ଖୋର୍ଦ୍ଧା: ଜିଲ୍ଲାର ବାଲୁଗାଁ ଥାନା ୧୬ ନଂ ଜାତୀୟ ରାଜପଥର କଂସାରୀ ନଦୀ ନିକଟରେ ଦୁର୍ଘଟଣା । ଏକ ପିକଅପ ଭ୍ୟାନରେ ୮ ଜଣ ଯାତ୍ରୀଙ୍କୁ ନେଇ ବିଶାଖାପାଟନମରୁ ପୁରୀ ଅଭିମୁଖେ ଆସୁଥିବାବେଳେ, ଡ୍ରାଇଭର ଅସାବଧାନତା ଯୋଗୁଁ ଗାଡିଟି ଡିଭାଇଡରେ ପିଟି ହୋଇ ଦୁର୍ଘଟଣା ହୋଇଛି ।
ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ