳୁପଡାଘାଟରୁ ଟାଙ୍ଗୀ ଅଭିମୁଖେ ଆସୁଥିଲେ । ସେହି ସମୟରେ ଟାଙ୍ଗୀ କାଳୁପଡାଘାଟ ରାସ୍ତାର ବିଲ ମହାଦେବ ମନ୍ଦିର ନିକଟରେ ଏକ ଯାତ୍ରୀବାହୀ ଅଟୋ ରିକ୍ସା କାବୁଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତା ଉପରକୁ ଛିଟିକି ପଡିଥିଲେ ଏବଂ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣା ଘଟାଇଥିବା ଅଟୋ ରିକ୍ସାଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ଖବର ପାଇ ଟାଙ୍ଗି ଥାନା ପୋଲିସ ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

Intro:ଗରମ ଓ ଗୁଳୁଗୁଳି ସାଙ୍ଗକୁ ଘନଘନ ବିଦ୍ୟୁତ କାଟ, ସାଧାରଣ ଜନଜୀବନ କୁ ଅସ୍ତବ୍ୟସ୍ତ କରିପକାଇଛି ।ଆଉ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଅବସ୍ଥା ଜଣେ ନଦେଖିଲେ ବିଶ୍ୱାସ କରିପାରିବ ନାହିଁ ।ସମସ୍ତ ଙ୍କ ହାତରେ ହାତବିଞ୍ଚଣା ଏକ ସାଧାରଣ କଥା ହୋଇଛି ।

Body:ବୌଦ୍ଧ ରେ ଅସହ୍ୟ ଗରମ ଓ ଗୁଳୁଗୁଳି ସାଙ୍ଗକୁ ବିଦ୍ୟୁତକାଟ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ଆଉ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର କଥା ନକହିବା ଭଲ ।କାରଣ ପଙ୍ଖା ଲାଗିଛି , କିନ୍ତୁ ଚବିଶ ଘଣ୍ଟିଆ ବିଦ୍ୟୁତ ସେବା ଛାଡନ୍ତୁ,ଜେନେରେଟର ମଧ୍ୟ ଠିକରେ କାମ କରୁ ନଥିବାରୁ ପଙ୍ଖା ଗୁଡିକ ଚାଲୁନାହିଁ । ଏପଟେ ଡାକ୍ତରଖାନାରେ ପ୍ରସୂତୀ ଙ୍କ ନିମନ୍ତେ ସମୁଦାୟ୧୬ ଗୋଟି ବେଡ ଥିବା ବେଳେ ରବିବାର ସୁଦ୍ଧା ସତୁରୀ ଜଣ ପ୍ରସୂତୀ ଆଡମିଟ ହୋଇ ନବଜାତ ଶିଶୁଙ୍କ ସହ ବାରଣ୍ଡାରେ ପଡି ଆଉଟୁପାଉଟୁ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।ଏନେଇ ଡାକ୍ତରଖାନା ମ୍ୟାନେଜର ଙ୍କୁ ଯୋଗାଯୋଗ କରିବାରୁ ଗୋଟିଏ ପଟେ ବିଦ୍ୟୁତକାଟ ଆଡକୁ ଦୋଷ ଢେଲିଥିବା ବେଳେ ଜେନେରେଟର ରେ କିଛି ଯାନ୍ତ୍ରିକ ତୃଟି ଯୋଗୁଁ ଏପରି ସମସ୍ୟା ଉପୁଜିଥିବା ସ୍ବୀକାର କରିବା ସହ ଅତିଶୀଘ୍ର ସମସ୍ୟା ର ସମାଧାନ କରାଯିବ ବୋଲି କହିଛନ୍ତି ।

Conclusion:ବାଇଟ-୧-ଶଙ୍କର ସାହୁ, ରୋଗୀଙ୍କ ସମ୍ପର୍କୀୟ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.