ETV Bharat / state

ଓଭରଟେକ କରି ଛଅ ଅଟୋକୁ ପିଟିଲା ତେଲ ଟ୍ୟାଙ୍କର

ବାଲୁଗାଁ ନାଭାଲ ଛକରେ ସଡକ ଦୁର୍ଘଟଣା । 6 ଅଟୋକୁ ଧକ୍କା ଦେଲା ଟ୍ୟାଙ୍କର । ଅଧିକ ସୂଚନା ପାଇଁ ପଢନ୍ତୁ ...

author img

By

Published : Apr 20, 2020, 5:34 PM IST

Road accident at Balugaon Naval intersection
ନାଭାଲ ଛକ ନିକଟରେ ସଡକ ଦୁର୍ଘଟଣା

ଖୋର୍ଦ୍ଧା: ବାଲୁଗାଁ ୧୬ନଂ ଜାତୀୟ ରାଜପଥ ନାଭାଲ ଛକ ନିକଟରେ ସଡକ ଦୁର୍ଘଟଣା । କାରକୁ ଓଭରଟେକ କରିବାକୁ ଯାଇ ୬ ପାର୍କିଂ ଅଟୋକୁ ପିଟିଲା ଟ୍ୟାଙ୍କର। ଅଉ ନିୟନ୍ତ୍ରଣ ହରାଇ ରାସ୍ତା କଡକୁ କାର ଖସି ଯାତ୍ରୀ ଆହାତ ହୋଇଛନ୍ତି ।

ନାଭାଲ ଛକ ନିକଟରେ ସଡକ ଦୁର୍ଘଟଣା

ସୂଚନା ମୁତାବକ କାର ଓ ତେଲ ଟ୍ୟାଙ୍କର ଆଗ ପଛ ହୋଇ ଭୁବନେଶ୍ବରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ । ଟ୍ରକ ଚାଳକ ଜଣଙ୍କ ମଦ୍ୟପାନ କରି କାରକୁ ଓଭରଟେକ କରିବାକୁ ଟେଷ୍ଟା କରୁଥିବାବେଳେ ଦୁର୍ଘଟଣା ଘଟିଛି । ତେବେ ସ୍ବବଭାଗ୍ୟ ବଶତଃ 6ଟି ଅଟୋରେ ଡ୍ରାଇଭର କିମ୍ବା କୌଣସି ଯାତ୍ରୀ ନଥିଲେ। ନଚେତ ବହୁତ ବଡ ଅଘଟଣ ଘଟିଥାନ୍ତା। ସେପଟେ ଘଟଣାସ୍ଥଳରେ ବାଲୁଗାଁ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛନ୍ତି। ଆହତଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.